ଚିକିତ୍ସା ଶାସ୍ତ୍ର

                ଚାକରଠାରୁ ସବୁକଥା ଶୁଣି ଶରଭ ଘରକୁ ଯାଇ ପୋଥି ଦେଖିଲେ । ସେଥିରେ ଲେଖା ଅଛି ଆମ୍ବ, ପଇଡ ପାଣି, ମହୁ ଓ ପାନ ମିଶିଲେ ବିଷ ହୋଇଯିବ । ତାହାର ଏକମାତ୍ର ଚିକିତ୍ସା ହେଉଛି ଶିରିଷ ଗଛର ଫୁଲ, ପତ୍ର ଚେର ଓ ଗଛ ସବୁ ଚୂର୍ଣ୍ଣ କରି ସେତକ ପାଣିରେ ପିଆଇ ଦେବ ।

ଶରଭ, ବିନୟ ସାହାଯ୍ୟରେ ଶୀଘ୍ର ଚୂର୍ଣ୍ଣ ପ୍ରସ୍ତୁତ କଲେ । ତା’ପରେ ସେ ଦୁହେଁ ମୁଖିଆଙ୍କ ଘରକୁ ଗଲେ । ଶରଭ ଭଣଜାଙ୍କୁ କହିଲେ, “ଏବେ ଏତିକି ପିଆଇଦେଲେ ସେ ଅବଶ୍ୟ ଭଲ ହୋଇଯିବେ ଓ ତୋର ଖ୍ୟାତି ବଢିବ । ଏସବୁ ସେହି ଭଗବାନଙ୍କ ଦୟା ।”

ସେଠାରେ ଯାଇ ସେ ଦୁହେଁ ପହଁଚି ଦେଖିଲେ ଘର ସାରା ଲୋକ ଭର୍ତ୍ତି । ଟିକିଏ ଭୟ ଲାଗିଲା; ତେବେ ସାହସ କରି ସେ ଦୁହେଁ ରୋଗୀ ପାଖକୁ ଗଲେ; ମୁଖିଆଙ୍କର ଜଣେ ବୁଢା ଗୁମାସ୍ତା ଥାଏ । ତା’ର ସ୍ୱଭାବ ସମସ୍ତିଙ୍କୁ ଖେଂଚି କରି କହିବା । ସେ କହିଲା, “ଗରୁଡସ୍ୱାମୀ ବଡ ବୈଦ୍ୟ । ସେ ତ ନାହାଁନ୍ତି । ଏଇ ଛୋଟ ଟୋକା ବିନୟ କ’ଣ ବା ଚିକିତ୍ସା କରିବ । ଭାଗ୍ୟରେ ଆଉ ବଂଚିବାର ଥିଲେ ସେ ନିଶ୍ଚୟ ବଂଚିବେ । ହେଲେ ଏ ଟୋକା ବହୁତ ଧନ ପାଇଯିବ । ଆଉ ଯଦି ଅନ୍ୟକଥା ଭାଗ୍ୟରେ ଲେଖା ହୋଇଥାଏ ତେବେ ତା’ ମାମୁଁ ଗୋଧନ ପାଇବ ।”

ଗୁମାସ୍ତା କଥାରେ ରାଗି ବିନୟ ମୁଖିଆଙ୍କ ପାଟି ଜୋର୍ ଦେଇ ଖୋଲି ସେଥିରେ ଚୂର୍ଣ୍ଣ ପାଣି ଢାଳିଲା । କିଛି ସମୟ ମଧ୍ୟରେ ସେ ମୁଖିଆ ଭଲ କରି ନିଃଶ୍ୱାସ ନେଲେ, ଆଖି ଖୋଲିଲେ ଓ ଉଠିକରି ପଲଙ୍କ ଉପରେ ବସିଲେ ।

ଏହାପରେ ସେ ବିନୟର ନାମ ସାରା ଗ୍ରାମରେ ପ୍ରସିଦ୍ଧ ହୋଇଗଲା । ଏଣେ ଲୋକେ କହିଲେ ଧନ୍ୱନ୍ତରୀ ବିନୟ ରୂପରେ ଆମ ଗ୍ରାମକୁ ଆସିଛନ୍ତି । ମୁଖିଆ, ସେ ମାମୁଁ ଓ ଭଣଜାଙ୍କୁ ବହୁତ ଧନ ଦେଲେ । ଏବେ ସେ ଦୁଇଜଣଙ୍କର ବହୁତ ପଇସା ରୋଜଗାର ହେଲା । ଶରଭ ତ ତାଙ୍କ ପୁରୋହିତ କାମ କରନ୍ତି । ଆଉ ବିନୟ ବୈଦ୍ୟ କାମ କରେ । ଏବେ ସେ ପୁରୋହିତଙ୍କ ସ୍ତ୍ରୀଙ୍କ କଥା ଅକ୍ଷରେ ଅକ୍ଷରେ ସତ ହେଲା ।

ଏସବୁ କଥା ଦିନେ ଜମିଦାରଙ୍କ ବୈଦ୍ୟଙ୍କ କାନରେ ପଡିଲା । ସେ ଭାବିଲେ ଜଣେ ଅନୂଭୁତିଶୁନ୍ୟ ଯୁବକ ଏପରି ଅଲୌକିକ ଚିକିତ୍ସା କରୁଛି ମାନେ, ସେ ନିଶ୍ଚୟ କୌଣସି ଅଦ୍ଭୁତ ବୈଦ୍ୟ ଗ୍ରନ୍ଥ ପାଇଯାଇଛି । ତା’ପରେ ସେ ବିନୟକୁ ଡାକି ତା’ଠାରୁ ସବୁ କଥା ବାହାର କଲେ ଏବଂ ଜାଣିଲେ ତାଙ୍କ ଅନୁମାନ ସତ୍ୟ ।

ସବୁକଥା ଶୁଣି ସେ ବିନୟକୁ କହିଲେ, “ଦେଖ, ତୁମେ ଜଣେ ଅଭିଜ୍ଞତା ଶୁନ୍ୟ ଯୁବକ । ଅଥଚ ତୁମର ଯୋଗ୍ୟତା ଅଛି । ବହି ଦେଖି ଚିକିତ୍ସା କଲେ ହଠାତ୍ ଦିନେ ତା’ର ଖରାପ ପରିଣାମ ମଧ୍ୟ ହୋଇ ପାରେ । ତେଣୁ ତୁମେ ମୋ ପାଖକୁ ଆସ ମୁଁ ତୁମକୁ ବୈଦ୍ୟ ବିଦ୍ୟା ଶିଖାଇବି । କିନ୍ତୁ ଶିକ୍ଷା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ତୁମେ କେବେବି ବହି ଦେଖି ଚିକିତ୍ସା କରିବ ନାହିଁ । ଶିକ୍ଷା ଶେଷ ହେଲେ ଯାଇ ତୁମେ ବହିର ଉପଯୋଗ କରିବ ।”

ତାଙ୍କ କଥା ବିନୟକୁ ଭାରି ଭଲ ଲାଗିଲା । ତେଣୁ ସେ ତାଙ୍କ ପାଖରେ ରହି ବୈଦ୍ୟ ଶାସ୍ତ୍ର ଶିକ୍ଷା କଲା ଓ ପରେ ବହି ସାହାଯ୍ୟରେ ଚିକିତ୍ସା କରି ଲୋକଙ୍କର ସେବା କଲା । ଏଥିରେ ସମସ୍ତେ ବହୁତ ଖୁସି ହେଲେ । ଏବଂ ବୈଦ୍ୟ ଶାସ୍ତ୍ରରେ ତା’ର ଜ୍ଞାନ ପରିପୂର୍ଣ୍ଣ ହେଲା । ଫଳରେ ତା’ର ସୁନାମ ଚାରିଆଡେ ବ୍ୟାପିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ