ଝୁଡି ଓ ବୁଢାବାପା

ଶେଷରେ ଦୟାଲ୍ ପାହାଡ ଉପରେ ପହଁଚି ବାପାଙ୍କୁ ଝୁଡି ସହିତ ତଳକୁ ଫିଙ୍ଗିଦେବାକୁ ବସିଛି, ଛୋଟ ପୁଅଟି ଠିକ୍ ଏହି ସମୟରେ ବଡ ପାଟିରେ କହିଲା, ‘ବାପା, ଝୁଡିକୁ ତଳକୁ ପିଙ୍ଗ ନାହିଁ । କାହିଁକିନା ତୁମେ ଯେତେବେଳେ ବୁଢା ହୋଇଯିବ, ମୁଁ ପୁଣି ତୁମକୁ କେଉଁ ଝୁଡିରେ ପାହାଡ ଉପରକୁ ଆଣି ଫିଙ୍ଗିବି?’

ଛୋଟ ପୁଅଟିର କଥା ଶୁଣି ଦୟାଲ୍ ଭାବିଲା – ଆରେ ସତେ ତ, ମୁଁ ଯଦି ଆଜି ମୋ’ ବାପାଙ୍କୁ ପାହାଡ ଉପରୁ ଫିଙ୍ଗି ଦିଏ, ମୁଁ ବୁଢା ହେଲେ ମୋ’ ପୁଅ ବି ମୋତେ ଦିନେ ଠିକ୍ ଏହିପରି ପାହାଡ ଉପରୁ ଫିଙ୍ଗି ଦେବ ।

ତା’ପରେ ଦୟାଲ୍ ତା’ ବାପାଙ୍କୁ ପାହାଡ ଉପରୁ ନ ଫିଙ୍ଗି ଘରକୁ ଫେରିଆସିଲା । ସେଇ ଦିନଠାରୁ ସେ ଓ ତା’ର ସ୍ତ୍ରୀ ବାପାଙ୍କର ଠିକ୍ ଯତ୍ନ ନେବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ