ଚୋର ଭୂତ

                ସେଠାକୁ ଯାଇ ଯାହା ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ସେଠାରେ କିଛି ନଥିଲା… ସେତେବେଳେ ସଦା କଥାକୁ ସମସ୍ତେ ଅବିଶ୍ୱାସ କଲେ । ଜଣେ ଜଣେ ଖୋଜୁ ଖୋଜୁ କିଛି ବାଇଗଣ ଓ ଚାଉଳ ପଡି ଥିବାର ଦେଖିଲେ ସଦା ମଧ୍ୟ ସେ ବାଇଗଣ ଆଣିଥିଲା ବୋଲି କହିଲା । ଏଥର ସମସ୍ତେ ସଦା କଥାଟାକୁ ବିଶ୍ୱାସ କଲେ । ତେବେ ଭୂତ ହୋଇଥିଲେ ସେ ନିଶ୍ଚୟ ଜିନିଷତକ ନେଇଥାନ୍ତା । କଥାଟା କ’ଣ କାହିଁ କିଛି ବୁଝା ପଡୁନି । ଲୋକ ମାନେ ଟର୍ଚ୍ଚ ପକାଇ ଏଣେ ତେଣେ ଖୋଜିଲେ ହେଲେ କିଛି ମଧ୍ୟ ଟେର୍ ପାଇଲେନି । ଏଣୁ ସମସ୍ତେ ସେଠାରୁ ଫେରି ଗଲେ । ପର ଦିନ ଥାନାରେ ରିପୋର୍ଟ ଦେବାକୁ ସଦାକୁ କହିଲେ । ସଦା ମନ ଦୁଃଖରେ ଘରକୁ ଫେରି ଗଲା । ଦୁଇ ହଜାର ଟଙ୍କାର ସଉଦା ସମସ୍ତେ ମନ ଦୁଃଖ କଲେ । ଯାହା ହେଉ ଭଲରେ ଫେରି ଥିବାରୁ ଈଶ୍ୱରଙ୍କ ପାଖରେ ସେ ପ୍ରଣାମ କଲେ ।

                ରାତି କେତେଟା ହେବ କେଜାଣି ସଦା ଶୋଇଥିବା ଘର କବାଟ ହଠାତ୍ ଠକ୍ ଠକ୍ ଆବାଜ୍ ହେଲା ସଦା ନିଦ ବାଉଳାରେ ଯାଇ କବାଟ ଖୋଲିଲା । ଆଖି ଖୋଲି ଦେଖିଲା ବାହାରେ କଦଳୀ ବଣ ପାଖରେ କିଏ ଗୋଟାଏ ଠିଆ ହୋଇ ତାକୁ ଡାକୁଛି । ସେ ଧିରେ ଧିରେ ତା ଆଡକୁ ଆସିଲା । କିଟ୍ କିଟ୍ ଅନ୍ଧାରରେ କିଛି ଦେଖା ଯାଉ ନଥାଏ । ଖାଲି ଯାହା ଛାଇ ପରି କିଏ ଗଲା ପରି ତା ଆଗରେ ସଦା ଜାଣି ପାରୁ ଥାଏ ହଠାତ୍ ସଦାର ନିଦ ଭାଙ୍ଗି ଯିବାରୁ ସେ ଆଶ୍ଚର୍ଯ୍ୟ ହୋଇ ପଛକୁ ଫେରିବା ପାଇଁ ଭାବୁଛି । ତା ହାତକୁ କିଏ ଧରି ଏକରକମ ଘୋସାରି ନେଲା । ଅନ୍ଧାରିଆ ବର ଗଛ ମୂଳେ ଆଗରୁ ଆହୁରି କେତେ ଜଣ ଛାଇ ପରି ଠିଆ ହୋଇ ଥିଲେ । ତାଙ୍କ ହାତରେ କିନ୍ତୁ ହାଡ ଥିବାର ସଦା ଦେଖି ପାରିଲା । ଗୋଟେ ଶବ୍ଦ ଶୁଭିଲା । ତୁ ଆମ ନାଁରେ ଥାନାରେ କହିବୁ? ଆମେ ସବୁ ଭୂତ । ଆମେ ତୋ ତଂଟି କଣା କରି ତୋ ରକ୍ତ ସବୁ ପିଇ ଯିବୁ । ହୁସିଆର ପଳା ଘରକୁ ପଳା । ରାତିର କଥା ସବୁ ଭୁଲି ଯିବୁ ନଚେତ୍ କାଲି ତୋ ଜୀବନର ଶେଷ ଦିନ ନିଶ୍ଚୟ ହେବ ।

                ସେହି ସମୟରେ କିଏ ଗୋଟାଏ ସକତ ଧକା ଦେଲା ସଦାର ପିଠିକୁ । ସଦା ସିଧା ଏକ ମୁହାଁ ହୋଇ ନିଜ ଘର ଆଡେ ଦୌଡିଲା । ପଛରେ ଖାଲି କିଳିକିଳା ଶବ୍ଦ ଶୁଭୁ ଥିଲା । ସଦା ନିଜ ଘରକୁ ଆସି କାହାକୁ କିଛି ନକହି ଶୋଇ ଗଲା । ସକାଳୁ ଉଠି ଭୟରେ ଖାଲି ସେ ଥରିବାକୁ ଲାଗିଲା । ତାସହିତ ଭୂତ ଭୂତ କହି ଚିତ୍କାର ମଧ୍ୟ କଲା । ଘର ଲୋକ ଛାନିଆରେ ଗୁଣିଆଁକୁ ଡାକିଲେ । ଗୁଣିଆଁ ଆସିଲା ଭୂତ ଛଡାଇବା ପାଇଁ ପୂଜା ଆରମ୍ଭ କଲା । ଖପୁରୀ ଉପରେ କାଉଁରୀ ହାଡ ବାଡେଇଲା । ସଦାକୁ ଝୁଣା ଧୁଆଁ ବୁଲାଇ ଚିତ୍କାର କଲା ଭଲରେ କହୁଛି ଚାଲିଯା ନଚେତ୍ ମତେ ଦେଖିବୁ । ସଦାକୁ ଦୁଇ ପାହାର ବେତରେ ଥୋଇଲା ସଦା ଚିତ୍କାର କରି ବେହୋସ୍ ହୋଇ ଗଲା । ତାକୁ ପାଣି ଛିଂଚି ହୋସ୍ରେ ଅଣା ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ