ଜିଦ୍ଖୋର ଶାସକ

ଚନ୍ଦ୍ରପୁରୀ ଦେଶର ରାଜା ଚନ୍ଦ୍ରସେନ ଜଣେ ଖୁବ୍ ଭୟଙ୍କର ଜିଦ୍ଖୋର ମନୋବୃତିର ଶାସକ ଥିଲେ । ସେ ନିଜେ ଯାହା ଇଚ୍ଛା କରନ୍ତି ସର୍ବଦା ସେ ତାହାହିଁ କରନ୍ତି । ଅନ୍ୟ କାହାର ପରାମର୍ଶ ସେ କେବେବି ଗ୍ରହଣ କରନ୍ତି ନାହିଁ ।

                ଚନ୍ଦ୍ରସେନ ଗୁପ୍ତଚର ମାନଙ୍କ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ତାଙ୍କ ରାଜ୍ୟର ଅଧିକାଂଶ ପ୍ରଜା ଅସୁଖରେ କାଳାତିପାତ କରୁଛନ୍ତି । ଏହା ସମ୍ବନ୍ଧରେ ମନ୍ତ୍ରୀ କିମ୍ବା ଅନ୍ୟ କାହାରି ସହିତ ବିଚାର ବିମର୍ଷ ନ କରି, ସେ ସ୍ୱୟଂ ପ୍ରଜା ମାନଙ୍କର ଅଶାନ୍ତିର କାରଣ ଜାଣିବାକୁ ଚାହିଁଲେ । ତେଣୁ ଦିନେ ରାତିରେ ଛଦ୍ମବେଶରେ ସେ ନଗର ଭ୍ରମଣ ଉଦ୍ଧେଶ୍ୟରେ ବାହାରିଲେ ।

ଗୋଟିଏ ସରୁ ଗଳି ରାସ୍ତା ଦେଇ ରାଜା ଯାଉଥିବା ସମୟରେ ଏକ ଗୃହ ମଧ୍ୟରେ ପତି-ପତ୍ନୀଙ୍କ ଆଳାପ ତାଙ୍କ କାନରେ ପଡିଲା । କବାଟ ପଛରେ ଠିଆ ହୋଇ ସେ ସନ୍ତର୍ପଣରେ ସବୁ ଶୁଣିବା ପାଇଁ ଚାହିଁଲେ ।

ପତ୍ନୀ ତାଙ୍କର ପତିଙ୍କୁ ପଚାରୁଥିଲେ “ତିନି ମାସ ହେବ ମୁଁ ଦେଖି ଆସୁଛି, ତୁମେ ସର୍ବଦା ଚିନ୍ତାଗ୍ରସ୍ତ ରହୁଛ । ତୁମ ଚିନ୍ତାର କାରଣ କ’ଣ ମୁଁ ତାହା ଜାଣିପାରେ କି?”

ତା’ପରେ ତାଙ୍କ ପତି ନିରାଶାଭରା ସ୍ୱରରେ କହିଲେ “କଣ ଆଉ କହିବି? ଅନେକ କଥା ଚିନ୍ତା କରୁଛି । ମାତ୍ର କିଛି ମଧ୍ୟ ଫଳବତୀ ହୋଇପାରୁନାହିଁ ।” ରାଜା ଏତକ ଶୁଣି ସ୍ଥିର କରିନେଲେ ଯେ ପ୍ରଜା ମାନଙ୍କର ଅସନ୍ତୋଷର ମୁଖ୍ୟ କାରଣ ହେଉଛି, ସେମାନେ ଯାହା ଚିନ୍ତା କରୁଛନ୍ତି, ତାହା ହୋଇ ପାରୁନାହିଁ ।

ଚନ୍ଦ୍ରସେନ ତତ୍କ୍ଷଣାତ୍ ଅନ୍ତଃପୁରକୁ ଫେରି ଆସିଲେ । ସାରାରାତି ସେ ଏହି ବିଷୟ ଉପରେ ଭାବି ଚାଲିଲେ । ବହୁ ଚିନ୍ତା – ବିଚାର କରିବା ପରେ ଶେଷରେ ସେ ଏହି ନିର୍ଣ୍ଣୟ କଲେ ଯେ ପରଦିନ କିଛି ଲୋକଙ୍କୁ ପ୍ରଶ୍ନ କରି ସେ ଜାଣିବାକୁ ଚାହିଁବେ ସେମାନେ ତାଙ୍କ ମନରେ କ’ଣ ଭାବୁଛନ୍ତି । ତାହା ଜାଣିବା ପରେ ତାଙ୍କର ସେହି ଇଚ୍ଛା ପୂରଣ କରି ମୁଁ ସେମାନଙ୍କୁ ସନ୍ତୁଷ୍ଟ କରି ପାରିବି ।

ତତ୍ ପରଦିନ ଚନ୍ଦ୍ରସେନ ସ୍ନାନକାର୍ଯ୍ୟ ସମାପ୍ତ କରି ବାହାରକୁ ଆସିବା ସମୟରେ ଏକ ସେବକ ଦୁଗ୍ଧପାତ୍ର ଧରି ଦଣ୍ଡାୟମାନ ହୋଇଥିଲା । ରାଜାଙ୍କୁ ଦେଖିବାକ୍ଷଣି ତାଙ୍କ ହସ୍ତକୁ ସେ ପାତ୍ରଟି ବଢାଇ ଦେଲା । ଠିକ୍ ସେହି ସମୟରେ ସେ ଜାଣିପାରିଲା ଯେ, ଦୁଗ୍ଧ ଅଧିକ ଉଷ୍ମ ରହିଛି । ତେଣୁ ସେ ଖାଲି ଭୟରେ କମ୍ପିବାକୁ ଲାଗିଲା ।

ଚନ୍ଦ୍ରସେନ ତା’ ଆଡକୁ ବୁଲିପଡି ପଚାରିଲେ “ତୁମକୁ ମୁଁ ଯାହା ପ୍ରଶ୍ନ କରିବି ତୁମେ ମୋତେ ସତ କହିବ । ଏବେ ଏହି ମୁହୂର୍ତ୍ତରେ ତୁମେ କ’ଣ ଭାବୁଛ, ନିଃସଙ୍କୋଚରେ ତାହା ପ୍ରକାଶ କର ।”

ଏକଥା ଶୁଣି ଭୟଭୀତ ସେବକ ସତ୍ୟ ଭାବନା ପ୍ରକାଶ କରିବାକୁ ଯାଇ କହିଲା “ଭାବୁଛି, ଦୁଧ ଗରମ ଥିବା ହେତୁ ମହାରାଜ ତାହା ମୋ ମୁହଁ ଉପରକୁ ଛାଟି ଦେବେ ।”

ଚନ୍ଦ୍ରସେନ, ତା’ର ଭାବନାନୁସାରେ କର୍ମ କଲେ । ସେବକ ଉପରକୁ ଉଷ୍ମ ଦୁଗ୍ଧ ଛାଟିଦେବାରୁ, ସେ ବିକଳରେ ଆତୁର କ୍ରନ୍ଦନ କରି ସେଠାରୁ ଚାଲିଗଲା । ସେହିଦିନ ଦରବାରକୁ ଜଣେ ସାଧାରଣ ଚୋର ଧରାହୋଇ ଆସିଥିଲା । ତାହାର ଅପରାଧ ପ୍ରମାଣିତ ହୋଇଗଲା । ଚନ୍ଦ୍ରସେନ ଇଚ୍ଛା କଲେ, ଏହି ଚୋରକୁ ଶାସ୍ତି ନଦେଇ ତା’ର ମନରେ ଆନନ୍ଦ ଭରି ଦେବି । ତେଣୁ ସେ ଚୋରକୁ ପଚାରିଲେ, “ଏବେ ମୁଁ କଣ କରିବାକୁ ଯାଉଛି ତୁମେ ଚିନ୍ତା କରି ପାରିବ ।”

ଚୋର କହିଲା “ମହାରାଜ, ମୋର ଭୟ ହେଉଛି ଯେ ଆପଣ ଚାବୁକ ପ୍ରହାର ପାଇଁ ଆଦେଶ ଦେବେ ।” ତା’ର ଚିନ୍ତା ଅନୁସାରେ ଚନ୍ଦ୍ରସେନ ଚାବୁକ ପ୍ରହାରର ଆଦେଶ ପ୍ରଦାନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ