ଦଲିଲ୍ର ବ୍ୟାଖ୍ୟା

ଜୟବାବୁ ତାଙ୍କ ଭଣଜାକୁ ତାଗ୍ଦା କରି କହିଲେ, “ଅନାବଶ୍ୟକ କଥା କାହିଁକି କହୁଛୁ?”

ଜମିଦାର ପୁଣି ପଚାରିଲେ, “ଭୂପତି, ତମେ ସାହୁକାରଙ୍କୁ ପ୍ରତିବର୍ଷ ଦଶହଜାର କରି ସୁଧ ମୁଳ ଦେବା କଥା । ହେଲେ ଆଜିକି ପ୍ରାୟ ତିନିବର୍ଷ ହେଲାଣି, ମୂଳଧନର ଅଂଶ ଦେବା ତ ଦୂରର କଥା, ତାଙ୍କ ସୁଧ ବି ତାଙ୍କୁ ଦେଉନାହଁ । କଥା କ’ଣ?”

ତହୁଁ ସେ ଭୂପତି କହିଲା “ଟଙ୍କା କାହିଁ ଯେ ମୁଁ ଦେବି? ମୋର ସବୁକିଛି ତ କ୍ଷତିରେ ଯାଇଛି ।”

ଜୟବାବୁ ମଧ୍ୟ ତାଙ୍କ ଭଣଜା କଥାରେ ସଫେଇ ଦେଲେ “ହଁ ଆଜ୍ଞା, ମୋ ଭଣଜା ଦେବାଳିଆ ହୋଇ ଗଲାଣି ।”

ଏସବୁ କଥା ଶୁଣି ଜମିଦାର ପ୍ରସ୍ତାବ ଦେଲେ “ଏହା ତ ବଡ ଦୁଃଖର କଥା । ହେଲା, ତମ ଜମିରୁ ତମେ କିଛିଟା ବିକ୍ରି କରିଦିଅ ଓ ତାଙ୍କ ଟଙ୍କା ତାଙ୍କୁ ପରିଶୋଧ କରିଦିଅ ।”

ଜମିଦାରଙ୍କ ଏଭଳି ପ୍ରସ୍ତାବ ଶୁଣି ଭୂପତି ତା’ ବାପାଙ୍କ ଦଲିଲ୍ ଦେଖାଇଲା ଓ ବୁଝାଇଦେଲା ଯେ ଜମି ବିକ୍ରି କରିବାର ଅଧିକାର ତା’ର ଆଦୌ ନାହିଁ ।

ସବୁଶୁଣି ଜମିଦାର ଭୂପତିକୁ ପଚାରିଲେ, “ତମେ ସାହୁକାରଠାରୁ ଟଙ୍କା କରଜ ନେବାବେଳେ ତାଙ୍କୁ ଏକଥା କହିଥିଲ କି?”

ଭୂପତି ଏଥର ଦମ୍ଭ ଧରି କହିଲା “ନା, ସେ ତ ପଚାରି ନଥିଲେ । ତାଛଡା ଅନାବଶ୍ୟକ କଥା କହିବାର ଅଭ୍ୟାସ ମୋର ନାହିଁ ।”

“ହୁଁ ।” କହି ଜମିଦାର ସେ ଦଲିଲ୍ଟି ଭଲ ଭାବରେ ପଢିଲେ । ତା’ପରେ ଯାଇ ସେ କହିଲେ, “ଏଥର ମୁଁ ତମ ସମସ୍ୟାର ସମାଧାନ ପାଇଛି । ଶୁଣ ଭୂପତି, ତମେ ତମ ଜମି ସିନା ବିକ୍ରି କରିପାରିବ ନାହିଁ, ହେଲେ ବନ୍ଧକ ତ ରଖି ପାରିବ । ତମ ସବୁ ଜମି ଆଗାମୀ ଶହେ ବର୍ଷ ପାଇଁ ସାହୁକାରଙ୍କ ଜିମା ବନ୍ଧକ ରହିବ । ଶହେ ବର୍ଷ ପରେ ତାଙ୍କ ଉତ୍ତରାଧିକାରୀ ତମ ଉତ୍ତରାଧିକାରୀଙ୍କୁ ଜମି ଫେରସ୍ତ ଦେବେ । ଆଉ ଏହି ଶହେ ବର୍ଷ ଭିତରେ ସାହୁକାର ତାଙ୍କ ଲକ୍ଷେ ଟଙ୍କା ଓ ସୁଧ ବାବଦରେ ତମର ଜମିତକ ଭୋଗ କରିବେ ।”

ଏଭଳି ବିଚାର ଶୁଣି ଭୂପତି ଓ ଜୟବାବୁ ସ୍ତବ୍ଧ ହୋଇ ରହିଲେ । ଭୂପତି କାନ୍ଦି ପକାଇଲା ଓ କହିଲା, “ଆଜ୍ଞା, ମୋ ଜମିଜମାର ମୂଲ୍ୟ ତ ଦଶଲକ୍ଷରୁ ବି ଅଧିକ!” ଜୟବାବୁ କହିଲେ, “ମହାଭାଗ! ଯାହା ତ ହେବାର କଥା ହେଲାଣି । ଏଥର ମୋ ଭଣଜାକୁ କ୍ଷମା କରନ୍ତୁ । ଏଣିକି ପ୍ରତିବର୍ଷ ସାହୁକାରଙ୍କ ପ୍ରାପ୍ୟ ଦିଆ ହୋଇଯିବ ।”

ସେମାନଙ୍କ କଥା ଶୁଣି ଜମିଦାର କହିଲେ, “ଜୟ! ତମେ ତ ବୟସରେ ବହୁତ ବଡ । ତମେ ଏ ପିଲାକୁ ସାଧୁ ହେବାକୁ ପ୍ରବର୍ତ୍ତାଇବା ପରିବର୍ତ୍ତେ ଠକ ହେବାରେ ସହାୟକ ହୋଇଛ, ଏହା ତ ବଡ ଦୁଃଖର ବିଷୟ । ସେ ଯାହାହେଉ, ଯେହେତୁ ଏହା ତମମାନଙ୍କ ପ୍ରଥମ ଅପରାଧ । ତେଣୁ ମୁଁ ତୁମମାନଙ୍କୁ କିଛି ବି ଦଣ୍ଡ ଦେଉନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ