ଖୋସାମତିର ତୃଷା

ଶିବ ସେଠାରୁ ଫେରି ଯାଇ ନରସିଂହକୁ ସବୁ କଥା କହିଲା । ତା’କଥା ଶୁଣି ନରସିଂହ କହିଲା “ଠିକ୍ ଅଛି । ସେ ସେପରି କହିବେ ବୋଲି ତ ଜଣାଥିଲା । କାଲି ସେଠାକୁ ପୁଣି ଯାଅ । ମୋର ଯାହା କରିବାର କଥା ମୁଁ କରିବି ।”

ପରଦିନ ଶିବ ଭୈରବନାଥଙ୍କର ଦେଖା ପାଇଲା ନାହିଁ । ଚାରିପାଂଚ ଘଂଟା ଅପେକ୍ଷା କରିବା ପରେ ସେ ଶିବ ପାଖକୁ କହିପଠାଇଲେ କି କାଲିକି ଆସିଲେ ଦେଖାଯିବ ।

ପରଦିନ ଶିବ ଆସି ପହଁଚିବା ମାତ୍ରେ ଭୈରବନାଥଙ୍କ ସହ ତା’ର ଭେଟ ହୋଇଗଲା । ଶିବ ଦେଖିଲା ଦଳେ ଲୋକ ତାଙ୍କ ଚାରି ପାଖରେ ବସି ତାଙ୍କର ଗୁଣଗାନ କରୁଛନ୍ତି ।

ଶିବ ଠିଆ ହୋଇଥାଏ; ଠିକ୍ ସେତିକିବେଳେ ନରସିଂହ ବ୍ୟସ୍ତ ହୋଇ ସେଠାରେ ଯାଇ ପହଁଚିଲା । ଶିବ କହିଲା, “କଥା କ’ଣ? ଏଠିକି କାହିଁକି ଆସିଛ? କାହାକୁ ଖୋଜୁଛ?”

ନରସିଂହ କହିଲା “କିଛି ନାହିଁ ଯେ ମୁଁ ରାମଦାଦାଙ୍କୁ ଖୋଜୁଛି । ସେ ମୋତେ କଥା ଦେଇଥିଲେ କି ଜମିଦାରଙ୍କ ପାଖରେ ମୋତେ ଚାକିରୀ କରାଇ ଦେବେ ।”

ଏକଥା ଶୁଣିବା ମାତ୍ରେ ଭୈରବନାଥ ରାଗି ନିଆଁବାଣ ହୋଇ ଯାଇ କହିଲେ, “ମୋର ଆଜ୍ଞା ନ ପାଇ ସେ ମୂର୍ଖ ଚାକର ତୁମକୁ କିପରି ଏଠାକୁ ପଠାଇଲା? ରାମ ତ ଆମର ମାଳୀ । କ’ଣ ସେ ତୁମକୁ ଚାକିରୀ ଦେବ ବୋଲି କହିଲା? ତୁମେ ଏତିକି ଜାଣିନାହଁ, କି ଏଠାରେ ଚାକିରୀ ଦେବାର ସାମର୍ଥ୍ୟ କାହାର ଅଛି?”

ଭୈରବ ଶିବ ଆଡକୁ ଚାହିଁ କହିଲେ, “ପ୍ରାୟ ଏକ ସପ୍ତାହ ତୁମେ ଚାକିରୀ ପାଇଁ ମୋ ପାଖକୁ ଦୌଡୁଛ; ଏବେ ତାକୁ ବୁଝେଇ ଦିଅ ମୁଁ କିଏ ।”

ଏହାପରେ ସେ ଶିବ ଚଟାପଟ ନରସିଂହ ଆଡକୁ ଚାହିଁ କହିଲା, “ଇଏ ହେଉଛନ୍ତି ବିଖ୍ୟାତ ଭୈରବନାଥ । ଏହାଙ୍କ କଥା କାଟିବାକୁ ଏଠାରେ କେହି ନାହିଁ । ତାଙ୍କ ଆଜ୍ଞା ବିନା ଏଠାରେ ପତରଟିଏ ମଧ୍ୟ ହଲେ ନାହିଁ । ଏହାଙ୍କ ସହିତ ପରାମର୍ଶ କରିବା ପରେ ଯାଇ ଜମିଦାର ଯାହାକୁ ହେଲେ ଚାକିରୀ ଦିଅନ୍ତି ।” ନରସିଂହ ଶିବକୁ ଉପେକ୍ଷା କରିବା ଭାବରେ ଚାହିଁ କହିଲା, “ଓ ତେବେ ଏହି ହେଉଛନ୍ତି ଭୈରବନାଥଙ୍କ ମହାନୁଭବ? କିନ୍ତୁ ମୋର ବିଶ୍ୱାସ ହେଉନାହିଁ ଯେ ରାମଦାଦାଙ୍କ ଠାରୁ ଇଏ ବେଶି ପ୍ରଭାବଶାଳୀ ।”

ଭୈରବନାଥଙ୍କୁ ଏସବୁ କଥା ବଡ ଅପମାନ ଜନକ ଲାଗିଲା । ସେ କହିଲେ, “ମୁଁ ମଧ୍ୟ ଦେଖିବି ତୁମ ରାମଦାଦା ତୁମକୁ କିପରି ଚାକିରୀ ଦେବେ । ଏବେ ଶୁଣ କାଲି ସଂଧ୍ୟା ମଧ୍ୟରେ ଏଇ ଶିବକୁ ମୁଁ ଚାକିରୀ ଦେଇ ଦେବି । ତାକୁ ମୁଁ ଅଧିକାରୀ ପଦରେ ରଖିବି । ତା’ପରେ ତମେ ଦେଖିବ ମୁଁ ନା ତୁମ ରାମଦାଦା ଏଠାରେ ସବୁଠୁ ଅଧିକ ପ୍ରଭାବଶାଳୀ ।”

ପରଦିନ ଶିବଙ୍କୁ ଭଲ ଚାକିରୀଟିଏ ମିଳିଲା । ତା’ପରେ ଦୁଇବନ୍ଧୁ ଖୁବ୍ ହସିଲେ, କାରଣ ସେମାନଙ୍କ ଯୋଜନା ସଫଳ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ