କ୍ରୋଧଜୟୀ ଭଗବାନ ମହାବୀର

କ୍ରୋଧକୁ ଯେ’ ଜୟ କରିଥାଏ ସିଏ ଅସଲ ସାଧୁରେ ହୁଏ ଗଣିତ

    ଚଣ୍ଡାଳ ସାଥୀରେ ସମାନ ସେ ବ୍ୟକ୍ତି ଯାହାପାଶେ କ୍ରୋଧଥାଏ ସତତ ।

    ତୀର୍ଥଙ୍କର ଭଗବାନ ମହାବୀର ଥିଲେ କ୍ରୋଧଜୟୀ ସାରା ଜୀବନେ

    ତାଙ୍କ ଜୀବନୀରୁ ଶୁଣିଲେ କଥାଟେ ବିସ୍ମିତ ହୋଇବେ ଶୁଣିବା ଜନେ ।

                ଯେଉଁ ବ୍ୟକ୍ତି ପାଖରେ କ୍ରୋଧ ନଥାଏ, କେବଳ ସେ ହିଁ ଅସଲ ସାଧୁରେ ପରିଗଣିତ ହୋଇଥାଏ । ଅନେକ ଦୃଷ୍ଟାନ୍ତରୁ ଜଣାଯାଇଛି ଯେ, ବଡ ମଣିଷମାନେ ସାଧାରଣତଃ କ୍ରୋଧକୁ ବର୍ଜନ କରିଥାନ୍ତି । ମାତ୍ର ସାଧାରଣ ଲୋକେ କ୍ରୋଧକୁ ସମ୍ବରଣ କରିନପାରି ଭଲ ମନ୍ଦ କିଛି ଜାଣିପାରି ନଥାନ୍ତି । ଫଳରେ ନାନା ଅଘଟଣ ଘଟିଥାଏ । କ୍ରୋଧୀବ୍ୟକ୍ତିମାନେ ଜନସମାଜରେ ଘୃଣ୍ୟ ହୋଇଯାଆନ୍ତି ଚଣ୍ଡାଳ ସମାନ । ମାତ୍ର ମହାବୀର କିଭଳି କ୍ରୋଧକୁ ଜୟକରି ‘ଭଗବାନ’ ପଦବାଚ୍ୟ ଲାଭ କରିଥିଲେ, ଆସ ଶୁଣିବା ତାଙ୍କରି କଥା ।


ଗପ ସାରଣୀ

ତାଲିକାଭୁକ୍ତ ଗପ