ଠକକୁ ଜିତେ ଠକ

ଏକଥା ଶୁଣି ସେ ଚତୁର ଠକ କହିଲା, “ଖୁବ୍ ବେଶି ହେଲେ ଏ ବଳଦଟି ପଚିଶଟଙ୍କା ହେବ । ତୁମର ଯଦି ମୋ ଉପରେ ବିଶ୍ୱାସ ହେଉନାହିଁ, ତେବେ ଚାଲ, ଏଇ ଗାଆଁ ମୁଣ୍ଡରେ ବସିଥିବା ଜଣେ ବୃଦ୍ଧଲୋକଙ୍କୁ ଆମେ ପଚାରିବା । ସେ ଯାହା ନିଷ୍ପତି କରିବେ ଆମେ ଦୁହେଁ ତାହା ମାନିନେବା ।”

ଏଥିରେ ସେ ବ୍ରାହ୍ମଣ ଜଣକ ବି ରାଜି ହୋଇଗଲେ । ଦୁହେଁ କଥାବାର୍ତ୍ତା ହୋଇ ଚାଲିଲେ ସେହି ବୃଦ୍ଧଲୋକଙ୍କ ପାଖକୁ । ଦୁହେଁ ସେ ବୁଢାଙ୍କ ପାଖରେ ପହଁଚି ସବୁ କଥା କହିଲେ । ବୁଢା କିଛି ସମୟ ଭାବିବାର ଛଳନା କରି କହିଲେ, “ବଳଦଟି ତିରିଶ ଟଙ୍କା ହେବ ।”

ବ୍ରାହ୍ମଣ ଏଥିରେ ବିଶ୍ୱାସ କଲେ । ଭାବିଲେ, ତାଙ୍କ ସ୍ତ୍ରୀଟା ତ ମାଇପି ଲୋକ । ଏ ବଳଦ କିଣାବିକା କଥା ତାକୁ କ’ଣ ଜଣା? ଏ ବୁଢାଲୋକ ଯାହା କହିଲେ, ତାହା ହିଁ ଠିକ୍ ଅଟେ ।

ତିରିଶ ଟଙ୍କା ଧରି ବ୍ରାହ୍ମଣ ତାଙ୍କ ଘରକୁ ଫେରିଆସିଲେ ଏବଂ ସେ ତାଙ୍କ ସ୍ତ୍ରୀଙ୍କୁ ସବୁକଥା କହିଲେ । ସବୁ କଥା ଶୁଣି ଶେଷରେ ସେ ବ୍ରାହ୍ମଣଙ୍କର ସ୍ତ୍ରୀ କହିଲେ, “ତୁମେ ଠକ ହାବଡରେ ପଡିଗଲ । ସେଇ ବୁଢାଲୋକଟି ଆଉ କେହି ନୁହେଁ, ସେ ସେଇ ଠକର ବାପ । ଦୁହେଁ ମିଶି ତୁମକୁ ଠକି ଦେଲେ ।”

ଏଥିରେ ଆଉ ସେ ବ୍ରାହ୍ମଣଙ୍କର ଦୁଃଖର ସୀମା ରହିଲା ନାହିଁ । ତେଣୁ ମନେ ମନେ ସେ ଶପଥ କଲେ ଯେ, ସେ ଏହାର ପ୍ରତିଶୋଧ ନିଶ୍ଚୟ ନେବେ ।

ତହିଁ ଆରଦିନ ସେ ବ୍ରାହ୍ମଣ ଜଣକ ଜଣେ ବୈଦ୍ୟ ବେଶ ଧରି ହାଟକୁ ଚାଲିଲେ । ବାଟରେ ଠକ ସହିତ ତାଙ୍କର ସାକ୍ଷାତ ହେଲା । ଛଦ୍ମବେଶରେ ଥିବାରୁ ସେ ଠକଟି ବ୍ରାହ୍ମଣଙ୍କୁ ଆଦୌ ଚିହ୍ନିପାରିଲା ନାହିଁ । ଠକ ଜଣକ କବିରାଜଙ୍କୁ ନମସ୍କାର କଲା । କହିଲା, “ଆପଣେ ! ଦୟାକରି ମୋ ବୁଢାବାପାଙ୍କୁ କିଛି ଔଷଧ ଦେଇ ଯାଆନ୍ତୁ । କାରଣ ଆଜିକାଲି ତାଙ୍କ ଦେହ ଆଦୌ ଭଲ ରହୁ ନାହିଁ ।

ଠକ ସହିତ ବ୍ରାହ୍ମଣ ଚାଲିଲେ ଗାଁ ଭିତରକୁ । ଠକର ବାପା ପୂର୍ବ ପରିଚିତ ସେହି ବୁଢା ବୋଲି ବ୍ରାହ୍ମଣ ଏଥର ଜାଣିଲେ । ତେଣୁ ସେ ବ୍ରାହ୍ମଣ ବୈଦ୍ୟ ପ୍ରଥମେ ଏ ବୁଢାର ନାଡି ପରୀକ୍ଷା କରି ତା ପୁଅକୁ କହିଲେ, “ତୁମେ ତୁରନ୍ତ ଯାଇ ଛେଳି ଦୁଧ କିଛି ନେଇ ଆସ । ମୁଁ ସେଥିରେ ତୁମ ବାପାଙ୍କ ନିମନ୍ତେ ଔଷଧ ତିଆରି କରିଦେବି ।”

ଛେଳିଦୁଧ ଆଣିବା ପାଇଁ ପୁଅଟି ଯେମିତି ଗାଁ ବାହାରକୁ ଯାଇଛି, କବିରାଜ ବେଶରେ ଥିବା ସେ ବ୍ରାହ୍ମଣ ସେମିତି ନିଜର ବେଶ ଉତାରି ଦେଲେ । ବୁଢାଟି ପୂର୍ବଦିନର ସେ ବ୍ରାହ୍ମଣଙ୍କୁ ହଠାତ୍ ଦେଖି ଭୟରେ ଚମକି ପଡିଲା । ତାପରେ ସେ ବ୍ରାହ୍ମଣ ଠକ ଘରର କୋଣରୁ ଠେଙ୍ଗାଟିଏ ଆଣି ସେ ବୁଢାକୁ ଖାଲି ପିଟିବାକୁ ଲାଗିଲା । ମାଡ ଖାଇ ସେ ବୁଢା ସେହିଠାରେ ହିଁ ବେହୋସ ହୋଇ ତଳେ ପଡିଗଲା । ଏହି ସୁଯୋଗରେ ସେ ବ୍ରାହ୍ମଣ ଜଣକ ଠକ ବୁଢାର ଟ୍ରଙ୍କ ଖୋଲି ସେଥିରୁ ସମସ୍ତ ଧନ ଧରି ନିଜ ଘରକୁ ପଳାଇ ଆସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ