ଜ୍ଞାନ ହିଁ ଧନ

ଗୋଟିଏ ଗଧ ଓ ଗୋଟିଏ କୁକୁର ରାସ୍ତାରେ ଯାଉଥିଲେ । ଆଉ ସେହି ରାସ୍ତାରେ ଗୋଟିଏ ବହି ପଡିଥିବାର ସେମାନେ ଦେଖିଲେ । ବହିଟିକୁ ତୁରନ୍ତ ଉଠାଇ ଗଧ ପଢିବାକୁ ଆରମ୍ଭ କଲା ଓ କୁକୁର ଶୁଣିଲା । ସେଥିରେ କେବଳ ଘାସ, ଚାଉଳ ଓ ପନିପରିବା ବିଷୟ ଲେଖା ହୋଇଥିଲା । କୁକୁର ସେସବୁ ଶୁଣି ଶୁଣି ଖୁବ୍ ବିରକ୍ତ ହୋଇ କହିଲା, “ସେ ସବୁ ଛାଡ, ଯେଉଁଠି ମାଂସ ଓ ହାଡ ଖାଇବା ବିଷୟରେ ଲେଖା ହୋଇଛି ତାହା ପଢ ।”

ଏକଥା ଶୁଣି ଗଧ କୁକୁରକୁ କହିଲା, “ମାଂସ ଓ ହାଡ ବିଷୟରେ ତ ଏ ବହିରେ କାହିଁ କୋଉଠି କିଛି ବି ଲେଖା ନାହିଁ, ତୁ କିନ୍ତୁ ଏ ପନିପରିବା ବିଷୟରେ ଶୁଣୁଥା, ପରେ କେବେ ଏସବୁ ତୋ କାମରେ ନିଶ୍ଚୟ ଆସିବ ।” ତେଣୁ ବାଧ୍ୟ ହୋଇ ସେ କୁକୁର ଶୁଣିଲା ।

କିଛିଦିନ ପରେ ସେ କୁକୁରର ପେଟ ଖରାପ ହେଲା । ମାଂସ ଓ ହାଡ ଖାଇବାକୁ ତାକୁ ମନାହେଲା, କିନ୍ତୁ ତାର କିଛି ବି ଅସୁବିଧା ହେଲା ନାହିଁ । ସେତ ଆଗରୁ ପନିପରିବା ବିଷୟରେ ଗଧଠାରୁ ସବୁ କିଛି ଶୁଣିଥିଲା, ସେଇ ସବୁ ଖାଇ ସେ କୁକୁର ଭଲ ହୋଇଗଲା ।

ଜ୍ଞାନ ମଣିଷର ପ୍ରକୃତ ଧନ, ଦରକାର ବେଳେ ଏହା କାମରେ ଲାଗେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ