ଛୁଆ କୁକୁଡା

‘ଡକିଲକି କହିଲା ‘ମୁଁ ତୁମମାନଙ୍କ ସହିତ ରାଜାଙ୍କ ପାଖକୁ ଯାଇ ପାରେ କି?’ ତହୁଁ ସେ ଛୁଆ କୁକୁଡା କହିଲା ‘ହଁ ନିଶ୍ଚୟ’ । ସେମାନେ ସମସ୍ତେ ଦୌଡିବାକୁ ଲାଗିଲେ । ସେମାନେ ଯାଉଯାଉ ବାଟରେ ‘ଗୁଜିଲୁଜି’ ନାମକ ଏକ ହଂସକୁ ଭେଟିଲେ, ଛୁଆ କୁକୁଡାଟି ସେ ହଂସକୁ କହିଲା ‘ହେ ଗୁଜିଲୁଜି! ଆକାଶ ଖସି ପଡୁଛି ।’ ଗୁଜିଲୁଜି ଏହା ଶୁଣି ପଚାରିଲା ‘ତୁ କେମିତି ଜାଣିଲୁ?’

ଛୁଆ କୁକୁଡା କହିଲା ‘ମୁଁ ନିଜ ଆଖିରେ ଦେଖିଛି । ନିଜ କାନରେ ଏହାର ଶବ୍ଦ ଶୁଣିଛି ଓ ସେଥିରୁ ଖଣ୍ଡେ ମୋ ଲାଞ୍ଜ ଉପରେ ବି ଖସି ପଡିଛି । ଆମେ ସବୁ ଏକଥା ରାଜାଙ୍କୁ କହିବା ପାଇଁ ଯାଉଛୁ ।’

ଗୁଜିଲୁଜି ପଚାରିଲା ‘ମୁଁ ତୁମ ସାଙ୍ଗରେ ଯାଇପାରେ କି? ସେ ଛୁଆ କୁକୁଡା କହିଲା ‘ହଁ ନିଶ୍ଚୟ’ । ତାପରେ ସେମାନେ ସମସ୍ତେ ଏକାଠି ଦୌଡିବାକୁ ଆରମ୍ଭ କଲେ । ଦୌଡି କରି ଯାଉ ଯାଉ ବାଟରେ ‘ଟର୍କିଲର୍କି ନାମକ ଏକ ଶାଗୁଣାକୁ ଭେଟିଲେ । ଛୁଆ କୁକୁଡାଟି କହିଲା ‘ହେ ଟର୍କିଲର୍କି ଆକାଶ ଖସି ପଡୁଛି ।’ ଟର୍କିଲର୍କି କହିଲା ତୁ କେମିତି ଜାଣିଲୁ?’ ଛୁଆ କୁକୁଡା କହିଲା ‘ହଁ ମୁଁ ପରା ନିଜ ଆଖିରେ ଦେଖିଛି । ମୋ ନିଜ କାନରେ ଏହାର ଶବ୍ଦ ବି ଶୁଣିଛି । ସେଥିରୁ ଖଣ୍ଡେ ମୋ ଲାଞ୍ଜ ଉପରେ ବି ଖସି ପଡିଛି । ତେଣୁ ଆମେ ସବୁ ଏକଥା ରାଜାଙ୍କୁ କହିବା ପାଇଁ ଯାଉଛୁ ।’

ଟର୍କିଲର୍କି କହିଲା ‘ମୁଁ ତୁମମାନଙ୍କ ସହ ଯାଇ ପାରେ କି?’ ଛୁଆ କୁକୁଡା କହିଲା ‘ହଁ ନିଶ୍ଚୟ’ । ତାପରେ ସେମାନେ ସମସ୍ତେ ପୁଣି ଏକାଠି ହୋଇ ଦୌଡିବାକୁ ଆରମ୍ଭ କଲେ । ଦୌଡି କରି ଯାଉ ଯାଉ ବାଟରେ ସେମାନେ ‘ଫକ୍ସି ଫକ୍ସି’ ନାମକ ଗୋଟିଏ କୋକିଶିଆଳକୁ ଭେଟିଲେ । ଛୁଆ କୁକୁଡା ତାକୁ କହିଲା ‘ହେ ଫକ୍ସିଫକ୍ସି! ଆକାଶ ଖସି ପଡୁଛି । ଫକ୍ସିଫକ୍ସି ପଚାରିଲା ‘ତୁ ଏହା କେମିତି ଜାଣିଲୁ? ଛୁଆ କୁକୁଡାଟି କହିଲା ‘ହଁ ମୁଁ ମୋ ନିଜ ଆଖିରେ ତାହା ଦେଖିଛି, ନିଜ କାନରେ ତାହାର ଶବ୍ଦ ଶୁଣିଛି ଏବଂ ସେଥିରୁ ଖଣ୍ଡେ ମୋ ଲାଞ୍ଜ ଉପରେ ବି ପଡିଛି । ଏହା କହିବାକୁ ଆମେ ରାଜାଙ୍କ ପାଖକୁ ଯାଉଛୁ ।’

ଫକ୍ସିଫକ୍ସି କହିଲା ‘ତେବେ ଆସ । ମୁଁ ତୁମକୁ ରାଜା ବାସ କରୁଥିବା ସ୍ଥାନକୁ ନେଇଯିବି ।’ ଛୁଆ କୁକୁଡା, ହେନିପେନି, ଗୁଜିଲୁଜି ଓ ଟର୍କିଲର୍କି ସମସ୍ତେ ସେ ଫକ୍ସିଫକ୍ସି ପଛେ ପଛେ ଗଲେ । ଫକ୍ସିଫକ୍ସି ନାମକ ଚତୁର କୋକିଶିଆଳିଟି ଏମାନଙ୍କୁ ନେଇ ଏକ ଗୁମ୍ଫା ମଧ୍ୟକୁ ଚାଲିଗଲା । ହେଲେ ଅନେକଦିନ ବିତିଗଲାଣି ଯେଉଁମାନେ ଫକ୍ସିଫକ୍ସି କଥାରେ ସେ ଗୁମ୍ଫା ମଧ୍ୟକୁ ଯାଇଥିଲେ କେହି ଆଉ ସେ ଗୁମ୍ଫା ମଧ୍ୟରୁ ଫେରିଲେ ନାହିଁ କିମ୍ବା ଭବିଷ୍ୟତରେ ସେମାନେ ଆଉ କେବେ ବି ଫେରିବେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ