ଚୂଡିର ସଂଖ୍ୟା

 ଦିନେ ଆକବରଙ୍କ ସଭାରେ ସମସ୍ତ ମନ୍ତ୍ରୀ ଓ ପାରିଷଦ ବର୍ଗ ଉପସ୍ଥିତ ଥାଆନ୍ତି । ରାଜ୍ୟର ସୁବିଧା ଅସୁବିଧା ସଂପର୍କରେ ରାଜା ସମସ୍ତଙ୍କ ଠାରୁ ପଚାରି ବୁଝୁଥାଆନ୍ତି । ରାଜ୍ୟ ସଂପର୍କରେ ଆଲୋଚନା ସରିବା ପରେ ଆକବର ବିରବଲଙ୍କ ବୁଦ୍ଧି ପରୀକ୍ଷା କରିବାକୁ ଚାହିଁଲେ । ବିରବଲଙ୍କୁ ପଚାରିଲେ – “ବିରବଲ! ତୁମେ ଯଦି ପ୍ରକୃତରେ ବୁଦ୍ଧିମାନ ତା’ହେଲେ ମୋର ଏଇ ସାଧାରଣ ପ୍ରଶ୍ନଟିର ଉତ୍ତର ଦିଅ । ପ୍ରଶ୍ନଟି ହେଲା ତୁମ ପତ୍ନୀ ତାଙ୍କ ହାତରେ କେତେ ଚୂଡି ପିନ୍ଧିଛନ୍ତି?”

         ମହାରାଜ ଆକବରଙ୍କର ପ୍ରଶ୍ନ ଶୁଣି ବିରବଲ ଆଶ୍ଚର୍ଯ୍ୟ ହୋଇଗଲେ । ସେ କେବେ ପତ୍ନୀଙ୍କ ହାତର ଚୂଡିର ସଂଖ୍ୟା ଗଣିବାକୁ ଚେଷ୍ଟା ମଧ୍ୟ କରିନାହାଁନ୍ତି । କାରଣ ଏହାର ଆବଶ୍ୟକତା ମଧ୍ୟ ନାହିଁ । ତେଣୁ ସେ ସଂଗେ ସଂଗେ ରାଜାଙ୍କ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ ।

         ବିରବଲ ଉତ୍ତର ଦେଇ ନପାରିବାରୁ ଆକବର ମନେ ମନେ ଖୁସି ହେଲେ, ଯେ ଏତେଦିନେ ବିରବଲ ତାଙ୍କ ପ୍ରଶ୍ନର ଉତ୍ତର ଦେଇପାରି ନାହାଁନ୍ତି । ବିରବଲ ମଧ୍ୟ ସବୁ ସମୟରେ ପତ୍ନୀଙ୍କ ପାଖରେ ରହୁଥିଲେ ମଧ୍ୟ କେବେ ଚୂଡି ର ସଂଖ୍ୟାକୁ ନଜର ଦେଇନାହାଁନ୍ତି ।

         ଏହାପରେ ବିରବଲ ମହାରାଜଙ୍କୁ ଓଲଟି ପ୍ରଶ୍ନ କଲେ – “ମହାରାଜ! ଆପଣ ତ’ ଦିନକୁ ଶହେଥର ଦର୍ପଣ ସମ୍ମୁଖରେ ଠିଆ ହୋଇ ମୁଖ ଦର୍ଶନ କରୁଥିବେ । ଦିନକୁ ଦଶଥର ମୁଣ୍ଡ କୁଣ୍ଡାଉଥିବେ । କୁହନ୍ତୁ ତ! ଆପଣଙ୍କ ମୁଣ୍ଡରେ କେତେ କେଶ ଅଛି?”


ଗପ ସାରଣୀ

ତାଲିକାଭୁକ୍ତ ଗପ