ଠକକୁ ଜିତେ ଠକ

ବୁଢାର ପୁଅ ଛେଳିଦୁଧ ଧରି ତା ଘରକୁ ଆସିଲା ବେଳକୁ ସେ ଦେଖିଲା ଦୁଆର ମେଲା । ଏପଟେ ତା ବୁଢା ବାପା ବି ବେହୋସ୍ ହୋଇ ତଳେ ପଡିଛି । ଗୋଟିଏ ଟ୍ରଙ୍କ ଭଙ୍ଗା ହୋଇ ତାହା ଖାଲି ପଡିଛି । ଠକ ପୁଅଟି ପ୍ରଥମେ ମୁହଁରେ ପାଣିଛାଟି ତା ବାପକୁ ହେପାଜତ କଲା । ତାପରେ ନିଜ କର୍ମକୁ ଆଦରି ସେ ରହିଲା ।

ଆଉ ଦିନକର କଥା । ସେ ବ୍ରାହ୍ମଣ ଜଣକ ଜ୍ୟୋତିଷର ଛଦ୍ମବେଶରେ ହାଟକୁ ବାହାରିଲେ । ବାଟରେ ତାଙ୍କର ଦେଖାହେଲା ସେହି ପୂର୍ବ ପରିଚିତ ଠକ ସହିତ । ଜ୍ୟୋତିଷକୁ ଦେଖି ସେ ଠକ ଜଣକ ନମସ୍କାର କରି କହିଲା, “ଗଣକ ମହାଶୟ, ମୋର ହାତ ଦେଖି ଫଳାଫଳ କୁହନ୍ତୁ ।”

କେତେ ସମୟ ଠକର ହାତ ପରୀକ୍ଷା କରି ସେ ବ୍ରାହ୍ମଣ ଜଣକ କହିଲେ, “ତୋର ବର୍ତ୍ତମାନ ଶନି ଦଶା ପଡିଛି । ବହୁତ କଷ୍ଟ ଯୋଗ ତୋର ଅଛି । ମଙ୍ଗଳବାରେ ଓ ଶନିବାରେ ହନୁମାନ ମନ୍ଦିରରେ ଯାଇ ଏକବର୍ଷ ପର୍ଯ୍ୟନ୍ତ ପୂଜା କଲେ ଯାଇ ଏଥିରୁ ତୁ ନିଶ୍ଚୟ ମୁକ୍ତି ପାଇବୁ । ଆଜି ତ ମଙ୍ଗଳବାର । ତୁରନ୍ତ ହନୁମାନ ମନ୍ଦିରକୁ ଯାଇ ତୁ ଆଜିଠାରୁ ହିଁ ତୋ ପୂଜା ଆରମ୍ଭ କର ।”

ବ୍ରାହ୍ମଣଙ୍କ କଥା ମାନି ଠକ ଜଣକ ସେହିକ୍ଷଣି ଗାଁ ବାହାରକୁ ଚାଲିଗଲା । ଏହି ଅବସରରେ ସେ ବ୍ରାହ୍ମଣ ଯାଇ ପହଁଚିଲା ଠକ ଘରେ । ଠକର ବୁଢାବାପ ତ ତା ଘର ଭିତରେ ବସିଥିଲା । ଏ ବ୍ରାହ୍ମଣଙ୍କୁ ଦେଖି ସେ ଖାଲି ଥରିବାକୁ ଲାଗିଲା । ଘର ଭିତରୁ ଠେଙ୍ଗାଟିଏ ଆଣି ସେ ବ୍ରାହ୍ମଣ ଚୋରର ବୁଢା ବାପଙ୍କୁ ପୁଣି ମନଇଚ୍ଛା ପିଟିଲେ । ମାଡ ଦେଉଥାଆନ୍ତି ଏବଂ ସେ ବ୍ରାହ୍ମଣ କହୁଥାଆନ୍ତି, “ଠକିଥିଲୁ ପରା, ଏବେ ତା ଫଳ ଭୋଗ କର ।”

ମାଡ ଖାଇ ସେ ବୁଢାଟି ପୁଣି ତାର ଚେତା ହରାଇବସିଲା । ବ୍ରାହ୍ମଣ ସେ ଠକର ଘର ଭିତରେ ଆଉ ଗୋଟିଏ ଟ୍ରଙ୍କ ଭାଙ୍ଗି ସେଥିରୁ ସମସ୍ତ ଧନ ରତ୍ନ ଧରି ଘରମୁଁହା ଚାଲିଲେ । ଠକ ପୁଅ ତା ଘରକୁ ଫେରି ଆସି ଦେଖିଲା, ତା ବାପା ବେହୋସ୍ ହୋଇ ପଡିଛି । ଧନ ବୋଲି ଯାହା ସାଇତା ହୋଇଥିଲା, ସେ ସବୁ ଶେଷ ହୋଇଗଲା ।

ଆଜି ପର୍ଯ୍ୟନ୍ତ ସେ ତ ଅନ୍ୟମାନଙ୍କୁ ଠକି ଚଳୁଥିଲା । ହେଲେ ଚୋର ଘର ତ ଆଉ ସବୁବେଳେ ଅନ୍ଧାର ନ ଥାଏ । ଦିନେ ନା ଦିନେ ସେ ଚୋରଟି ତାର କର୍ମଫଳ ଭୋଗ କରେ ।

ସେହିଦିନୁ ସେ ଠକ ଜଣକ ମନେ ମନେ ନିଷ୍ପତି କଲା, “ଆଉ କାହାକୁ ସେ କେବେବି ଠକିବ ନାହିଁ । ଏଣିକି ସେ ପରିଶ୍ରମ କରି ଚଳିବ ।

ବ୍ରାହ୍ମଣ ଯେତିକି ଠକି ହୋଇଥିଲେ, ତାର ଚାରିଗୁଣ ଧନ ସେ ଠକଘରୁ ଆଦାୟ କଲେ । ତାପରେ ଯାଇ ମହାଆଡମ୍ବରରେ ତାଙ୍କ ବାପାଙ୍କର ଶ୍ରାଦ୍ଧ ପାଳନ କରାଗଲା । ବ୍ରାହ୍ମଣମାନେ ଭଲ ବିଦାକି ପାଇ ସେ ଶ୍ରାଦ୍ଧ ଆୟୋଜନକାରୀ ବ୍ରାହ୍ମଣଙ୍କୁ ଅଶେଷ କଲ୍ୟାଣ କରି ସେଠାରୁ ଚାଲିଗଲେ । କୁହାଯାଏ ଯେ, ଶ୍ରାଦ୍ଧ ହେଲେ ପିତୃପୁରୁଷ ଆର୍ଶୀବାଦ କରିଥାଆନ୍ତି ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ । (Promotional racial con story)


ଗପ ସାରଣୀ

ତାଲିକାଭୁକ୍ତ ଗପ