କୂପର ବିବାହ

                ଏଣେ ତେନାଲୀରାମା ଯେଉଁ ଗ୍ରାମରେ ଯାଇ ରହିଥିଲେ ସେଠାରେ ମଧ୍ୟ ଏହିପରି ଘୋଷଣା କରାଗଲା । ଘୋଷଣାଟି ଶୁଣିବା ମାତ୍ରକେ ଗ୍ରାମବାସୀ ଏବଂ ସେ ଗ୍ରାମର ମୁଖିଆ ଅତ୍ୟନ୍ତ ବ୍ୟତିବ୍ୟସ୍ତ ହୋଇପଡିଲେ । କିନ୍ତୁ ସେ ତେନାଲୀରାମା ଏକଥା ଶୁଣିବାମାତ୍ରକେ ଠିକ୍ ବୁଝିଗଲେ ଯେ ରାଜା ନିଶ୍ଚୟ ତାଙ୍କୁ ହିଁ ଖୋଜି ପାଇବା ପାଇଁ ଏପରି କାର୍ଯ୍ୟ କରିଛନ୍ତି ।

                ତହୁଁ ତେନାଲୀରାମା ସେ ଗ୍ରାମର ମୁଖିଆଙ୍କୁ ପାଖକୁ ଡାକି କହିଲେ, “ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ । ଆପଣ ଯେତେବେଳେ ମୋତେ ଏଠାରେ ଆଶ୍ରୟ ଦେଇଛନ୍ତି ମୁଁ ଆପଣଙ୍କର ଋଣ ନିଶ୍ଚୟ ଶୁଝିଦେବି । ଏଥିପାଇଁ ମୁଁ ଆପଣଙ୍କୁ ଏକ ଉପାୟ ବତାଇ ଦେଉଛି । ଆପଣ ବର୍ତ୍ତମାନ ରାଜଧାନୀ ଅଭିମୁଖେ ଯିବାପାଇଁ ପ୍ରସ୍ତୁତ ହୋଇପଡନ୍ତୁ । ଏହା କହି ତେନାଲୀରାମା, ସେ ଗ୍ରାମର ମୁଖିଆ ଏବଂ ଗ୍ରାମର ଆଉ ଚାରି ପାଂଚଜଣ ନେତୃ ସ୍ଥାନୀୟ ବ୍ୟକ୍ତି ରାଜଧାନୀ ଅଭିମୁଖେ ବାହାରିପଡିଲେ ।

                ରାଜ ପ୍ରାସାଦ ନିକଟରେ ପହଁଚିବା କ୍ଷଣି ସେମାନେ ସେଠାରେ ଠିଆ ହୋଇ ରହିଲେ । ତେନାଲୀରାମା କହିଥିବା କଥା ଅନୁଯାୟୀ ଜଣେ ମହାରାଜଙ୍କ ପାଖରେ ପହଁଚି କହିଲା, “ମହାରାଜ! ଆମ ଗ୍ରାମର କୂପ ବିବାହରେ ଯୋଗଦାନ କରିବା ପାଇଁ ଏଠାରେ ଉପସ୍ଥିତ ହେଲାଣି । ଆପଣଙ୍କ ରାଜ ପ୍ରାସାଦର ବାହାରେ ସେ ଅପେକ୍ଷାରତ ଏବଂ ସେ ବି ଅପେକ୍ଷା କରିଛି ଯେ ଅନ୍ୟ କୂପମାନେ ଆସି ତାକୁ କେମିତି ସ୍ୱାଗତ କରିନେବେ?”

                ଲୋକଟିର ଏପରି କଥା ଶୁଣି ରାଜା ଏହା ନିଶ୍ଚୟ ତେନାଲୀରାମାଙ୍କର କାରସାଦି ବୋଲି ଜାଣିପାରିଲେ । ତେଣୁ ସେ ବ୍ୟକ୍ତିଟିକୁ ରାଜା କହିଲେ, “ସତରେ କୁହ ତୁମକୁ ଏହି ଯୁକ୍ତି କରିବାପାଇଁ ଏଠାକୁ କିଏ ପଠାଇଛି? ରାଜାଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ଯାଇ ସେ ଲୋକଟି କହିଲା, “ମହାରାଜ! କିଛି ଦିନ ତଳେ ଆମ ଗ୍ରାମରେ ହଠାତ୍ ଜଣେ ବ୍ୟକ୍ତି ଆସି ପହଁଚି ଆଶ୍ରୟ ମାଗିଲେ । ସେହି ବ୍ୟକ୍ତି ଜଣକ ହିଁ ଆମକୁ ଏହି ଉପାୟ ବତାଇଛନ୍ତି ।”

                ଲୋକଟିର ଏଭଳି କଥା ଶୁଣି ରାଜା ଏଥର ନିଜେ ଯାଇ ବଡ ଯାକ ଜମକରେ ତେନାଲୀରାମାଙ୍କୁ ନେଇ ଆସିଲେ । ଆଉ ରାଜା ମଧ୍ୟ ସେ ଆଗନ୍ତୁକ ଗ୍ରାମବାସୀ ମାନଙ୍କୁ ପୁରସ୍କାର ଦେଇ ସେଠାରୁ ଖୁସି ମନରେ ବିଦାୟ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ