ଚଢେଇର ମନ୍ଦବୁଦ୍ଧି

ଗୋଟିଏ ଚଢେଇ ଶିକାରୀ ଜାଲରେ ଧରାପଡିଥାଏ । ତାକୁ ଛାଡି ଦେବାକୁ ଚଢେଇଟି ସେ ଶିକାରୀକୁ ଖୁବ୍ ଅନୁନୟ ହେଲା । କହିଲା, ଯଦି ଶିକାରୀ ତାକୁ ମୁକ୍ତି ଦିଅନ୍ତି ତେବେ ତା ଜାତିଭାଇଙ୍କୁ ଭୁଲେଇଆଣି ସେ ତାଙ୍କ ଜାଲରେ ନିଶ୍ଚୟ ପକାଇଦେବ ।

                ଏ କଥା ଶୁଣି ସେ ଶିକାରୀ ଜଣକ ହଠାତ୍ ଟାଣ କରି କହିଲା – ଯିଏ ନିଜ ସ୍ୱାର୍ଥ ପାଇଁ ଜାତିଭାଇଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଚାହେଁ, ତାକୁ ମୃତ୍ୟୁଠାରୁ ବି କଠୋର ଦଣ୍ଡ ଦିଆଯିବ ।

ବିଶ୍ୱାସଘାତକତା ଯେକୌଣସି ଅପରାଧ ଠାରୁ ବି ହୀନ ।


ଗପ ସାରଣୀ

ତାଲିକାଭୁକ୍ତ ଗପ