ଠେକୁଆ ଓ ମହୁଫେଣା

                ତା’ପରେ ସେ ମୁଣିକୁ ଝୁଲେଇ ଝୁଲେଇ ରାକ୍ଷସ ବଡ ପାଟିରେ ହସି ହସି ଚାଲୁଥାଏ । ଆଉ ବଡ ପାଟିରେ କହୁଥାଏ, ଏଥର ସମସ୍ତଙ୍କୁ ଖାଇବି । ବଢିଆ ଖାନା ମିଳିଲା ଆଜି । ତେବେ ପାଂଚଟା ଠେକୁଆ । ଆଗ କାହାକୁ ଖାଇବ ସେଇ ଚିନ୍ତାରେ ରାକ୍ଷସ ପଡିଥାଏ ।

                ମୁଣି ଭିତରେ ପଶି ସେ ଠେକୁଆମାନେ ଖାଲି ବିକଳରେ ରଡୁଥାନ୍ତି । ଗୋଟାଏ ମଣିଷଖିଆ ବଡ ପେଚା ସେମାନଙ୍କ କାନ୍ଦଣା ଶୁଣି ପାରିଲା । ଫଳରେ ଏ ଠେକୁଆଙ୍କ ପ୍ରତି ତାର ଦୟା ଆସିଲା । ଗଛ ଉପରୁ ଉଡିଆସି ସେ ପେଚା ତା’ର ମୁନିଆଁ ନଖରେ ରାକ୍ଷସର ମୁହଁକୁ ରାମ୍ପୁଡି ପକାଇଲା । ରାକ୍ଷସ ରଡି ଛାଡି ତାକୁ ଘଉଡେଇଲା ।

                ରାକ୍ଷସ ନାକକୁ ଖୁମ୍ପି ପେଚା କହିଲା, “କାହାକୁ ଆଗ ଖାଇବୁ ଜାଣି ପାରୁନୁ? ମୁଁ ତତେ ବତେଇ ଦେଉଛି” ଏତିକି କହି ସେ ପେଚା ରାକ୍ଷସ ପିଠିରେ ନାଉ ହୋଇ ତା କାନ୍ଧକୁ ନଖରେ ରାମ୍ପୁଡିଲା

                ଏଣେ ସେ ରାକ୍ଷସ ଚିତ୍କାର କଲା, “ଓହ୍ଲା ମୋର ପିଠିରୁ” ତୁ ଟା କିଏ?

                ମୁଁ ଗୋଟାଏ ମଣିଷଖିଆ ପେଚା-କହି ସେ ପେଚା ରାକ୍ଷସକୁ ଆଉ ଖୁମ୍ପାଏ ଦେଲା ଓ କହିଲା, “ପାଇଲେ ରାକ୍ଷସ ମଧ୍ୟ ଖାଏ । କ’ଣ ବୁଝିଲୁ?”

                ଏକଥା ଶୁଣି ସେ ରାକ୍ଷସ ଟିକିଏ ଡରିଗଲା ।

                ଏସବୁ ଦେଖି ପେଚା ଗର୍ଜ୍ଜନ କଲା, “ମୁଁ ତୋତେ ନିଶ୍ଚୟ ଖାଇବି” ମାତ୍ର ତା ପୂର୍ବରୁ ମୁଁ ତୋତେ ଗୋଟାଏ ବୁଦ୍ଧି ଶିଖାଉଛି ଶୁଣ । ତୁ କାହାକୁ ଆଗ ଖାଇବୁ ଜାଣି ପାରୁନୁ ପରା? ତେବେ ଗୋଟାଏ କଥା କର । ମଝିଆଁକୁ ସାନ ଠେକୁଆକୁ ଖୁଆ । ତାପରେ ବଡ ମଝିଆଁକୁ ଖାଉ । ବଡକୁ ମା ଠେକୁଆ ଖାଇବ । ଶେଷରେ ଠେକୁଆ ତା ସ୍ତ୍ରୀକୁ ଖାଇବ । ତାହେଲେ ଠେକୁଆ ମୋଟାସୋଟା ହୋଇଯିବ । ତାପରେ ଯାଇ ତୁ ସେ ଠେକୁଆକୁ ଖାଇବୁ ।”

                ରାକ୍ଷସ ଏ କଥାଟା ଶୁଣି ବେଶ୍ ଖୁସି ହୋଇଗଲା । ଆଉ ପଚାରିଲା “ସେଉଠୁ କଣ ହେବ କହିଲୁ?” ଜୋର୍ରେ ଗୋଟାଏ ଖୁମ୍ପା ମାରି ପେଚା ରାକ୍ଷସକୁ କହିଲା, ମୁଁ ତତେ ନିଶ୍ଚୟ ଖାଇବି ।

                “ବୋପାଲୋ!” କହି ଭୟରେ ସେ ରାକ୍ଷସ ଭୀଷଶ ଛାନିଆ ହୋଇଗଲା । ଏହି ସମୟରେ ହଠାତ୍ ତା କାନ୍ଧରୁ ମୁଣିଟା ବି ଖସିପଡି ଫିଟିଗଲା । ତହୁଁ ସେ ଠେକୁଆମାନେ ମାରିଲେ ଡିଆଁ । ପେଚା ପିଠିରୁ ଉଡିଆସି ରାକ୍ଷସ ମୁହଁକୁ ଖୁମ୍ପି ପକାଇଲା । ଫଳରେ ସେ ରାକ୍ଷସ ଆଉ କିଛି ବି ଦେଖି ପାରିଲା ନାହିଁ । ଏହି ସୁଯୋଗରେ ଠେକୁଆମାନେ ଯାଇ ବୁଦା ଭିତରେ ଲୁଚିଗଲେ ।

ପେଚା ଦେଖିଲା, ଠେକୁଆମାନେ ତ ନିରାପଦ ଜାଗାକୁ ଚାଲିଗଲେଣି । ତେଣୁ ସେ ପେଚା ରାକ୍ଷସକୁ କହିଲା, “ପଳା! ଆଜି ତତେ ମୁଁ ଏତିକିରେ ଛାଡିଦେଲି ।”

ହଠାତ୍ ଏସବୁ କ’ଣ ଘଟିଗଲା ବୋଲି ରାକ୍ଷସ କିଛି ବି ବୁଝି ପାରୁ ନଥାଏ । କିଛି ସମୟ ପରେ ତା’ର ହୋସ ହେଲା । ଯାଃ, କି ବଢିଆ ଖାନାଟା ମାଟି ହୋଇଗଲା । ଚିନ୍ତାକରି ଲାଭ ବା କ’ଣ? ଆଉ କେଉଁଠି କ’ଣ ମିଳିବ ଖୋଜିବାକୁ ସେ ରାକ୍ଷସ ଝାଡିଝୁଡି ହୋଇ ଉଠିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ