ଚୋର ଭୂତ

ସଦା ହାଟରୁ ଫେରୁ ଥାଏ । ସାଇକେଲ୍ ହ୍ୟାଣ୍ଡଲ୍ରେ ଦୁଇଟି ବ୍ୟାଗ୍ ପରିବା ଭର୍ତ୍ତି । ଆଉ ଘର ସଉଦା ବସ୍ତାରେ ପୁରାଇ ପଛ କେରିଅଲ୍ରେ ରଖି ଦେଇ ଥାଏ ।  ଆଠ ଦିନରେ ଥରେ ହାଟ ଗହଳି ପରିବାର । ସବୁ ଦରକାରୀ ସମଗ୍ରୀ ଧରି ସଦା ସେହି ହାଟରୁ ନିଜ ଘରକୁ ଫେରୁ ଥାଏ । ଗାଁ ଆଉ ଅଳ୍ପବାଟ ଅଛି ଗାଁକୁ ଯିବା ବାଟରେ ଗୋଟେ ତୋଟା ପଡେ ରାତି କଥା ଛାଡ ଦିନରେ ସେହି ତୋଟାଟା ମଧ୍ୟ ଖୁବ୍ ନିଛାଟିଆ ହୋଇ ପଡେ । ସେଦିନ ହାଟ ସାରୁ ସାରୁ ସଦାର ଖୁବ୍ ରାତି ହୋଇ ଗଲା ତା ଗାଁର ସବୁ ହାଟୁଆ ସେତେ ବେଳକୁ ହାଟରୁ ଫେରି ଆସିଲେଣି । ଏମିତି କିଟ୍ମିଟ୍ ଅନ୍ଧାରରେ ସେ ତ କେତେ ଥର ଏଇ ରାସ୍ତାରେ ଫେରିଛି । ତେଣୁ ସେ କାହାକୁ ଡର ଭୟ ନକରି ଆଗକୁ ପେଡିଲ୍ ମାରି ଚାଲି ଥାଏ । ହଠାତ୍ ସେ ଆମ୍ବ ତୋଟା ଭିତରୁ ଗୋଟାଏ କଣ ଭୁସୁ କରି ଶବ୍ଦ ହେଲା । କିଏ ଗୋଟାଏ ସେହି ଆମ୍ବ ଗଛରୁ ସତେ ଯେମିତି ଡେଇଁ ପଡିଲା ସଦା ହଠାତ୍ ଟିକେ ଚମକି ପଡି ସିଆଡେ ଚାହିଁଲା । ତା’ପରେ ସେ ତା ନିଜ ଛାତିରେ ଛେପ ପକାଇ ପେଡିଲ୍ ଯୋର୍ରେ ମାରିଲା।

ସଦାର ଲକ୍ଷ୍ୟ ଶୀଘ୍ର କିପରି ସେ ତୋଟାଟା ପାର୍ ହେବ । ସେହି ସମୟରେ ସଦା ଅନୁଭବ କଲା ତା ପଛରୁ କିଏ ତା ସାଇକେଲ୍କୁ ଟାଣି ଧରିଛି । ସେ ଖୁବ୍ ଭୟ ପାଇ ଗଲା । ହଠାତ୍ ସାଇକେଲ୍ ଛାଡି ଦେଇ ଆଗକୁ ପାଟି କରି ଦୌଡିଲା ସଦା ଦୌଡି ଦୌଡି ଯାଇ ସେହି ତୋଟା ଶେଷ ଦୋକାନ ପାଖରେ ପହଁଚି ଗଲା । ମିଞ୍ଜି ମିଞ୍ଜି ଆଲୁଅ ଜଳାଇ ଦୋକାନୀଟି ଗ୍ରାହକଙ୍କୁ ଅପେକ୍ଷା କରି ଥିଲା । କିଏ ପାନ, କିଏ ଗୋଟଖା, ବିଡି ତା ପାଖରୁ ନେବେ । ପାଖରେ ମଧ୍ୟ ଗ୍ରାମଟା ଏଇ ହାଟ ଦିନ ଟିକେ ବିଳମ୍ବରେ ଦୋକାନୀ ତା ଦୋକାନ ବନ୍ଦ କରେ । ଦୁଇ ଚାରି ଜଣ ଗ୍ରାହକ ମଧ୍ୟ ସେଠି ବସି ଥିଲେ । ହଠାତ୍ ସଦା ପ୍ରଳାପ କରି ସେଠି ପଡି ଯାଇ ବେହୋସ୍ ହୋଇ ଗଲା । ଲୋକ ମାନେ କୋଉଠି ତା ମୁହଁରେ ପାଣି ମାରି ସେଦିନ ତା ହୋସ୍ ଫେରାଇ ଆଣିଲେ । ସଦା ଉଠି ପଡି ସବୁ କହିଲା । ଭୂତର ଏପରି କରାମତି ବୋଲି ଲୋକେ କହିଲେ । ଓ ସଙ୍ଗେ ସଙ୍ଗେ ଟର୍ଚ୍ଚ ଧରି ମନରେ ସାହାସ ବାନ୍ଧି ସେମାନେ ସେ ଯାଗାକୁ ଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ