କୁକୁର ଜାତକ

       ରାଜା ବୋଧିସତ୍ୱଙ୍କର କଥା ଶୁଣି ଆଶ୍ଚର୍ଯ୍ୟ ହେଲେ । ଭାବିଲେ ଏଇ କୁକୁରଟିର ଭଲ ଓ ମନ୍ଦ ଜ୍ଞାନ ଅଛି । ଏ ସାଧାରଣ କୁକୁର ହୋଇନପାରେ । ଏପରି ଭାବି ରାଜା ବୋଧିସତ୍ୱଙ୍କୁ କହିଲେ – “ଦୋଷୀ କିଏ ତାହା ଆପଣ କହିପାରିବେ କି?”

       ବୋଧିସତ୍ୱ କହିଲେ – “ଆପଣଙ୍କ ନଅରର କୁକୁରମାନେ ହିଁ ଏଇ ଖରାପ କାମ କରିଚନ୍ତି । ସେଇମାନେ ହିଁ ଅସଲ ଦୋଷୀ ।”

       ରାଜା ପଚାରିଲେ – “ଆପଣ ଏ କଥାର ପ୍ରମାଣ ମତେ ଦେଇପାରିବେ?”

       ବୋଧିସତ୍ୱ କହିଲେ – “ମଣିମା, ଆପଣ କିଛି ଦହି ଓ କୁଶ ଆଣିଦିଅନ୍ତୁ । ମୁଁ ଦୋଷୀକୁ ଧରାଇଦେବି ।”

       ରାଜା ଆଦେଶ ଦେବାରୁ ଚାକରମାନେ ଦହି ଓ କୁଶ ଆଣିଦେଲେ । ବୋଧିସତ୍ୱ କହିଲେ – “ଏ କୁଶଗୁଡିକୁ ବାଟି ଦହିରେ ଗୋଳାଇଦିଅ । ନଅରର ସବୁ କୁକୁରଙ୍କୁ ଏଠାକୁ ନେଇଆସ । ସେମାନଙ୍କୁ ଏଇ କୁଶବଟା ଗୋଳା ହୋଇଥିବା ଦହି ଖାଇବାକୁ ଦିଅ ।”

       ସେପରି କରାଗଲା । ରାଜାଙ୍କ ଚାକରମାନେ ନଅରର କୁକୁରମାନଙ୍କୁ ଆଣି ସେ ଦହି ଖୁଆଇଲେ । କିଛି ସମୟ ଗଲା । କୁକୁରମାନେ ବାନ୍ତି କରିବାକୁ ଲାଗିଲେ । ସେମାନଙ୍କ ବାନ୍ତିରେ ଟିକିଟିକି ଚମଡା ଖଣ୍ଡମାନ ବାହାରିଲା । ରାଜା ଏବେ ବୁଝିପାରିଲେ ଯେ ତାଙ୍କର ପୋଷା କୁକୁରମାନେ ଲଗାମ୍କୁ ଚୋବାଇ ଖାଇଚନ୍ତି । ସେଇମାନେ ହେଉଚନ୍ତି ଅସଲି ଦୋଷୀ ।

       ରାଜା ବୋଧିସତ୍ୱଙ୍କ ବୁଦ୍ଧିକୁ ଖୁବ୍ ପ୍ରଶଂସା କଲେ । ଏହା ପରେ ବୋଧିସତ୍ୱ ରାଜାଙ୍କୁ ଅନେକ ଭଲ ଉପଦେଶ ଦେଲେ । କିପରି ରାଜ୍ୟ ଶାସନ କରିବାକୁ ହୁଏ, ସେ କଥା ସେ ବୁଝାଇଦେଲେ । ରାଜା ନିଜର ଭୁଲ୍ ବୁଝିପାରି ଆଦେଶ ଦେଲେ ଯେ ତାଙ୍କ ରାଜ୍ୟରେ କେହି କୁକୁରମାନଙ୍କୁ ହତ୍ୟା କରିବେ ନାହିଁ । ଖାଲି କୁକୁର ନୁହେଁ କୌଣସି ଜୀବକୁ କେହି ହତ୍ୟା କରିବେନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ