ତାରାମତୀ କଥା

       ଦିନେ ରାଜାଙ୍କୁ ଏକାନ୍ତରେ ଡାକି ନେଇ ମନ୍ତ୍ରୀ କହିଲେ, “ମଣିମା! ଆପଣ ଯଦି କିଛି ନ ଭାବନ୍ତି, ତେବେ ମୁଁ ଗୋଟିଏ ଅନୁରୋଧ କରନ୍ତି । ଆପଣଙ୍କ ମନକୁ ପାଇଲେ ତାହା ରଖି ପାରନ୍ତି, ନ ହେଲେ ନାହିଁ । ମୁଁ ଆଦୌ ଦୁଃଖ କରିବି ନାହିଁ ।”

       ରାଜା କହିଲେ, “ତମେ ମୋର ମନ୍ତ୍ରୀ । ମୋତେ ଉପଯୁକ୍ତ ପରାମର୍ଶ ଦେବା ତମର କର୍ତ୍ତବ୍ୟ । ଏଣୁ ନିଃସଙ୍କୋଚରେ ପ୍ରକାଶ କର କ’ଣ ତମେ କହିବାକୁ ଚାହଁ?”

ମନ୍ତ୍ରୀ     : ମହାରାଜ! କିଛି କହିବା ଆଗରୁ ପ୍ରଥମେ କ୍ଷମା ଚାହୁଁଛି । ଆପଣ ମୋତେ

             ଅନ୍ୟଥା ବୁଝିବେ ନାହିଁ ।

ମହାରାଜ: ଯାହା କହିବାର କଥା ଜଲ୍ଦି କୁହ ।

ମନ୍ତ୍ରୀ   :   ମହାରାଜ! ମୋର ଅନୁରୋଧ ଯେ ଆପଣ କାଲିଠାରୁ ଦରବାରକୁ ବିଜେ

             କରିବା ସମୟରେ ଆଉ ଛୋଟରାଣୀଙ୍କୁ ନିଜ ସାଥୀରେ ଆଣିବେ ନାହିଁ ।

ମହାରାଜ: କାହିଁକି?

ମନ୍ତ୍ରୀ   :   ଆମ ରାଜପରମ୍ପରା ଏହାର ବିରୋଧ କରେ ।

ମହାରାଜ: ରାଜ୍ୟର ରାଜା ମୁଁ । ମୋ ଇଚ୍ଛାରେ ବାଧା ଦେବାକୁ କିଏ ସାହସ କରୁଛି?

ମନ୍ତ୍ରୀ   :   ପାରିଷଦବର୍ଗ ଏହାକୁ ପସନ୍ଦ କରନ୍ତି ନାହିଁ । ତା’ଛଡା ରାଜ୍ୟର ସାଧାରଣ

              ଲୋକେ ମଧ୍ୟ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ଆପଣଙ୍କ ପଛରେ ନାନା କଥା

             କହୁଛନ୍ତି ।

ମହାରାଜ: ତମେ ତ ଜାଣିଛ ମନ୍ତ୍ରୀ । ଛୋଟ ରାଣୀଙ୍କୁ ମୁଁ କେତେ ଭଲପାଏ? ତାଙ୍କୁ ଛାଡି

             ମୁଁ ମୁହୂର୍ତେ ମାତ୍ର ବଂଚି ପାରିବିନି ।

ମନ୍ତ୍ରୀ   :   ଜାଣିଛି ମହାରାଜ! ତଥାପି….

ମହାରାଜ: କ’ଣ?

ମନ୍ତ୍ରୀ   :   ମୁଁ ଜାଣେ ଆପଣ ଛୋଟ ରାଣୀଙ୍କୁ ପ୍ରାଣଠାରୁ ଅଧିକ ଭଲ ପାଆନ୍ତି । ସେଇଥି

             ପାଇଁ….. ।

ମହାରାଜ: କୁହ, କ’ଣ କରିବାକୁ ହେବ ମୋତେ?

ମନ୍ତ୍ରୀ   :   ମୋ ମତରେ ଆପଣ ରାଣୀଙ୍କର ଏକ ଚିତ୍ର ବା ପ୍ରତିମୂର୍ତୀ କରି ଦରବାରରେ

             ସ୍ଥାପନ କରି ଦିଅନ୍ତୁ । ଫଳରେ ଆପଣଙ୍କୁ ତାଙ୍କର ଅନୁପସ୍ଥିତି ବାଧିବ ନାହିଁ ।

ମହାରାଜ: ତମେ ଠିକ୍ କହିଛ । ତେବେ ରାଣୀଙ୍କର ଅବିକଳ ଚିତ୍ର ବା ପ୍ରତିମୂର୍ତୀ ତିଆରି

             କରିବା ପାଇଁ ଶିଳ୍ପୀ କ’ଣ ଆମ ରାଜ୍ୟରେ ଅଛନ୍ତି?

ମନ୍ତ୍ରୀ   :   ଆପଣ ଚିନ୍ତା କରନ୍ତୁ ନାହିଁ । ସେ ବ୍ୟବସ୍ଥା ମୁଁ କରିବି ।

       ପରଦିନ ମନ୍ତ୍ରୀ ରାଜ୍ୟର ଶ୍ରେଷ୍ଠ ଶିଳ୍ପୀଙ୍କୁ ଡକାଇ ପଠାଇ ରାଜମହଲକୁ ନେଇଗଲେ । ରାଜାଙ୍କ ଉପସ୍ଥିତିରେ ରାଣୀଙ୍କୁ ସାମ୍ନାରେ ବସାଇ ଶିଳ୍ପୀ ତାଙ୍କର ପ୍ରତିମୂର୍ତ୍ତି ତିଆରି କାର୍ଯ୍ୟ ଆରମ୍ଭ କରିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ