ତିନି ତୁଣ୍ଡରେ ଛେଳି କୁକୁର ହେବା କଥା

       ଦ୍ୱିତୀୟ ଠକ କହିଲା, “ ତା’ହେଲେ କ’ଣ କହୁଛ? ହୁଣ୍ଡା ବ୍ରାହ୍ମଣଟା କ’ଣ ଏତେ ସୁନ୍ଦର ଗୁଲୁଗୁଲିଆ ଛେଳିଟାକୁ ଆମ ଆଗରେ ନେଇ ଚାଲିଯିବ? ଗୁରୁଙ୍କୁ ସ୍ମରଣ କରି ଚେଷ୍ଟା କରିବା । ଦେଖିବା ବ୍ରାହ୍ମଣକୁ ଠକିବା ସମ୍ଭବ ହେବ କି ନାହିଁ? ”

       ତୃତୀୟ ଠକ କହିଲା, “ ଏଇ ଟିକିଏ ସାମାନ୍ୟ କାମ ଯଦି କରି ନ ପାରିବା, ତା’ହେଲେ ଆମେ କି ଠକ? ”

       ପ୍ରଥମ ଠକ କହିଲା, “ ଭାଇମାନେ, ମୋର ଆପତ୍ତି ନାହିଁ । ମୋତେ ମାଂସ ତରକାରି ବହୁତ ବଢିଆ ଲାଗେ । ”

       ତା’ପରେ ତିନି ଠକଯାକ ମିଶି ନିଜ ନିଜ ମଧ୍ୟରେ ଠରାଠରି ହୋଇ କ’ଣ ସବୁ ଯୋଜନା କଲେ ଏବଂ ତିନିଜଣଯାକ କିଛି କିଛି ବାଟ ମଧ୍ୟରେ ଅଲଗା ଅଲଗା ଗଛମୂଳରେ ବସି ରହିଲେ । ବ୍ରାହ୍ମଣ ଛେଳିକୁ କାନ୍ଧରେ ବୋହି ଚାଲିଥାଏ । କିଛି ସମୟ ପରେ ବ୍ରାହ୍ମଣକୁ ଦେଖି ପ୍ରଥମ ଠକ କହିଲା, “ ପୁରୋହିତ ମହାଶୟ, ପ୍ରଣାମ । ଆପଣ ଏସବୁ କ’ଣ କରୁଛନ୍ତି? ଆପଣ କୁକୁରଟାକୁ କାନ୍ଧରେ ବସାଇ ଚାଲିଛନ୍ତି କାହିଁକି? ”

       ସାଂଗେ ସାଂଗେ ବ୍ରାହ୍ମଣ ଉତ୍ତର ଦେଲେ, “ ତୁମର ଆଖି ଖରାପ ଅଛି ବୋଧେ । ସେଇଥିପାଇଁ ଛେଳିଟାକୁ କୁକୁର ବୋଲି କହୁଛ । ”

       ପ୍ରଥମ ଠକ କହିଲା, “ ମୋର ଆଖି ତ ଠିକ୍ ଅଛି । ଆପଣଙ୍କର ବୋଧେ ମୁଣ୍ଡ ଖରାପ ହୋଇଗଲାଣି? ଗୋଟିଏ ଅପବିତ୍ର ଜୀବ କୁକୁରକୁ କାନ୍ଧରେ ପକାଇ ନେବାକଥା ମୁଁ ଜନ୍ମରୁ ଶୁଣି ନାହିଁ କି ଦେଖି ନାହିଁ । ” ବ୍ରାହ୍ମଣ ବିରକ୍ତ ହୋଇ ଦ୍ରୁତ ବେଗରେ ଚାଲିବାକୁ ଲାଗିଲା । ମନେ ମନେ କହିଲା, ମଣିଷ ଭଲା କି ଲୋକ ହାବୁଡରେ ପଡିଲା । ଛେଳିଟାକୁ କହୁଛି କ’ଣ ନା କୁକୁର ।

       ଚାଲି ଚାଲି ବ୍ରାହ୍ମଣ ଦ୍ୱିତୀୟ ଠକ ପାଖରେ ପହଁଚିଲେ । ଦ୍ୱିତୀୟ ଠକ କହିଲା, “ ପ୍ରଣାମ ମହାଶୟ! ଏଇ ମୃତ ପଶୁଟାକୁ କାନ୍ଧରେ ପକାଇ କୁଆଡେ ଯାଉଛନ୍ତି? ”


ଗପ ସାରଣୀ

ତାଲିକାଭୁକ୍ତ ଗପ