ଚୋରି ଆଉ ମିଛ

       ଏବେ ଚୋର ଦେଖିଲା, ଚୋରି କରି ଜିନିଷ ତ ଫେରାଇ ଦେଉଛି, ମାତ୍ର ପରଦିନ କେବଳ ଭୁଲ୍ ମାଗିବା ସାର ହେଉଛି । ଆଉ କେଉଁଠି କେମିତି ମାଡଗାଳି ବି ଖାଉଛି । ସୁତରାଂ ସେ ଠିକ୍ କଲା ଆଉ ଚୋରିକାମ କରିବି ନାହିଁ । ପରିଶ୍ରମ କରି ସତକଥା କହି ସାରା ଜୀବନ କାଟିଦେବ ।

       ଶେଷରେ ସେଇଆ କଲା । ଠିକ୍ ମାସକପରେ ଚୋରଟି ସାଧୁଙ୍କୁ ଭେଟି କହିଲା, “ମହାତ୍ମା ! ମୁଁ ଆପଣଙ୍କ କଥାମାନି ସୁଫଳ ପାଇପାରିଛି ।”

       ଏଥର ସାଧୁବାବା କହିଲେ, “ବତ୍ସ ! ଅସଲକଥାଟି ହେଲା ଚୋରି ସାଙ୍ଗରେ ସବୁବେଳେ ମିଛ ଥାଏ ଜାଆଁଳା ଭାଇ ଭଳି । ସେଥିଲାଗି ମିଛଟିକୁ ଛାଡିଦେବାରୁ ଚୋରିବିଦ୍ୟା ଆପେ ଆପେ ଚାଲିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ