ତ୍ୟାଗ ଓ ନିଷ୍ଠାର ଫଳ

ଉଦ୍ୟମବଳରେ ଅସାଧ୍ୟସାଧନ ହୋଇଥାଏ ବୋଲି ଅଛି ପ୍ରମାଣ

    ଦୀନହୀନ ନିଃସ୍ୱ ଅବସ୍ଥା କଦାପି ହୁଏ ନାହିଁ ପ୍ରତିରୋଧ କାରଣ ।

    ‘ମାନ୍ୟା’ ନାମେ ଚାରିବରଷର ଝିଅ ଚାକରାଣୀ ସାଜି ଅର୍ଜିଲା ଟଙ୍କା

    ସେ ଟଙ୍କାରେ ଘର ଚଳାଇ ଶେଷରେ ପାଠପଢି ହେଲା ଜଗତଜିତା ।

    ବଡହେଲା ପରେ ବୈଜ୍ଞାନିକ ଭାବେ ବିଶ୍ୱଦରବାରେ ହୋଇଲା ଖ୍ୟାତ

    ଆବିଷ୍କାର କରି ‘ରେଡିୟମ୍’ ଦିନେ ନୋବେଲ ପ୍ରାଇଜ ହେଲା ପ୍ରାପତ ।

                ଆଜିକୁ ପ୍ରାୟ ଶହେରୁ ଅଧିକ ବର୍ଷ ପୂର୍ବର ଘଟଣା । ପୋଲାଣ୍ଡର ୱାରସ୍ ନଗରୀରେ କନ୍ୟାଶିଶୁଟିଏ ଜନ୍ମ ଗ୍ରହଣ କରିଥିଲା । ପିତାମାତା ଅତି ସ୍ନେହରେ ତା’ର ନାମ ରଖିଥିଲେ ‘ମାନ୍ୟା’ । ପିତା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିଲେ । ସେ ସମୟରେ ପୋଲାଣ୍ଡ ତ ପରାଧୀନ ଥିଲା । ତେଣୁ ଏହାର ସ୍ୱାଧୀନତା ପ୍ରାପ୍ତି ନିମନ୍ତେ ଆନ୍ଦୋଳନ ଚାଲିଥାଏ । ଚାକିରିରେ ଥାଇ ଏହି ଆନ୍ଦୋଳନରେ କାର୍ଯ୍ୟ କରୁଥିବାରୁ ସରକାରଙ୍କ ଦ୍ୱାରା ସେ ଶିକ୍ଷକ ଜଣକ ବହିଷ୍କୃତ ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ