ଗୁରୁଦକ୍ଷିଣା

ପୁରାଣ ଯୁଗର କଥା ।

                ବାଳକ ଶ୍ରୀକୃଷ୍ଣ ତାଙ୍କର ବଡଭାଇ ବଳରାମଙ୍କ ସହିତ ଶିକ୍ଷାଲାଭ କରିବା ପାଇଁ ସନ୍ଦିପନୀ ମୁନିଙ୍କ ଆଶ୍ରମରେ ଯାଇ ପହଁଚିବା ପରେ ମୁନି ଓ ମୁନିପତ୍ନୀ ଦୁହେଁ ଖୁବ୍ ଆଗ୍ରହର ସହିତ ସେମାନଙ୍କୁ ଗ୍ରହଣ କଲେ । ସେତେବେଳେ ବିଦ୍ୟାର୍ଥୀମାନେ ପାଠ ପଢିବା ପାଇଁ ଯାଇ ଋଷିମାନଙ୍କ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରୁଥିଲେ । ସେମିତି ଶ୍ରୀକୃଷ୍ଣ ଆଉ ବଳରାମ ମଧ୍ୟ ମୁନିଙ୍କ ଆଶ୍ରମରେ ରହି ଶିକ୍ଷାଲାଭ କରିବାକୁ ଲାଗିଲେ । ମାତ୍ର ସେମାନଙ୍କ ଶିକ୍ଷା ଶେଷ ହେବା ପରେ ମୁନି ତାଙ୍କୁ ରାଜ ଉଆସକୁ ଫେରିଯିବା ପାଇଁ କହିଲେ ।

                ଦୁଇଭାଇ ଗୁରୁଙ୍କ ପାଖରୁ ଏଭଳି ନିର୍ଦେଶ ପାଇ ଗୁରୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ପାଖରେ ଯାଇ ପହଁଚି ସେମାନଙ୍କ ମନର କଥା ଜଣାଇଲେ । ଶିକ୍ଷାଲାଭ ପରେ ଗୁରୁଙ୍କୁ ଦକ୍ଷିଣା ଦେବାଥିଲା ପ୍ରାଚୀନ କାଳର ଏକ ପରମ୍ପରା । ଏ କଥା ଜାଣିବା ପରେ ମୁନି କହିଲେ, ‘ବତ୍ସ ! ଏ ସମୟରେ ତୁମେ ଦୁହେଁ ମୋତେ କେଉଁ ପ୍ରକାର ଦକ୍ଷିଣା ଦେବ ବୋଲି ଚିନ୍ତା କରୁଛ’?

                ତହୁଁ ଦୁଇଭାଇ କହିଲେ, ‘ମହାଶୟ ! ଗୁରୁଦକ୍ଷିଣା ଦେବା ପାଇଁ ତ ଆମେ ପ୍ରସ୍ତୁତ ହୋଇ ଆସିଛୁ । କେବଳ ଆପଣଙ୍କ ଇଚ୍ଛା କଅଣ, ତାହା ଜାଣିବା ପାଇଁ ହିଁ ଆମେ ଅପେକ୍ଷା କରୁଛୁ’ ।


ଗପ ସାରଣୀ

ତାଲିକାଭୁକ୍ତ ଗପ