ଚୋରର ଆଚରଣ ବଦଳିଗଲା

ଜଣେ ଚୋର ରାତିରେ ଚୋରି କରିବା ପାଇଁ ଯାଉଥାଏ । ବାଟରେ ଦେଖିଲା ଏକ ମନ୍ଦିର ପ୍ରାଙ୍ଗଣରେ ଅନେକ ଲୋକ ରୁଣ୍ଢ ହୋଇଥାନ୍ତି ଓ ଏକ ଉଚ୍ଚସ୍ଥାନରେ ବସି ଜଣେ ସାଧୁ ଉପଦେଶ ଦେଉଥାନ୍ତି । ଏବେ ଚୋରଟି ସେହି ଲୋକଙ୍କ ମେଳରେ ବସି ସାଧୁଙ୍କ ଉପଦେଶ ଶୁଣିଲା ।

       ସେଦିନ ଚୋରକୁ ଉପଦେଶଗୁଡିକ ବହୁତ ଭଲଲାଗିବାରୁ ସତ୍ସଙ୍ଗ ଶେଷ ହୋଇଗଲେ ବି ସେଠାରେ ବସି ରହିଲା । ଯିଏ ଯୁଆଡେ ଚାଲିଗଲେଣି । ଚୋରକୁ ଏକୁଟିଆ ଦେଖି ସାଧୁବାବା ବସିବାର କାରଣ ପଚାରିଲେ ।

       ତହୁଁ ଚୋର ନିଜର ପରିଚୟ ଦେଇ କହିଲା, “ମହାରାଜ ! ମୋତେ ମୂଲ୍ୟବାନ ଉପଦେଶଟିଏ ଦିଅନ୍ତୁ, ଯାହା ମୋର ନିତିଦିନ କାମରେ ଲାଗିବ ।”

       ଏବେ ସାଧୁବାବା ଉପଦେଶ ଛଳରେ କହିଲେ, “କେବଳ ତୁମେ କାହିଁକି ଯିଏ ଯେଉଁ କର୍ମ କରୁପଛେ ସବୁବେଳେ ସତ କହିବା ଉଚିତ୍ । ଏପରି କଲେ ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ହୋଇଯାଇ ପାରିବ ।”

       ଚୋରଟି ସାଧୁବାବାଙ୍କ ଉପଦେଶ ଗ୍ରହଣ କରି ତୁରନ୍ତ କାମରେ ଲଗାଇ ପରୀକ୍ଷା କରାଇ ନେବା ପାଇଁ ଠିକ୍ କଲା । ମନେ ମନେ ବିଚାରିଲା ସତ କଥା କହିଲେ ଚୋରିକାମଟି ଯଦି ଭଲରେ ଭଲରେ ହୋଇଯିବ ତେବେ ବହୁତ ଭଲ ହେବ ନିଶ୍ଚୟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ