କୌଣସି କାର୍ଯ୍ୟ ଅସାଧ୍ୟ ନୁହେଁ

                ଅବଶ୍ୟ ସ୍କଟ୍ ସେତେବେଳେ ନିଜକୁ ଦେବାଳିଆ ଘୋଷଣା କରି ଏଇ ଋଣଭାରରୁ ମୁକ୍ତ ହୋଇ ପାରିଥାନ୍ତେ ଅଥବା ସେହି ବ୍ୟବସାୟର ସମସ୍ତ କ୍ଷତି ଭରଣା କରିବାର ଦାୟିତ୍ୱ ନିଜେ କାହିଁ ନେବେ ବୋଲି ଯୁକ୍ତିବାଢି ଖସି ଯାଇପାରିଥାନ୍ତେ । ମାତ୍ର ଏଭଳି କାର୍ଯ୍ୟ ଜମା ଭଲ ନୁହେଁ ବୋଲି ଚିନ୍ତାକରି ବହି ପରେ ବହି ସେ ଲେଖି ତାକୁ ବିକ୍ରିକରି ସେଥିରୁ ମିଳୁଥିବା ଟଙ୍କାରେ ସେ ତାଙ୍କ କରଜ ଶୁଝିଲେ । ଏଥିପାଇଁ ତାଙ୍କୁ ଅନେକ ବହି ଲେଖିବାକୁ ପଡିଲା ଓ ରାତି ରାତି ଉଜାଗର ବି ରହିବାକୁ ପଡିଲା । ଏହିଭଳି କଠିନ ପରିଶ୍ରମ କରି ସ୍କଟ୍ଙ୍କର ସ୍ୱାସ୍ଥ୍ୟ ପଛେ ଖରାପ ହୋଇଗଲା, ହେଲେ ବି ସେ ଋଣ ପରିଶୋଧରୁ ଆଦୌ ବିରତ ହୋଇ ନଥିଲେ । ଫଳରେ ସେ କେବଳ ଶାରୀରିକ ଭାବରେ ନୁହେଁ, ବରଂ ମାନସିକ ଭାବରେ ବି କ୍ଷତିଗ୍ରସ୍ତ ହେଲେ ।

                ଶେଷରେ ସମସ୍ତ ଋଣ ଶୁଝି ଯାଇଥିବା ଖବର ପାଇବା ପରେ ସ୍କଟ୍ଙ୍କ ସହିତ ତାଙ୍କର ପରିବାର ଲୋକ ବି ଆଶ୍ୱସ୍ତି ଲାଭ କଲେ । କିଛିକାଳ ଶାନ୍ତି ପାଇବା ପରେ ତାଙ୍କର ମୃତ୍ୟୁ ଘଟିଲା, ଯାହାକି ଥିଲା ତାଙ୍କର ଅତ୍ୟଧିକ ପରିଶ୍ରମର ପରିଣାମ । ଆଜିକାଲି ଯୁଗରେ ସ୍କଟ୍ଙ୍କ ଉଦାହରଣ ଅବିଶ୍ୱାସନୀୟ ଲାଗିପାରେ, ହେଲେ ବି ଏ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ ଥିଲା । ଏହି ମହାପୁରୁଷଙ୍କ ଜୀବନୀରୁ ଏହି ଶିକ୍ଷା ମିଳେ ଯେ, ଜୀବନରେ କୌଣସି କାର୍ଯ୍ୟ ଅସାଧ୍ୟ ନୁହଁ । କେବଳ ମନ ଥିଲେ ସମସ୍ତ କାର୍ଯ୍ୟ ସାଧିତ ହୋଇପାରିବ । ସୁତରାଂ ଏଇ ସୂଚନା ଦିଆଯାଇପାରେ ଯେ –

“ନ ହୋଇ ଅବଶ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କରି ଯା’କର୍ମ

ମୋ’ଦ୍ୱାରା ନୁହେଁ ଏ ସମ୍ଭବ ଭାବିବା ନୁହଁଇ କଦାପି ମାନବଧର୍ମ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ