ଗଜମୂର୍ଖ

ଏହାଶୁଣି ବଡ ଦୁଇଭାଇ କହିଲେ “ତା’ ଭିତରେ ଛୋଟ ପଥର ସବୁ ଅଛି ।” କିନ୍ତୁ ମୋହନ ସଙ୍ଗେ ସଙ୍ଗେ ତା’ଭାଇମାନଙ୍କୁ କହିଲା, “ଭାଇମାନେ, ଅନ୍ୟମାନଙ୍କୁ ସିନା କହିବ ନାହିଁ, ହେଲେ ପଣ୍ଡିତ ପୁରୋହିତଙ୍କୁ ଆମେ କିପରି ମିଛକଥା କହିବା? ଏହାପରେ ମୋହନ କହିଲା ପଣ୍ଡିତ ମହାଶୟ, ଏଥିରେ ସୁନା ଅଛି ।”ଏତିକି କହି ସେ ନିଜର ପୁଟୁଳି ଖୋଲି ପଣ୍ଡିତଙ୍କୁ ଦେଖାଇଲା । ଏକାବେଳକେ ଏତେ ସୁନା ଦେଖି ସେ ପଣ୍ଡିତଙ୍କର ବହୁତ ଲୋଭ ହେଲା । ତେଣୁ ପଣ୍ଡିତ ସେ ଥଳୀରେ ହାତ ପୁରାଇ ସେଥିରୁ ବଳପୂର୍ବକ ଦୁଇହାତରେ ଦୁଇ ମୁଠା ସୁନା ମୋହର ଉଠାଇ ନେଲେ ।

ଏସବୁ ଦେଖି ମୋହନ ରାଗିଯାଇ କହିଲା, “ଦୁଷ୍ଟ ପଣ୍ଡିତ, ଇଏ କ’ଣ?” ଏତିକି କହି ମୋହନ ତା କୁରାଢୀକୁ ସେ ପୁରୋହୀତଙ୍କ ମୁଣ୍ଡ ଉପରେ ଦେଲା ଚଳାଇ । ଫଳସ୍ୱରୂପ ସେହିଠାରେ ହିଁ ସେ ପୁରୋହିତଙ୍କର ପଂଚତ୍ୱପ୍ରାପ୍ତି ।

“ଆରେ ମୂର୍ଖ, ଇଏ ତୁ କ’ଣ କଲୁ? ଏହା ଦ୍ୱାରା ତୁ ତ ତୋ ନିଜ ଜୀବନ ପାଇଁ ବିପଦ ଡାକି ଆଣିଲୁ ତା ସଙ୍ଗେ ସଙ୍ଗେ ଆମ ଦୁଇଜଣଙ୍କ ପାଇଁ ମଧ୍ୟ ।” ଏକଥା କହି ସେ ଦୁଇ ବଡଭାଇ ପୁରୋହିତଙ୍କ ଶବ ନେଇ ଦୂରରେ ଥିବା ଏକ ଖାଲରେ ପକାଇ ଦେଇ ଯେଝା ଘରକୁ ଯିଏ ଚାଲିଗଲେ ।

ପୁଣି ସେ ବଡ ଦୁଇଭାଇ ରାତିରେ ବିଚାର କଲେ କି ମୂର୍ଖ ମୋହନ ତ ଦିନେନା ଦିନେ ଏ ରହସ୍ୟ ସମସ୍ତିଙ୍କୁ କହିଦେବ ଯାହାଦ୍ୱାରା କି ଆମମାନଙ୍କ ଜୀବନ ଉପରେ ବିପଦ ପଡିବ । ତେଣୁ ଏପରି ଭାବି ସେ ଦୁହେଁ ରାତିରେ ଯାଇ ପୁରୋହିତଙ୍କ ଶବକୁ ବାହାର କରି ନେଇ ନଈରେ ଭସାଇ ଦେଲେ । ଆଉ ସେହି ସ୍ଥାନରେ ଗୋଟିଏ ମଲା ଛେଳିକୁ ପୋତିଦେଲେ ।

ତା’ପରଦିନ ସେ ଗ୍ରାମରେ ସମସ୍ତେ ପୁରୋହିତଙ୍କୁ ଖୋଜିଲେ । ହେଲେ ସେ କେଉଁଠି ବି ମିଳୁ ନାହାଁନ୍ତି । ଦିନେ କଥାବାର୍ତ୍ତା ହେଉ ହେଉ ମୋହନ କହିଲା, “ଆରେ, ସମସ୍ତେ ପୁରୋହିତଙ୍କୁ ଖୋଜୁଛ କାହିଁକି? ତାଙ୍କୁ ତ ମୁଁ କେବେଠୁ ମାରି ପୋତି ପକାଇଛି । ମୋ ସାଥିରେ ଆସ ମୁଁ ସେସ୍ଥାନ ତୁମକୁ ଦେଖାଇ ଦେବି ।”

ମୋହନ ଗ୍ରାମବାସୀଙ୍କ ମଧ୍ୟରୁ କେତେକଙ୍କୁ ସାଥିରେ ନେଇ ଯଥା ସ୍ଥାନରେ ପହଁଚିଲା ଓ ଗାତ ଖୋଳିବାକୁ ଆରମ୍ଭ କଲା । ଏଣେ ଗ୍ରାମବାସୀମାନେ ଆଶ୍ଚର୍ଯ୍ୟ ହୋଇ ଅପେକ୍ଷା କରୁଥା’ନ୍ତି ।

ମୋହନ ଖୋଳୁ ଖୋଳୁ ପଚାରିଲା “ତାଙ୍କ ମୁହଁରେ ଅଳ୍ପ ଅଳ୍ପ ଦାଢୀ ଥିଲା ନା?”

ଲୋକେ କହିଲେ “ହଁ, ହଁ, ନିଶ୍ଚୟ ।”

ମୋହନ ପୁଣି ପଚାରିଲା “ଦୁଇଟା କାନ ଥିଲା ନା?”

ଏହାପରେ ଗ୍ରାମବାସୀମାନେ କହିଲେ “ହଁ, ନିଶ୍ଚୟ, ତା’ ତ ଥିଲା ।”

ମୋହନ ସେ ଗାତ ଖୋଳୁ ଖୋଳୁ ପୁଣି ପଚାରିଲା “ତାଙ୍କର ମୁଣ୍ଡରେ ଦୁଇଟା ସିଙ୍ଘ ଥିଲା ନା?”

ମୋହନର ଏକଥା ଶୁଣି ସେଠିକା ଗ୍ରାମବାସୀମାନେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ଏଁ, ତାଙ୍କର ପୁଣି ସିଙ୍ଘ କୁଆଡୁ ଆସିଲା?”

“ଆରେ, ଆପଣମାନେ ମୋ କଥାକୁ ବିଶ୍ୱାସ କରୁ ନାହାଁନ୍ତି ତ ତେବେ ନିଜେ ଆସି ଦେଖନ୍ତୁ!” ଏତିକି କହି ମୋହନ ଛେଳିର ଅଧାପଚା ଦେହକୁ ସେ ଖାଲରୁ କାଢି ସମସ୍ତିଙ୍କୁ ଦେଖାଇଲା ।

ମୋହନର କଥାକୁ ତ ଆରମ୍ଭରୁ ସେମାନେ ସବୁ ବିଶ୍ୱାସ କରୁଥିଲେ । ମାତ୍ର ଏବେ ସେମାନେ ନିଜ ନିଜ ଭିତରେ କହିଲେ, “ଏ ପାଗଳା, ଗଜମୂର୍ଖ କଥାରେ ପଡି ଆମେ ତୁଚ୍ଛାରେ ଯାହା ଖାଲି ଅଯଥାରେ ସମୟ ନଷ୍ଟ କଲୁଁ ।” ତା’ପରେ ସେମାନେ ହସି ହସି ଆପଣା ଗ୍ରାମକୁ ଫେରିଗଲେ ।

ହେଲେ ମୋହନ କିନ୍ତୁ ଶେଷ ପର୍ଯ୍ୟନ୍ତ ବୁଝିପାରିଲାନି ଯେ ତା’ର ଭୁଲ୍ ଆଉ ରହିଲା କେଉଁଠି!


ଗପ ସାରଣୀ

ତାଲିକାଭୁକ୍ତ ଗପ