ଦାନଦେଇ ପ୍ରତିଦାନ ଆଶା କରିବା, ବ୍ୟବସାୟ

       ଏହା ଶୁଣି ସାଧୁବାବା କହିଲେ, “ଏ ଦାନ ଦେଇ ଯଦି ତୁମେ ଆତ୍ମସନ୍ତୋଷ ପାଇଛ, ସେଇତ ଯଥେଷ୍ଟ । ସେଥିରେ ତୁମର ଲାଭ ହିଁ ରହିଛି । ମୁଁ କାହିଁକି ତୁମକୁ ଧନ୍ୟବାଦ ଦେଇଥାନ୍ତି? ବରଂ ଏହି କାର୍ଯ୍ୟ ପାଇଁ ତୁମେ ସୁଯୋଗ ପାଇ ପାରିଲ ବୋଲି ତୁମେ ଭଗବାନଙ୍କୁ ଧନ୍ୟବାଦ ଦିଅ । ତଥାପି ଯଦି ଏହା ବଦଳରେ ତୁମେ ଧନ୍ୟବାଦଟିଏ ଆଶା କରୁଛ, ତେବେ ଏହା ଦାନ ନୁହେଁ ବ୍ୟବସାୟ ପାଲଟି ଯିବ । କାରଣ ବ୍ୟବସାୟରେ ପାଇବାର ଆଶାଥାଏ ।”

       ପୁନଶ୍ଚ ସାଧୁ କହିଲେ, “ହେ ବଣିକପ୍ରବର ! ତୁମେ ମନରେ ଟିକିଏ ଗଭୀର ଚିନ୍ତାକର । ତୁମେ ଦେଇଥିବା ଟଙ୍କା ତ ଠାକୁରଙ୍କ କାମରେ ଲାଗିବ । ସୁତରାଂ ସେ ହେଲେ ତୁମ ବ୍ୟବସାୟର ଅଂଶୀଦାର । ହେଲେ ମୁଁ କାହିଁକି ତୁମକୁ ଧନ୍ୟବାଦ ଦେବି? ଯାହା କଥାବାର୍ତ୍ତା କରିବାର କଥା କି ପାଇବାର କଥା ତୁମେ ସିଧାସଳଖ ଭଗବାନଙ୍କ ସହିତ କଥାବାର୍ତ୍ତା କର । ମୁଁ ସେ ଭିତରେ ପଶିବି କାହିଁକି?”

       ଏବେ ଧନୀ ବଣିକ ନିଜ ଭୁଲ୍ ବୁଝିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ