କୂପର ବିବାହ

ଥରେ ତେନାଲୀରାମା ଏବଂ ରାଜା କୃଷ୍ଣଦେବରାୟଙ୍କ ମଧ୍ୟରେ କୌଣସି ଏକ ପ୍ରସଂଗକୁ ନେଇ ଜୋର୍ ସୋର୍ରେ ଯୁକ୍ତିତର୍କ ଲାଗିଲା । ଶେଷରେ ତେନାଲୀରାମା ରାଜାଙ୍କ ଉପରେ ଅତ୍ୟନ୍ତ ବିରକ୍ତ ହୋଇ ସେ ଦରବାର ତ୍ୟାଗ କରି ଚାଲିଆସିଲେ ।

                ତାପରେ କିଛି ଦିନ ପର୍ଯ୍ୟନ୍ତ ସେ ତେନାଲୀରାମା ଆଉ ରାଜାଙ୍କୁ ଦେଖା କଲେ ନାହିଁ । ଦଶ, ପନ୍ଦର ଦିନ ପରେ ରାଜା ତାଙ୍କ ମନେ ମନେ ତେନାଲୀରାମାଙ୍କୁ ଖୋଜିବାକୁ ବହୁତ ଚେଷ୍ଟା କଲେ । କିନ୍ତୁ କେଉଁଠାରୁ କିଛି ବି ସନ୍ଧାନ ତାଙ୍କୁ ଆଦୌ ମିଳିଲା ନାହିଁ ।

                ସେହି ସମୟରେ ହଠାତ୍ ରାଜାଙ୍କ ମନକୁ ଏକ କଥା ଆସିଲା । ତାପରେ ରାଜା ନିଜ ରାଜ୍ୟର ଚାରିଆଡେ ପ୍ରଚାର କଲେ ଯେ – “ରାଜ୍ୟରେ ଯେତେ କୂପ ଅଛି ସେମାନଙ୍କର ଏକ ରାଜକୀୟ ବିବାହ କରାଯିବ । ତେଣୁ ପ୍ରତ୍ୟେକ ଗ୍ରାମର ମୁଖିଆମାନେ କୂପକୁ ଧରି ରାଜ ପ୍ରାସାଦ ନିକଟରେ ଆସି ପହଁଚିବେ । ଯିଏ ରାଜାଙ୍କ କଥାକୁ ଅମାନ୍ୟ କରିବେ ତାଙ୍କୁ ବାଇଶି ହଜାର ସ୍ୱର୍ଣ୍ଣ ମୁଦ୍ରା ଦେବାକୁ ପଡିବ ।”

                ରାଜାଙ୍କର ଏହି ଘୋଷଣା ଯିଏ ବି ଶୁଣିଲେ, ସେମାନେ ଖୁବ୍ ଆଶ୍ଚର୍ଯ୍ୟ ହୋଇପଡିଲେ । କୂଅକୁ ଜଣେ କିପରି ଉଠାଇ ନେବ? ପୁଣି କୂଅ ମାନଙ୍କ ମଧ୍ୟରେ ବିବାହ କ’ଣ ହେବ? ଏହିପରି କଥା ଚିନ୍ତା କରି ଗ୍ରାମର ମୁଖିଆମାନଙ୍କ ମଧ୍ୟରେ ଭାଳେଣୀ ପଡିଗଲା । ତାପରେ ସେମାନେ ଭାବିଲେ, ମହାରାଜଙ୍କର ବୋଧହୁଏ ମତିଭ୍ରମ ହୋଇଗଲାଣି ।


ଗପ ସାରଣୀ

ତାଲିକାଭୁକ୍ତ ଗପ