କୃଷକର ପତ୍ନୀ

କୌଣସି ଏକ ଗ୍ରାମରେ ଏକ କୃଷକ ତା’ର ପତ୍ନୀ ସହିତ ବସବାସ କରୁଥାଏ । ଦିନକୁ ଦିନ କୃଷକର ବୟସ ବଢିବାରୁ ତା’ର ସ୍ତ୍ରୀ ପରପୁରୁଷ ମାନଙ୍କ ପ୍ରତି ଆକୃଷ୍ଟ ହେଉଥାଏ । ସବୁ ସମୟରେ କୃଷକକୁ ଖରାପ ବ୍ୟବହାର ଦେଖାଉଥାଏ । ପ୍ରତିଦିନ ସେ ଗ୍ରାମ ମଧ୍ୟରେ ଏବଂ ନିକଟସ୍ଥ ସହରକୁ ସାଥୀଟିଏ ଖୋଜିବା ପାଇଁ ଯାଏ । ଏହିପରି ଖୋଜିବା ମଧ୍ୟରେ ତା’ର ଏକ ବ୍ୟକ୍ତି ସହିତ ସାକ୍ଷାତ ହୁଏ । ଉକ୍ତ ବ୍ୟକ୍ତିଟି ଦିନେ କୃଷକର ସ୍ତ୍ରୀକୁ କହିଲା, ‘ପ୍ରିୟେ’! ‘ମୁଁ ତୁମକୁ ପ୍ରତିଦିନ ବୁଲୁଥିବାର ଦେଖୁଛି । ମୁଁ ମୋର ପତ୍ନୀଙ୍କୁ ହରାଇଛି । ତୁମକୁ ଦେଖିବା ଦିନଠାରୁ ମୁଁ ତୁମକୁ ମନେ ମନେ ଭଲ ପାଇଯାଇଛି ଏବଂ ତୁମକୁ ପତ୍ନୀ ରୂପେ ଗ୍ରହଣ କରିବା ପାଇଁ ଇଚ୍ଛୁକ । ମୋ କଥାରେ ତୁମର ସମ୍ମତି ଅଛି କି’?

       ଉକ୍ତ ବ୍ୟକ୍ତିର କଥା ଶୁଣି କୃଷକ ପତ୍ନୀଟି ସଂଗେ ସଂଗେ ତା’ର କଥାରେ ସମ୍ମତି ପ୍ରଦାନ କରିବାକୁ ଯାଇ କହିଲା, ମୁଁ ତୁମ କଥାରେ ରାଜି । ମୋର ସ୍ୱାମୀ ହେଉଛନ୍ତି ଜଣେ ଧନୀ ବ୍ୟକ୍ତି କିନ୍ତୁ ସେ ବର୍ତ୍ତମାନ ପ୍ରୌଢ ଅବସ୍ଥାରେ ଉପନୀତ, ଏପରିକି ଚାଲିବା ପାଇଁ ମଧ୍ୟ ସକ୍ଷମ ନୁହଁନ୍ତି । ତେଣୁ ଆମେ ପ୍ରଥମେ ତାଙ୍କର ଧନ ଗୁଡିକୁ ଅପହରଣ କରିନେଇ ସହରକୁ ଯାଇ ସେଠାରେ ଆନନ୍ଦରେ ବସବାସ କରିବା । କୃଷକ ପତ୍ନୀର କଥାରେ ଉକ୍ତ ଲୋକଟି ରାଜି ହୋଇଗଲା ଏବଂ କୃଷକ ପତ୍ନୀକୁ କହିଲା, ଆସନ୍ତାକାଲି ସକାଳେ ତୁମେ ଆସି ଏଠାରେ ପହଁଚିଲେ, ଆମେ ଏହି ଗ୍ରାମ ଛାଡି ସହରକୁ ଚାଲିଯିବା । ଉକ୍ତ ବ୍ୟକ୍ତିର କଥା ଶୁଣି କୃଷକ ପତ୍ନୀ ଖୁସି ମନରେ ସେଦିନ ଘରକୁ ଫେରିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ