ଡେଙ୍ଗା ଗଛର ଗର୍ବ

ଜଙ୍ଗଲରେ ଗୋଟିଏ ବଡ ଡେଙ୍ଗା ଗଛ ଥିଲା । ସେ ସବୁଠାରୁ ଡେଙ୍ଗା ବୋଲି ତା’ର ମନ କୁଣ୍ଢେ ମୋଟ । ତେଣୁ ସେ ଗର୍ବରେ ଛୋଟ ଶତ୍ରୁ ଓ ବୁଦାମାନଙ୍କୁ ଖାଲି ଥଟ୍ଟା କରେ । ଦିନେ ଜଣେ ଲୋକ ଗୋଟିଏ ବଡ ଗଛ ଖୋଜି ଖୋଜି ଆସି ସେ ଜଙ୍ଗଲରେ ପହଁଚିଲା । ଏହି ବଡ ଗଛଟିକୁ ଦେଖି ସେ ଲୋକଟିର ଭାରି ଲୋଭ ହେଲା । ସେ ଡେଙ୍ଗା ଗଛଟି ଯେତେ କନ୍ଦାକଟା କଲା, ହେଲେ ସେ ଲୋକଟି ତା’ କଥା ମୋଟେ ନଶୁଣି ତାକୁ କାଟି ନେଇଗଲା ।

ବିପଦରୁ ଦୂରରେ ରହିବାକୁ ହେଲେ ସମସ୍ତଙ୍କ ସାଙ୍ଗରେ ମିଳିମିଶି ଚଳିବାକୁ ହୁଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ