କୋକିଶିଆଳି ଲାଞ୍ଜ ଧଳା

         ଠିକ୍ ରାତି ଅଧ ବେଳକୁ ବୁଢୀ ଦେଖିଲା ଗୋଟିଏ  କୋକିଶିଆଳି ଧୀରେ ଧୀରେ ବରକୋଳି ଗଛରେ ଚଢି ପାଚିଲା ବରକୋଳି ଖାଇଲା ଓ ତା’ପରେ ଗଛରୁ ଓହ୍ଲାଇ ଆସି ଗଛ ମୂଳେ ଝାଡା ଫେରିଲା ଓ ଗଛ ଦେହରେ ଜୋର୍ରେ ଘଷିହେଲା । ତା’ପରେ ତାଟିରେ କଣା କରି ଗୋଟିଏ କୁକୁଡା ପାଟିରେ ଧରି ଚମ୍ପଟ ମାରିଲା । ବୁଢୀ ବାଡି ଆଣି ତାକୁ ପିଟିବାକୁ ଯିବା ଆଗରୁ କୋକିଶିଆଳି ଛୁ’ । ବୁଢୀ ଏଥର ଜାଣି ପାରିଲାଯେ, ପ୍ରକୃତରେ ଏଇ କୋକିଶିଆଳି ହିଁ ଅସଲ ଚୋର । ତେଣୁ ବୁଢୀ ତାକୁ ଭଲକରି ପାନେ ଦେବା ପାଇଁ ଉପାୟ ଚିନ୍ତା କଲା ।

         ତା’ପର ଦିନ ବୁଢୀ ପୁଳାଏ ମୁନିଆଁ କଂଟା ଆଣି ଗଛ ଦେହରେ ପୋତି ଦେଲା ଓ ଗଛ ପାଖରୁ ଅଳ୍ପ ଦୂରରେ ଗୋଟିଏ କୁଣ୍ଡରେ କିଛି ପାଣିରଖି ତା’ ଦେହରେ ଲଙ୍କା ବାଟି ମିଶାଇ ଦେଲା ଓ କୋକିଶିଆଳିର ଆସିବା ବାଟକୁ ଲୁଚି ଜଗି ବସିଲା । ଠିକ୍ ରାତି ଅଧବେଳକୁ କୋକିଶିଆଳି ଆସି ଗଛରେ ଚଢି ପେଟେ କୋଳି ଖାଇଲା ଓ ଗଛରୁ ଓହ୍ଲାଇ ଗଛ ମୂଳରେ ଝାଡା ଫେରିଲା ଗଛ ଦେହରେ ଖୁସି ମନରେ ଘସିହେଲା । ବୁଢୀ ପୋତିଥିବା କଂଟାରେ କୋକିଶିଆଳିର ଦେହ ସବୁ ଚିରି ହୋଇଗଲା । ଦେହରୁ ରକ୍ତ ବୋହିବାକୁ ଲାଗିଲା । କୋକିଶିଆଳି ପ୍ରାଣ ବିକଳରେ ଚାରି ଆଡକୁ ଚାହିଁଲା, ଦେଖିଲା ଗୋଟିଏ କୁଣ୍ଡରେ ପାଣି ଭର୍ତୀ ହୋଇଛି । ସେ ପୋଡା ଜଳାରୁ ରକ୍ଷା ପାଇବା ପାଇଁ ସେହି ପାଣିକୁଣ୍ଡ ଭିତରେ ପଶିଗଲା । ତା’ ଦେହରେ ଲଙ୍କା ପାଣି ଲାଗି ଆହୁରି ଜୋର୍ରେ ପୋଡା ଜଳା କଲା । କୋକିଶିଆଳି ତଳେ ପଡି ବାପାଲୋ ମାଆଲୋ ବୋଲି ଚିତ୍କାର କଲା । ବୁଢୀ କୋକିଶିଆଳିର ଏ ଅବସ୍ଥା ଦେଖି ତାକୁ ପିଟିବ ବୋଲି ବାଡି ଖୋଜିଲା; କିନ୍ତୁ ପାଇଲା ନାହିଁ । ତା’ ସାମନାରେ ଗୋଟିଏ ଘୋଳ ଦହି ହାଣ୍ଡି ଥିଲା, ବୁଢୀ ସେ ଦହି ହାଣ୍ଡିଟାକୁ ରାଗରେ ଉଠାଇ ଧରି କୋକିଶିଆଳି ଉପରକୁ ଫିଙ୍ଗିଦେଲା । କୋକିଶିଆଳି ଛାନିଆରେ ଦଉଡି ପଳାଇବା ବେଳକୁ ଦହି ହାଣ୍ଡିଟା ତା’ ଲାଞ୍ଜର ଅଗ୍ରଭାଗରେ ଢାଳି ହୋଇଗଲା । ସେହିଦିନ ଠାରୁ କୋକିଶିଆଳିର ଲାଞ୍ଜଟା ଆଜିଯାଏଁ ଧଳାହୋଇ ରହିଛି ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍।


ଗପ ସାରଣୀ

ତାଲିକାଭୁକ୍ତ ଗପ