ଗୁରୁ ମହାଶୟ ଗୋପାଳ

ଗୋପାଳ ଭାଣ୍ଡର ପ୍ରତିବାସୀ ଜଣେ ବ୍ରାହ୍ମଣ ଗୁରୁ ଥାଆନ୍ତି । ଦିନେ ସେ ତାଙ୍କର ଶିଷ୍ୟ ଘରକୁ ଗଲେ । ସାଙ୍ଗରେ ଗୋପାଳକୁ ମଧ୍ୟ ନେଇ ଯାଇ ଥିଲେ । ଶିଷ୍ୟ ଗୁରୁଙ୍କୁ ଦେଖି ବଡ କଉ ମାଛ ଖୋଜି ଆଣି ରୋଷେଇ କରିବାର ଯୋଗାଡ କରି ଦେଲେ ।

                 ଗୁରୁ ମହାଶୟ ଯତ୍ନର ସହିତ ରନ୍ଧନ କରି ଭୋଜନର ବ୍ୟବସ୍ଥା କଲେ । ନିଜ ସକାଶେ ଓ ଗୋପାଳ ସକାଶେ ଦୁଇ ଖଣ୍ଡ ପତ୍ର ପକାଇ ବାଢିଲେ, କିନ୍ତୁ ଗୁରୁ ମହାଶୟ ନିଜ ପତ୍ରରେ ବଡ ବଡ କଉ ମାଛ ଯାକ ନେଇ ଗୋପାଳ ପତ୍ରରେ ଦୋ’ଟି ଛୋଟ କଉ ମାଛର ଅଧେ ଦେଇ ଗୋପାଳକୁ ଡାକି କହିଲେ –

                 ଗୋପାଳ ଆଉ ବିଳମ୍ବ କାହିଁକି? ଭୋଜନ ସ୍ଥାନ ଠିକଣା ହେଲାଣି ଆସ । ମୁଁ ଟିକେ ହାତ ଧୋଇ ଆସେ । ଗୋପାଳ ଭୋଜନ ସ୍ଥାନକୁ ଯାଇ ଦେଖିଲେ ଯେ ଗୁରୁ ମହାଶୟ ତର୍କ କରି ମାଛ ଯାକ ସବୁ ନେଇଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ