ଠକ ଦଣ୍ଡ ପାଇଲା

         ବିଚରା ବଣିକ ବ୍ୟକ୍ତି ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ରାଜା ମଧ୍ୟ କାହାକୁ ଦୋଷୀ ସାବ୍ୟସ୍ତ କରିବେ ଜାଣି ପାରୁନଥାନ୍ତି । ଶେଷରେ ବିରବଲଙ୍କ ଉପରେ ରାଜା ଏହି ଦାୟିତ୍ୱ ନ୍ୟସ୍ତ କଲେ । ବିରବଲ ଘଟଣାଟି କ’ଣ ଶୁଣି ସାରିବା ପରେ ଦୁଇଜଣ ସାକ୍ଷୀଙ୍କୁ ଡକାଇଲେ । ପ୍ରକୃତରେ ସେମାନେ କିଛି ଦେଖି ନଥିଲେ । ଠକର କଥାରେ ପଡି ସାକ୍ଷୀ ଦେବାକୁ ଚାଲି ଆସିଲେ । ବିରବଲ ପ୍ରଥମେ ପ୍ରଥମ ସାକ୍ଷୀକୁ ହୀରା ମୁଦି ଚୋରିଯିବା ଘଟଣା ସଂପର୍କରେ ପଚାରିଲେ । ଲୋକଟି ଜାତିରେ ଭଣ୍ଡାରୀ ଥିଲା । ତା’ର ବାପା ତାକୁ ସବୁ ସମୟରେ କହୁଥିଲେ, “ଜଣେ ଭଣ୍ଡାରୀ ପାଇଁ ତାର ଖୁର ହେଉଛି ସବୁଠାରୁ ମୂଲ୍ୟବାନ ହୀରା ।” ସେହି କଥାକୁ ମନେ ରଖି ସେ ବିରବଲଙ୍କୁ କହିଲା, “ହଜୁର୍! ହୀରା ଦ୍ରବ୍ୟଟି ଠିକ୍ ଖୁର ପରି ।” ଏହାପରେ ବିରବଲ ଦ୍ୱିତୀୟ ସାକ୍ଷୀକୁ ହୀରା ଜିନିଷଟି କିପରି ବୋଲି ପ୍ରଶ୍ନ କଲେ । ଦ୍ୱିତୀୟ ସାକ୍ଷୀଟି ଜଣେ ଦର୍ଜୀ ଥିଲା । ସେ ମନେ ମନେ ଭାବୁଥାଏ ହୀରାଟି କିପରି ହୋଇଥିବ । ତା’ର ମା’ ମଧ୍ୟ ତାକୁ ସମୟେ ସମୟେ କହନ୍ତି, “ବାପାରେ! ତୁ ଯେଉଁ ଛୁଁଚିରେ ତୋର କାର୍ଯ୍ୟ କରୁଛୁ ତାହା ତୋ ପାଇଁ ମୂଲ୍ୟବାନ ହୀରା ।” ସେ ସେହି କଥା ଭାବି ବିରବଲଙ୍କୁ କହିଲା, “ହଜୁର୍! ହୀରା ଏକ ଛୁଁଚି ଆକାରର ହୋଇଥିବ ।”

         ଦୁଇଜଣଙ୍କ କଥା ଶୁଣିବାପରେ ବିରବଲ କହିଲେ, “ମହାରାଜ! ପ୍ରକୃତରେ ବଣିକ ଚୋରୀ କରିନାହାଁନ୍ତି । ଏମାନେ ମଧ୍ୟ ତାଙ୍କୁ ମୁଦି ଚୋରୀ କରିବାର ଦେଖି ନାହାଁନ୍ତି । ଏମାନେ ଯଦି ହୀରା ମୁଦିଟିକୁ ଦେଖିଥାଆନ୍ତେ, ତା’ହେଲେ ତାହା ଦେଖିବାକୁ କିପରି କହିପାରିଥାଆନ୍ତେ । ଏମାନଙ୍କ ମତରେ ହୀରାଟି ଗୋଟିଏ ଖୁର ଏବଂ ଛୁଁଚି ସଦୃଶ । ତେଣୁ ମହାରାଜ ମୋ ମତରେ ବଣିକ ନିର୍ଦୋଷ ।

         ବିରବଲଙ୍କ କଥା ଶୁଣିସାରିବା ପରେ ଆକବର ଠକ ବ୍ୟକ୍ତିକୁ ଜେଲ୍କୁ ପଠାଇଦେଲେ ଏବଂ ବଣିକଙ୍କୁ ସସମ୍ମାନେ ବିଦା କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ