ତିନୋଟି ପରୀକ୍ଷା

ଏସବୁ ଶୁଣି ସଖୀମାନେ ଅଧିକ ଉତ୍ଫୁଲ୍ଲିତ ହୋଇ କହିଲେ, “ରାଜକୁମାର, ଆପଣ ଆମ ରାଜକୁମାରୀଙ୍କର ଦ୍ୱିତୀୟ ପରୀକ୍ଷାରେ ମଧ୍ୟ ଉତୀର୍ଣ୍ଣ ହେଲେ । ଏବେ ତୃତୀୟ ପରୀକ୍ଷାର ସମାଧାନ କରନ୍ତୁ ।” ତା’ପରେ ସଖୀମାନେ ଭିତରକୁ ଯାଇ ଚନ୍ଦନର ଗୋଟିଏ ପେଟିକା ନେଇ ଆସିଲେ ଓ ତାକୁ ରାଜକୁମାରଙ୍କ ହାତରେ ଦେଇ କହିଲେ, “ଆମ ରାଜକୁମାରୀଙ୍କର ଆଦେଶ ଯେ ଯେଉଁ ରାଜକୁମାର ପ୍ରଥମ ଦୁଇ ପରୀକ୍ଷାରେ ଉତୀର୍ଣ୍ଣ ହେବେ ତାଙ୍କୁ ଏହି ପେଟିକା ଦିଆଯିବ । ଏହି ପେଟିକାର ରହସ୍ୟ ଜାଣିବାକୁ ଆପଣଙ୍କୁ ଦିନେ ସମୟ ଦିଆଗଲା । ଏବେ ଏ ପେଟିକାଟି ନେଇ ଆପଣ ନିଜ ନିବାସକୁ ଯା’ନ୍ତୁ ।”

କୃଷ୍ଣବର୍ମା ପେଟିକାଟି ନେଇ ନିଜ ନିବାସକୁ ଫେରି ଆସିଲେ ଓ ସେଠାରେ ଫିଟାଇ ଦେଖିଲେ । ଚାରିକୋଣିଆ ପେଟିକାର ସମସ୍ତ ପାଶ୍ୱର୍ରେ ଉପରେ ଓ ତଳେ ଚିତ୍ରସବୁ ଖୋଦିତ ହୋଇଛି । ତା’ଭିତରେ ଶୁଖିଲା ପତ୍ରସବୁ, କଂଟା, ଘାସ ଇତ୍ୟାଦି ରହିଛି । ପେଟିକା ଉପରେ ପ୍ରଭାତକାଳୀନ ସୂର୍ଯ୍ୟଙ୍କ ଚିତ୍ର ଅଙ୍କିତ ହୋଇଛି । ତଳେ ଗୋଟିଏ ଗଛକୁ ବେଷ୍ଟନ କରି ସାପମାନେ ଅଛନ୍ତି ଓ ସେହି ବୃକ୍ଷ ଉପରେ ଅନେକ ଲତା ମାଡିଛି ।

କୃଷ୍ଣବର୍ମା ସବୁ ଦେଖି ଦୀର୍ଘ ସମୟ ଚିନ୍ତାମଗ୍ନ ରହିଲେ । ସେ ଜଣେ ସେବକ ହାତରେ ରାଜକୁମାରୀଙ୍କ ପାଖକୁ ଏହି ଖବର ପଠାଇଲେ କି ସେ ପେଟିକାର ରହସ୍ୟ ଉନ୍ମୋଚନ କରିବାକୁ ଆଉ ତିନିଦିନ ସମୟ ଚାହାଁନ୍ତି । ପରିଚାରିକା ଆସି ତାଙ୍କୁ ରାଜକୁମାରୀଙ୍କ ଉତ୍ତର ଜଣାଇଲା । ସେ ଚାହୁଁଥିବା ତିନିଦିନ ସମୟ ତାଙ୍କୁ ଦେବାରେ ରାଜକୁମାରୀଙ୍କର ଆପତ୍ତି ନଥିଲା । ତା’ପରେ ସେହି ରାତି ସକାଳ ହେବା ପୂର୍ବରୁ ଛଦ୍ମବେଶରେ ସେ ଘୋଡା ଚଢି କୌମୁଦି ଦେଶର ପୂର୍ବଦିଗକୁ ଚାଲିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ