ଗୁପ୍ତଦଲିଲ୍

                ସାନ୍ ଚି ବାପାଙ୍କଠାରୁ ଖୁସିରେ ଖାତାଟି ନେଲା ଓ କହିଲା, “ବାପା, ଆପଣ କୌଣସି ଚିନ୍ତା କରନ୍ତୁ ନାହିଁ । ଆପଣଙ୍କର ସବୁ ଆଦେଶ ମୁଁ ଯଥାଶକ୍ତି ପାଳନ କରିବି ।”

                ସାନ୍ ଚି ଚାଲିଯିବା ପରେ ମେୟ କାନ୍ଦି କାନ୍ଦି ତା’ର ସ୍ୱାମୀଙ୍କୁ କହିଲା, “ଇଏ ବି ତ ଆପଣଙ୍କ ପୁତ୍ର । ଆପଣ ଆପଣଙ୍କ ସାରା ସମ୍ପତ୍ତି ଜ୍ୟେଷ୍ଠପୁତ୍ରକୁ ସମର୍ପଣ କରି ଏପରି ଅନ୍ୟାୟ କାହିଁକି କଲେ? ମୁଁ ଏବେ ମୋ ପିଲାଟିକୁ ନେଇ କିପରି ଚଳିବି?”

                ତହୁଁ ନି ମେୟକୁ ବୁଝାଇବାକୁ ଯାଇ କହିଲେ, “ସାନ୍ ଚି ଉପରେ ମୋର ଆଦୌ ବିଶ୍ୱାସ ନାହିଁ । ଏବେ ଯଦି ମୁଁ ମୋ ଦୁଇ ପୁଅଙ୍କ ମଧ୍ୟରେ ସମ୍ପତ୍ତି ବାଂଟିଦେବି ତେବେ ବଡ ପୁଅ ସମ୍ପତ୍ତି ଯୋଗୁଁ ସାନ ପୁଅକୁ ଜୀବନରେ ମାରିଦେଇ ପାରେ । ସାରା ସମ୍ପତ୍ତି ତା’ ହାତରେ ଦେଲେ ସେ ହୁଏତ ସାନ ଭାଇକୁ ଆଉ ଈର୍ଷା କରିବ ନାହିଁ । ତମେ ମୋର ମୃତ୍ୟୁ ପରେ ଏଠାରେ ରହି କଷ୍ଟ ପାଇବା ଅପେକ୍ଷା ଅନ୍ୟ କୌଣସି ସ୍ଥାନରେ ଚେଷ୍ଟା କରି ବିବାହ କରିନିଅ ଓ ସୁଖରେ ରୁହ ।”

                ଏପରି କଥା ଶୁଣି ମେୟ ଦୁଃଖ କରି କହିଲା, “ମୁଁ ଗରିବ ହେଲେ ମଧ୍ୟ ଏକ ପ୍ରତିଷ୍ଠିତ ପରିବାରରେ ଜନ୍ମ ହୋଇଥିଲି । ଭଲ ପରିବାରରେ ବୋହୁ ବି ହେଲି । ତୁମେ କିପରି ଭାବୁଛ ମୁଁ ମୋ ପୁଅଠାରୁ ଦୂରରେ ରହିବି ଓ ପୁଣି ଆଉ ଥରେ ବିବାହ କରିବି?” ସେକଥା ତ ଏକବାରେ ଅସମ୍ଭବ । ସୁଖ ହେଉ କି ଦୁଃଖ ହେଉ ମୁଁ ମୋ ପୁଅ ସହିତହିଁ ରହିବି ।”

                ନି ଦେଖିଲେ ମେୟ ତା’ କଥାରେ ଦୃଢ । ତେଣୁ ସେ କହିଲେ, “ତେବେ ଶୁଣ, ମୁଁ ଏପରି କିଛି ବ୍ୟବସ୍ଥା କରିଯିବି ଯେ ତୁମକୁ ଆଉ କଷ୍ଟ କରିବାକୁ ପଡିବ ନାହିଁ ।” ଏତିକି କହି ସେ ତାଙ୍କ ତକିଆ ତଳୁ ଗୋଟିଏ ପୁଡା କାଢି ମେୟ ହାତରେ ଦେଲେ ।

                ମେୟ ପଚାରିଲା, “ଏ କ’ଣ?”

ନି ବୁଝାଇଲେ, “ଏଥିରେ ମୋର ଗୋଟିଏ ଚିତ୍ରପଟ ଅଛି । ତାହା ଏପରି ଭାବରେ ଅଙ୍କା ହୋଇଛି ଯେ କେବଳ ଜଣେ ବୁଦ୍ଧିମାନ ଲୋକ ହିଁ ବୁଝିନେବ ସେଥିରେ କିଛି ଲେଖା ଅଛି । ଯେତେବେଳେ ତୁମ ପୁଅ ବଡ ହେବ ଓ ସାନ୍ ଚି ଜମିଜମା ନଦେଇ ତୁମକୁ ହଇରାଣ କରିବ ସେତେବେଳେ କୌଣସି ବୁଦ୍ଧିମାନ୍ ଓ ଧର୍ମାତ୍ମା ନ୍ୟାୟାଧିକାରୀଙ୍କ ପାଖକୁ ଯାଇ ତୁମେ ଏଇଟି ତାଙ୍କୁ ଦେଖାଇବ । ତେବେ ଯାଇ ସେ ତୁମକୁ ତୁମର ସମ୍ପତ୍ତି ପାଇବାରେ ସହାୟତା କରିବେ । ତା’ପରେ ତୁମେ ଦୁହେଁ ସୁଖରେ ରହିବ ।”

ଏ ଘଟଣାର କିଛିଦିନ ପରେ ନି ଚିୟେନ୍ ମରିଗଲେ । ସାନ୍ ଚି ପିତାଙ୍କର ମୃତ୍ୟୁପରର କାର୍ଯ୍ୟକ୍ରମ ଧୁମଧାମ୍ରେ ଶେଷ କଲା । ସେହି ସୁଯୋଗରେ ସେ ମେୟ ଓ ତା’ ପୁଅକୁ ଘରର ପଛପଟରେ ଥିବା ଏକ କୁଡିଆରେ ରହିବାକୁ କହିଲା । ସବୁଦିନେ କିଛି କିଛି ଚାଉଳ ପଠାଏ । ଛୋଟ ଝିଅଟିଏ ସେମାନଙ୍କୁ ସାହାଯ୍ୟ କରିବାକୁ ଯାଏ । ମେୟ ନିଜେ କିଛି ସିଲାଇ କାମ କରି ଅନ୍ୟାନ୍ୟ ଖର୍ଚ୍ଚ ଚଳାଉଥାଏ ।

ଗାଁ ଲୋକମାନେ ବଡ ପୁଅର ଏ ବ୍ୟବହାରରେ ବ୍ୟଥିତ ହେଲେ । ସେମାନେ ମେୟ ପ୍ରତି ସହାନୁଭୂତି ଦେଖାଇବା ସଙ୍ଗେ ସଙ୍ଗେ ତାକୁ ନାନା ଭାବରେ ସାହାଯ୍ୟ ମଧ୍ୟ କଲେ । ମେୟ ସମସ୍ତଙ୍କ ସହଯୋଗରେ ଚଳି ଯାଉଥାଏ । ସେ କେବେବି ସାନ୍ ଚି ପ୍ରତି କୌଣସି କ୍ରୋଧ ପ୍ରକାଶ କରୁ ନଥାଏ ।

କିଛିଦିନ ପରେ ସାନ୍ ଚି ମେୟ ପାଖକୁ ଖବର ପଠାଇଲା କି ସେ ପୁଣିଥରେ ବିବାହ କରୁ । ଏପରିକି କେତେ ଭଦ୍ରଲୋକଙ୍କୁ ମଧ୍ୟ ସେ ପଠାଇଲା । କିନ୍ତୁ ମେୟ ସ୍ପଷ୍ଟ ଭାବରେ କହିଲା ଯେ ସେ ଆଉ ବିବାହ କରିବ ନାହିଁ । ପୁଅକୁ ଧରି ସାରା ଜୀବନ ସେ ସେମିତି ରହିବ । ଏକଥା ଶୁଣି ସାନ୍ ଚି ଯାହା ତାକୁ ଟିକେ ସାହାଯ୍ୟ କରୁଥିଲା ତାହା ମଧ୍ୟ ରାଗରେ ସେ ବନ୍ଦ କରିଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ