ଗୋପାଳର ମୁହଁ ଆଉ ଚାହିଁବି ନାହିଁ

 ରାଜା କୃଷ୍ଣ ଚନ୍ଦ୍ର ଦିନେ ଗୋପାଳ ଭାଣ୍ଡକୁ କୌଣସି କାରଣ ନେଇ ବିରକ୍ତ ହୋଇ କହିଲେ

                 “ମୁଁ ଆଉ ତୁମ୍ଭର ମୁହଁ ଚାହିଁବି ନାହିଁ ।” ଏକଥା ଶୁଣି ଗୋପାଳ କିଛି ମାତ୍ର ଚିନ୍ତିତ ନ ହୋଇ ତା’ପର ଦିନ ରାଜ ସଭାକୁ ଆସିବା ସମୟରେ ଦୂରରେ ମହାରାଜାଙ୍କୁ ଦେଖି କରି ମହାରାଜାଙ୍କ ଆଡକୁ ପଶ୍ଚାତ୍ କରି ଆସିବାକୁ ଆରମ୍ଭ କଲେ । ତା ଦେଖି ରାଜା କହିଲେ –

କିହୋ ଗୋପାଳ ଏହା କ’ଣ?

ଏହା ଶୁଣି ଗୋପାଳ କହିଲେ – ଆଜ୍ଞା, ବୁଝିଲେ, ମୁହଁ ନ ଚାହିଁବା ଏକ ପ୍ରକାର ଭଲ । ତହୁଁ ରାଜା କହିଲେ –

ମୁଁ ପରା କହିଥିଲି ତୁମ୍ଭଙ୍କୁ ଏଠାକୁ ଆସିବାକୁ ହେବ ନାହିଁ ପୁଣି ଆସିଛ କାହିଁକି?

ଏହା ଶୁଣି ଗୋପାଳ କହିଲେ –

ଆଜ୍ଞା ଆପଣ କହିଥିଲେ ମୋର ମୁହଁ ଚାହିଁବେ ନାହିଁ । ମୁଁ ମଧ୍ୟ ରାଜି । ମୋର ମୁହଁକୁ ଆପଣଙ୍କୁ ନ ଦେଖାଇବାକୁ ବରାବର ପଶ୍ଚାତ୍ କରି ଅଛି । ଏଥିରେ ମୋର ଭୁଲ୍ କ’ଣ? ଏହା ଶୁଣି ରାଜା ଚୁପ୍ ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ