ଗୁଣମଣି

କସ୍ତୁରୀ ନାୟକ କୌଣସି ପ୍ରତିବାଦ କଲା ନାହିଁ । ସେ ତୁରନ୍ତ କହିଲା – ‘ମୁଁ କେବଳ ପରିସ୍ଥିତିରେ ପଡି ମାନି ନେଇଛି । କାହିଁକିନା ତୁମ କଥା ମାନିବା ବ୍ୟତୀତ ଆଉ କୌଣସି ଉପାୟ ହିଁ ନାହିଁ ।’

ସେତେବେଳେ ଗିରିଜବା ଗୋଟିଏ ଇଚ୍ଛା ପ୍ରକାଶ କଲେ । ସେ କହିଲେ– ‘ଆମର କୁଳ ପରମ୍ପରା ଅନୁସାରେ ମୋତେ ଓ ମୋର ଭାଇକୁ ଗୋଟିଏ ଶୋଭାଯାତ୍ରାରେ ନଗର ପରିକ୍ରମା କରିବାକୁ ହେବ ।’ ଏହି ବିଚିତ୍ର ଇଚ୍ଛା ଶୁଣି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ । ଶତ୍ରୁ ଦଳର ସେନାପତି ଗିରିଜବାର ଇଛାକୁ ମାନିନେଲେ । ଶୋଭାଯାତ୍ରା ପାଇଁ ଆବଶ୍ୟକ ପ୍ରସ୍ତୁତି କରାଗଲା । ଏ ସବୁ ଜାଣି ଲକୁମବା ଗିରିଜବାଙ୍କୁ ପରାମର୍ଶ ଦେବା ପାଇଁ ଗଲେ ଯେ ସେ ଶତ୍ରୁ ସେନାପତିଙ୍କ ସହିତ ବିବାହ କରନ୍ତୁ ନାହିଁ । କିନ୍ତୁ ଗିରିଜବାଙ୍କ କାନରେ ତାଙ୍କର ପରାମର୍ଶ ପଡିଲା ନାହିଁ । ତାଙ୍କର ପରାମର୍ଶ ନ ମାନିବାର କାରଣ ଏହା ନଥିଲା ଯେ ଗିରିଜବାଙ୍କର ମହାରାଣୀଙ୍କ ପ୍ରତି ଭକ୍ତି କମ୍ ହୋଇଯାଇଥିଲା । ସେ ମନେ ମନେ ଏକ ବଡ ଉଦ୍ଧେଶ୍ୟ ସାଧନ କରିବା ପାଇଁ ନିଶ୍ଚୟ କରିଥିଲେ । ଶୋଭାଯାତ୍ରା ସମୟରେ ଭଉଣୀ ଲକୁମବାଙ୍କୁ ନିଜର ପୁତ୍ରକୁ ସମର୍ପଣ କରି ଗିରିଜବା କହିଲେ – “ଭଉଣୀ! ଏ ଏବେ ଆପଣଙ୍କର ପୁତ୍ର ।’ ଏହା କହି ସେ ଚାଲିଗଲେ ।

ଗିରିଜବାଙ୍କ ଇଛା ଅନୁସାରେ ମହା ଆଡମ୍ବରରେ ଶୋଭାଯାତ୍ରା ବାହାରିଲା । ଗୋଟିଏ ପଟେ କସ୍ତୁରୀ ନାୟକ ଏବଂ ଅନ୍ୟ ପଟେ ଗିରିଜବା । ଦୁଇଟି ଶୋଭାଯାତ୍ରା ନଗର ମଧ୍ୟରେ ଏକ ଉଚ୍ଚ ଚଟାଣ ଉପରେ ମିଳିତ ହେଲେ । ସେଠାରେ ଗିରିଜବା ଓହ୍ଲାଇ ଯାଇ ସାନ ଭାଇକୁ ବନ୍ଦାପନା କଲେ ଏବଂ କହିଲେ – ‘ତୋ କାରଣରୁ ମୁଁ ଏତେ ବଡ ପଦ ପ୍ରାପ୍ତ କରିପାରିଲି ।’ ଭଉଣୀର ଏହି କଥାକୁ ସତ୍ୟ ମନେ କରି କସ୍ତୁରୀ ନାୟକ ଅତ୍ୟନ୍ତ ଆନନ୍ଦରେ ଫୁଲି ଉଠିଲା ।

ମୃତ୍ୟୁ ପୂର୍ବରୁ ଗିରିଜବା ଯେପରି ଶକ୍ତି ରୂପ ଧାରଣ କଲେ । ସେ କ୍ରୋଧରେ ଋଦ୍ର ମୂର୍ତ୍ତି ଧାରଣ କଲେ । ‘ଦ୍ରୋହୀ! ମୋ କାରଣରୁ ମୋ ସାଥୀରେ ଆସିଲୁ ଏବଂ ତୋ କାରଣରୁ ରାମସ୍ୟ ନାୟକର ଘର ଛାରଖାର ହୋଇଗଲା । ଆମରି କାରଣରୁ ସେହି ବଂଶରେ ସାତ ପୁରୁଷ ପର୍ଯ୍ୟନ୍ତ କୁତ୍ସା ରଚନା କରାଯିବ । ଏ ମାଟିକୁ ଅପବିତ୍ର କରିଦେଲୁ । ଆମ ପରି ମହାପାପୀ ବଂଚି ରହିବା ମାତୃଭୂମି ଉପରେ ବୋଝ ସଦୃଶ ହେବ । ଏହା କହି ଭାଇକୁ କୁଣ୍ଢାଇ ଧରି ସେ ପଥର କୁଦା ଉପରୁ ତଳକୁ ଡେଇଁ ପଡିଲା ।’

ତଳେ ପଡିବା ବେଳକୁ ସେ ଦୁଇ ଜଣଙ୍କର ପ୍ରାଣ ବାୟୁ ଉଡିଯାଇଥିଲା ।

ଗୁଣମଣି, ପୂଜ୍ୟା, ଗିରିଜବା ଯେଉଁଠାରେ ଆତ୍ମବଳୀ ଦେଇଥିଲେ ସେହି ସ୍ଥାନରେ ଏକ ଗ୍ରାମ ସ୍ଥାପିତ ହୋଇଛି, ଯାହା କି ଆଜି ବି ରହିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ