କୃପାଧନ୍ୟ ଭୂଷଣ୍ଡକାକ

                ମହର୍ଷିଙ୍କ ଅଭିଶାପରେ ସେ ଋଷି କୁମାର କାକଟିଏ ହୋଇଗଲେ ମଧ୍ୟ ଆଦୌ ଦୁଃଖିତ ନ ହୋଇ ସେ କହିଲେ, ‘ମହାଭାଗ! ଏମିତି ଶହେ ଜନ୍ମ ଅତିକ୍ରମ କରିବା ପରେ ଆପଣଙ୍କୁ ଅଳି କରୁ କରୁ କୁଆଟିଏ ହୋଇଗଲି । ଏହା ମୋ ପାଇଁ ବିଶେଷ କାର୍ଯ୍ୟରେ ଲାଗିବ । ଯାହାଦ୍ୱାରା ମୋର ବିଶେଷ ଉପକାରରେ ଆସିଲା । କାରଣ ଏଇ କାକ ଜନ୍ମଟିଏ ପାଇବା ଦ୍ୱାରା ମୋର ଖାଦ୍ୟ, ବସ୍ତ୍ର ଆଉ ବାସର ଆବଶ୍ୟକତା ଦେଖାଯାଉ ନାହିଁ । ତେଣୁ ଏଇ ସବୁ ଚିନ୍ତା ଏକତ୍ରିତ ହୋଇ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଖରେ ଯାଇ ଲାଖିଗଲା’ । ପରକ୍ଷଣରେ ମହର୍ଷି ଲୋମଶ ମୁନି ଏହା ଜାଣିପାରି ପୁନରାୟ ସେ ଋଷି କୁମାରଙ୍କୁ ଡାକି ଏଥିପାଇଁ ଦୁଃଖ କଲେ ଏବଂ ତାଙ୍କୁ ପୂର୍ବ ରୂପକୁ ଫେରାଇ ଦେବା ପାଇଁ ବି ଚାହିଁଲେ । ମାତ୍ର ସେ ଋଷି କୁମାର ଏଥିରେ ଆଦୌ ରାଜି ହେଲେ ନାହିଁ । ସେ କହିଲେ, ‘ମହାଭାଗ ! ମହାଦେବଙ୍କ ଅଭିଶାପରୁ ଶହେ ଜନ୍ମ ଅତିକ୍ରମ କରି ଆଜି ଆସି ଆପଣଙ୍କ ଅଭିଶାପରୁ କାଉଟିଏ ହୋଇ ଜନ୍ମ ହୋଇଛି । ଆଉ କାହିଁକି? ବରଂ ଆପଣଙ୍କ ଅଭିଶାପ ମୋ ପାଇଁ ଆଶୀର୍ବାଦ ହେଲା । ଯଦି ମୋ ଉପରେ ଆପଣ ସନ୍ତୁଷ୍ଟ, ତେବେ ମୋତେ ସେହି ବର ଦିଅନ୍ତୁ, ଯେଉଁଥିରେ ମୁଁ ଭଗବାନ ଶ୍ରୀରାମଙ୍କର ବାଳଲୀଳା ଦର୍ଶନ କରିପାରିବି? ମହର୍ଷି ଲୋମଶ ଏହା ଶୁଣି କହିଲେ, ‘ହେ ମୁନିକୁମାର ଭୂଷଣ୍ଡ ! ତୁମେ ତୁମର ଭକ୍ତି ବଳରେ ତାହା ତ ଅବଶ୍ୟ ଦର୍ଶନ କରି ପାରିବ । ଏହାପରେ ତୁମେ ରାମ ଚରିତ ମାନସର ପ୍ରଧାନ ବକ୍ତା ହୋଇ ରହିବ ।’

                ଏତିକି ବେଳେ ଆକାଶର ପଶ୍ଚିମ ଦିଗନ୍ତରେ ସୂର୍ଯ୍ୟଦେବ ବିଦାୟ ନେଉଥାନ୍ତି । ସତେ ଯେମିତି ସୂର୍ଯ୍ୟଦେବଙ୍କ ଆଶୀର୍ବାଦର ହାତ ଭୂଷଣ୍ଡର ମୁଣ୍ଡ ଉପରେ ବୁଲି ଯାଉଛି । କାକ ଭୂଷଣ୍ଡ ଭକ୍ତିର ସହିତ ମହର୍ଷିଙ୍କୁ ପ୍ରଣାମ କରି ଜଙ୍ଗଲ ମଧ୍ୟକୁ ଉଡିଗଲା । ଆଉ ଲୋମଶ ମୁନି ନିର୍ନିମେଷ ନୟନରେ ତା’ର ଯିବା ପଥକୁ ଅନାଇ ତାକୁ ଆଶୀର୍ବାଦ କରୁଥିବା ବେଳେ ଦୁଇ ଟୋପା ଲୁହ ଟପ୍ ଟପ୍ ହୋଇ ନୟନର ଏହାଦୁଇ କୋଣରୁ ଖସି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ