ଗୋଟିଏ ହାତରେ ତାଳି ବାଜେନା

       ପୁରସ୍କାର ଘୋଷଣା କଥା ଆଖ ପାଖ ଗାଁକୁ ମଧ୍ୟ ବିଜୁଳି ବେଗରେ ଖେଳିଗଲା । ଖବରଟି ପଡୋଶୀ ଗାଁର ଜଣେ ବୁଦ୍ଧିମତି ବୃଦ୍ଧାଙ୍କ କାନରେ ପଡିଲା । ସେ ବୁଢୀର କଳି ବନ୍ଦ କରିଦେବେ ବୋଲି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ କାର୍ଯ୍ୟ ଆରମ୍ଭ କରିଦେଲେ । ତହୁଁ ସେ ଦିନେ ଖାଲି ହାତରେ ଚାଲିଲେ ବୁଢୀଘରକୁ ।

       ଏବେ ସେହି କଳିହୁଡି ବୁଢୀ ଆଗନ୍ତୁକ ବୃଦ୍ଧାଙ୍କୁ ଦେଖୁଦେଖୁ କଳି କରିବା ଆରମ୍ଭ କରିଦେଲା । ସେ ଯେତିକି ଜୋର୍ରେ କଳି କରୁଥାଏ ବୃଦ୍ଧାଜଣକ କିଛି ନ କହି ସେତିକି ତା’ ପାଖକୁ ପାଖକୁ ଯାଉଥାନ୍ତି । ଶେଷରେ ଯାଇ ବୁଢୀପାଖରେ ନୀରବରେ ବସିଗଲେ । ଏହିଭଳି ଭାବରେ ଘଂଟେ, ଦି’ଘଂଟା ଗଲା । କଳି କରିକରି ବୁଢୀର ପାଟି ଘୋଳେଇ ଗଲାଣି । ଶେଷରେ ତଂଟି ଶୁଖିଯାଉଥାଏ, ତଥାପି ଆଗନ୍ତୁକ ବୃଦ୍ଧା ଆଦୌ ପାଟି ଖୋଲୁ ନଥାନ୍ତି । ଏଭଳି ସକାଳୁ ଆସି ସଂଜ ହେଲାଣି । ଶେଷରେ କଳିହୁଡି ବୁଢୀକୁ ଭୋକ ହେବାରୁ କିଛି ଉପାୟ ନ ପାଇ ଖାଇବାକୁ ଗଲା । ଫଳରେ କଳି ବନ୍ଦ ହୋଇଗଲା ଛାଏଁ ଛାଏଁ ।

       ଠିକ୍ ତା’ ପରଦିନ ବି ସେଇଆ ଘଟିଲା । ଦିନେ ନୁହେଁ କି ଦି’ଦିନ ନୁହେଁ, କ୍ରମାଗତ ସାତଦିନ ଯାଏଁ ଏହିଭଳି ଚାଲିଲା । ଏଣିକି କଳିହୁଡି ବୁଢୀ ବି ଆଉ କିଛି ନ କହି ନୀରବ ରହିଲା ।

       ସେହିଦିନଠାରୁ କଳିହୁଡି ବୁଢୀର ସ୍ୱଭାବ ଏକାବେଳକେ ପରିବର୍ତନ ହୋଇଗଲା । ସେ କେବେ ଆଉ କାହା ସହିତ କଳି କରିବା କିଏ ଦେଖିନି କି ତା’ର କଳି କିଏ ଶୁଣିନି ।

       ଗାଁ ଲୋକେ ଶେଷରେ ଆଗନ୍ତୁକ ବୃଦ୍ଧାଙ୍କ ଠାରୁ ସବୁ କଥା ଜାଣି ହୃଦୟଙ୍ଗମ କଲେ ଯେ, ଗୋଟିଏ ହାତରେ ତାଳି ବାଜେନାହିଁ । ଅର୍ଥାତ୍ କିଏ କାହାସହିତ କଳି କରୁଥିଲା ବେଳେ ଜଣେ ଯଦି ନୀରବ ରହିଯାଏ ତେବେ ଆଉ କଳି ସୃଷ୍ଟି ହୁଏ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ