ଟମଥମ୍ବ

କିଛି ଦିନ ପରେ ଟମ୍ ପୁଣି ରାଜାଙ୍କର ଅତି ପ୍ରିୟ ହୋଇ ଉଠିଲା ମାତ୍ର ରାଜାଙ୍କର ସେଇ ସ୍ନେହ ଉପଭୋଗ କରିବା ପାଇଁ ଟମ୍ ଆଉ ବେଶୀଦିନ ରହିଲା ନାହିଁ । କାରଣ ଦିନେ ଗୋଟିଏ ବଡ ମାଙ୍କଡସା ଟମ୍କୁ ଆକ୍ରମଣ କଲା ଏବଂ ଟମ୍ ତା ସହିତ ତାର ଛୋଟ ଖଣ୍ଡାରେ ଯୁଦ୍ଧ କରିଥିଲେ ମଧ୍ୟ ମାଙ୍କଡସାର ବିଷ ତାଦେହରେ ଚରିଗଲା ।

ଚାହୁଁ ଚାହୁଁ ବିଷ ଚରିଲା ସେତ ଟଳିପଡିଲା

ମାଙ୍କଡସା ଅତି କ୍ରୋଧରେ ତାର ରକ୍ତ ଶୋଷିଲା । ୧ ।

ରାଜା ଆର୍ଥର ଓ ତାଙ୍କର ସମସ୍ତ ପାରିଷଦ ବର୍ଗ ପ୍ରିୟ ଟମ୍ର ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କଲେ ଓ ତା କବର ଉପରେ ମାର୍ବଲ ପଥର ଏକ ସ୍ତମ୍ଭ ତିଆରିକରି ତା ଉପରେ ଏଇ କବିତାଟି ଲେଖି ଦେଲେ ।

ଟମଥମ୍ବ ଏଠି ଶୋଇଛି ଯିଏ ରାଜାଙ୍କ ବୀର

ମାଙ୍କଡସା ନେଇ ଯାଇଛି ଆଜି ପରାଣ ତାର । ୧ ।

ରାଜା ଆର୍ଥରଙ୍କ ସଭାରେ ପରିଚିତ ସେ ଜାଣ

ସାହସ ପଣିଆ ଅଟଇ ତାର ମହତ ଗୁଣ । ୨ ।

ମୂଷକ ଉପରେ ଆରୋହି ଖେଳେ ସେ ଯୁଦ୍ଧ ଖେଳ

ରାଜାଙ୍କ ସହିତ ଯାଏ ସେ ହେଲେ ଶିକାର ବେଳ । ୩ ।

ବସିଥିଲେ ରାଜସଭାରେ ରାଜସଭା ଆନନ୍ଦ

ତାହାର ମୃତ୍ୟୁରେ ଘୋଟିଛି ଆଜି ଯେ ନିରାପଦ । ୪ ।


ଗପ ସାରଣୀ

ତାଲିକାଭୁକ୍ତ ଗପ