ଠକ ଦଣ୍ଡ ପାଇଲା

 ମହାରାଜ ଆକବର ପ୍ରତିଦିନ ଦରବାରକୁ ଆସି ରାଜ୍ୟର ଭଲ ମନ୍ଦ ଖବର ଗୁପ୍ତଚରମାନଙ୍କ ଠାରୁ ବୁଝନ୍ତି ଓ ସମସ୍ୟାର ଉଚିତ୍ ପଦକ୍ଷେପ ନିଅନ୍ତି । ଏଥିରେ ବିରବଲ ତାଙ୍କର ସହାୟତା କରନ୍ତି । ସେଥିପାଇଁ ବିରବଲଙ୍କୁ ପ୍ରତିଦିନ ଦରବାରକୁ ଆସିବାକୁ ପଡେ । ଦିନେ ଦରବାରରେ ଏପରି ଏକ ସମସ୍ୟା ଦେଖା ଦେଲା ଯାହାର ସମାଧାନ ବିରବଲ ଖୁବ୍ କମ୍ ସମୟ ମଧ୍ୟରେ କରିଦେଇଥିଲେ । ସମସ୍ୟାଟି ହେଉଛି ଜଣେ ଠକ ଏବଂ ଜଣେ ଧନୀ ବଣିକଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ।

         ଆଗ୍ରା ସହରରେ ଜଣେ ଠକ ବାସ କରୁଥିଲା । ସେ କିନ୍ତୁ ସମସ୍ତଙ୍କୁ ଭଦ୍ର ବ୍ୟବହାର ଦେଖାଏ । ତା’ର ଭଦ୍ର ନମ୍ର ବ୍ୟବହାରରେ ସନ୍ତୁଷ୍ଟ ହୋଇ ଲୋକମାନେ ତା’ ସହିତ ବନ୍ଧୁତା କରନ୍ତି । ତା’ପରେ ସେ ସୁବିଧା ସୁଯୋଗ ଦେଖି ଲୋକମାନଙ୍କଠାରୁ ଧନ ରତ୍ନ ନେଇଯାଏ । ଥରେ ସେହି ଠକଟି ଜଣେ ଧନୀ ବଣିକଙ୍କ ସହିତ ବନ୍ଧୁତା ସ୍ଥାପନ କଲା । ଅଳ୍ପଦିନ ମଧ୍ୟରେ ଦୁଇଜଣଯାକ ବେଶ୍ ଘନିଷ୍ଠ ହୋଇଗଲେ । ବଣିକ କିନ୍ତୁ ଭାରି ସରଳ ସ୍ୱଭାବର । ସେ ଏତେ ଛନ୍ଦ ମାୟା ଜାଣନ୍ତି ନାହିଁ । ସେ ଠକକୁ ପୁରା ବିଶ୍ୱାସ କରିଯାଇଥାଆନ୍ତି । ଦିନେ ଠକଟି ବଣିକଙ୍କୁ ତା’ର ଘରକୁ ଖାଇବାକୁ ନିମନ୍ତ୍ରଣ କଲା । ବଣିକ ମଧ୍ୟ ବନ୍ଧୁର ନିମନ୍ତ୍ରଣ ଏଡେଇନପାରି ତା’ର ଘରକୁ ଗଲେ । ଠକ ବ୍ୟକ୍ତି ନାନାଦି ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରିଥାଏ । ଉଭୟେ ସାଂଗ ହୋଇ ଭୋଜନ କଲେ ଏହାପରେ ଉଭୟେ ମିଶି ମଦ୍ୟପାନ କଲେ । ରାତିରେ ବଣିକ ମଧ୍ୟ ଠକ ବ୍ୟକ୍ତିର ଘରେ ରହିଲେ । ପରଦିନ ସକାଳୁ ନିଜ ଘରକୁ ଆସିଲେ ।

         କିଛି ସମୟପରେ ଠକ ବ୍ୟକ୍ତି ଯାଇ ବଣିକଙ୍କ ପାଖରେ ପହଁଚିଗଲା । ବଣିକଙ୍କୁ କହିଲା, “ବନ୍ଧୁ! ତୁମେ ଏତେ ଠକ ବୋଲି ମୁଁ ଜାଣିନଥିଲି । ମୁଁ ତୁମକୁ ବିଶ୍ୱାସ କରି ମୋର ଘରେ ରଖାଇଲି । ହେଲେ ତୁମେ ମୋର ହୀରା ମୁଦିଟିକୁ ଚୋରାଇ ଆଣିଲ ।” ଠକ ବ୍ୟକ୍ତିର କଥା ଶୁଣି ବଣିକ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରକୃତରେ ବଣିକ ହୀରା ମୁଦି କେମିତି ମଧ୍ୟ ଦେଖି ନଥାନ୍ତି । ଶେଷରେ ଦୁଇଜଣଙ୍କ ମଧ୍ୟରେ ଖୁବ୍ ପାଟିତୁଣ୍ଡ ହେଲା । କଥା ଶେଷକୁ ବିରବଲଙ୍କ କାନରେ ପଡିଲା । ଦରବାରରେ ଦୁଇଜଣଯାକ ଯାଇ ପହଁଚିଗଲେ । ଠକ ବ୍ୟକ୍ତି କହିଲା, “ମହାରାଜ! ଏହି ବ୍ୟକ୍ତିଙ୍କ ସହିତ ମୁଁ ବନ୍ଧୁତା କଲି । ହେଲେ ଶେଷରେ ଇଏ ମୋର ଘରୁ ମୋର ହୀରା ମୁଦି ଚୋରାଇ ଆଣିଛନ୍ତି । ସେ ଚୋରାଇବା ସମୟରେ ମୋର ଦୁଇଜଣ ବନ୍ଧୁ ଏହି ଘଟଣା ଦେଖିଛନ୍ତି । ହେଲେ ସେ ମାନୁ ନାହାଁନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ