ଗୋପାଳର ଘର ଦେଖିବା

ତହୁଁ ଲୋକଟି କହିଲା –

ଛାମୁଙ୍କର ହୁକୁମ୍ ଯେ ଝାଡା ମାଡିଲେ ଗୋପାଳର ଚୁଲିରେ ଝାଡା ଫେରିବ । ଗୋପାଳ କହିଲା – ହଉ ବେଶ୍ ଆସ, ଏହା କହି ଗୋଟିଏ ଠେଙ୍ଗା ଧରି ବସିଲା । କହିଲା – ଝାଡା ଫେର, ତହିଁକି ମୋର ଦୁଃଖ ନାହିଁ, ମାତ୍ର ପ୍ରସାବ କଲେ ମୁଣ୍ଡରେ ଠେଙ୍ଗା ଦେବି । ସେ କହିଲା କାହିଁକି?

ଗୋପାଳ କହିଲା –

ରାଜା ଝାଡା ଫେରିବାକୁ କହିଛନ୍ତି କିନ୍ତୁ ସେ ପ୍ରସାବ କରିବାକୁ ବୋଧ ହୁଏ କହି ନାହାଁନ୍ତି । ତୁମେ ପ୍ରସାବ କଲେ ମୁଣ୍ଡ ଫଟାଇ ଦେବି ।

ଏହା ଶୁଣି ସେମାନେ ସମସ୍ତେ ଫେରି ଆସି ରାଜାଙ୍କୁ ସମସ୍ତ ହାଲ୍ କହିଲେ । ରାଜା ଶୁଣି ହସିଲେ ଓ ଗୋପାଳକୁ ପ୍ରଶଂସା କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ