ଗୋପାଳ ଭାଣ୍ଡ

ବଙ୍ଗଳାର କୃଷ୍ଣ ନଗରରେ ରାଜତ୍ୱ କରୁ ଥାନ୍ତି ମହାରାଜା କୃଷ୍ଣ ଚନ୍ଦ୍ର ରାୟ । ଗୋପାଳଙ୍କର ପୂର୍ବ ପୁରୁଷ ସେହି କୃଷ୍ଣ ନଗରର ଘୂର୍ଣ୍ଣି ନାମକ ଗ୍ରାମରେ ବାସ କରୁ ଥାଆନ୍ତି । ସେମାନେ ଓଡିଶାରୁ ଯାଇ ବ୍ୟବସାୟ କରୁ କରୁ ରହି ଯାଇ ଥାଆନ୍ତି । କ୍ରମେ କ୍ରମେ ସେମାନଙ୍କର ଭାଷା ମଧ୍ୟ ବଙ୍ଗଳା ହୋଇ ଗଲା । କିନ୍ତୁ ସେମାନେ ବୃତ୍ତିରେ ଥିଲେ ନାପିତ ।

        ଓଡିଆ ଏମିତି ଏକ ଜାତି ଯେଉଁ ରାଜ୍ୟକୁ ଯିବ ସେହି ରାଜ୍ୟର ଭାଷା ଓ ସଂସ୍କୃତିକୁ ନିଜର କରି ନେବ । ନିଜ କଥା ଭୁଲି ଯିବା ଗୋପାଳ ଓ ବଙ୍ଗଳା ଭାଷା ଓ ସଂସ୍କୃତି ସହିତ ମିଶି ଗଲେ ସୁଦ୍ଧା, ସେଠାକାର ଲୋକେ, ଗୋପାଳକୁ ଗୋପାଳ ଉଡେ ବୋଲି ଡାକିଲେ । ଓଡିଶାରୁ ଯାଇ ଥିବା ଯୋଗୁଁ ‘ଉଡେ’ ବୋଲି ଲୋକ ମାନେ ଡାକୁଥିଲେ ।

     ଗୋପାଳ ପିଲା ଦିନରୁ ମଜା ମଜା କଥା କହି ଲୋକ ମାନଙ୍କୁ ହସାଇ ପାରୁ ଥିବା ଯୋଗୁଁ ଗୋପାଳକୁ ଗୋପାଳ ଭାଣ୍ଡ ବୋଲି ଥୋକାଏ କହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ