ଦାନ

ହେଲେ ରାଜୁ ଚମ୍ପା କଥା ଆଦୌ କିଛିବି ଶୁଣିଲା ନାହିଁ । କିଛିଦିନ ପରେ ଥରେ ରାଜୁ ବେମାର ପଡିଲା । ଇତିମଧ୍ୟରେ ସେ ଗ୍ରାମରେ ଏକପ୍ରକାର ପ୍ରଥା ପ୍ରଚଳନ ହୋଇଥାଏ କି ଯିଏ ବେମାର ପଡିବ ସେ ରାଜୁକୁ କିଛି ନା କିଛି ଦାନ ଦେବ । ଏବେ ରାଜୁ ଏହି କଥାକୁ ନେଇ ମହା ଧର୍ମସଙ୍କଟରେ ପଡି ବୈଦ୍ୟଜୀଙ୍କୁ ଡାକି ତାଙ୍କୁ ପଚାରିଲା, “ଏବେ ଆପଣ କୁହନ୍ତୁ, ମୁଁ କାହାକୁ ଦାନ ଦେବି?”

ବିଚରା ବୈଦ୍ୟ ମଧ୍ୟ ଏବେ ମହା ଅଡୁଆରେ ପଡିଲେ । କ’ଣ ଉତ୍ତର ଦେବେ? ଚମ୍ପା ବୈଦ୍ୟଙ୍କୁ ଅନ୍ୟ ଘରକୁ ଡାକିନେଇ କହିଲା, “ଏବେ ଆପଣଙ୍କ ଯୋଗୁଁ ମୋ ସ୍ୱାମୀ ଦିନକୁ ଦିନ ଭିକାରୀ ହୋଇ ଯାଉଛି । ଆଉ ମୁଁ ଜଣେ ଭିକାରୀର ପତ୍ନୀ ଭାବରେ ଏ ସମାଜରେ ଚଳିବାକୁ ଚାହେଁ ନାହିଁ । ଏବେ ଆପଣ ତାଙ୍କୁ ଏମିତି କିଛି ଔଷଧ ଦିଅନ୍ତୁ ଯଦ୍ୱାରା ତାଙ୍କର ହୃଦୟ ପରିବର୍ତ୍ତନ ହେବ ଓ ସେ ଆତ୍ମସମ୍ମାନ ଥିବା ଜୀବନ ବିତାଇବେ ।”

ବୈଦ୍ୟ ନିଜ କର୍ତ୍ତବ୍ୟ ଠିକ୍ କଲେ । ସେ ରାଜୁକୁ କହିଲେ, “ତୁ କାହାକୁ ଦାନ ଦେବୁ? ତୋର ତ ନିଜର କିଛି ହେଲେବି ସମ୍ପତ୍ତି ନାହିଁ । ଦାନ କରିଦେଲେ ତ ଆଉ ସଙ୍ଗେ ସଙ୍ଗେ ପୁଣ୍ୟ ମିଳେ ନାହିଁ! ତୋର ଅର୍ଥସଙ୍କଟ ଥିବା ସମୟରେ ସେଠ୍ଜୀ ଦାନ ଦେବାରୁ ତାଙ୍କର ପୁଣ୍ୟ ହେଲା । ସେତେବେଳେ ତୁ ପରିଶ୍ରମ କରି ଧନ ଅର୍ଜନ କରୁଥିବାରୁ ତୁ ପୁଣ୍ୟବାନ ଥିଲୁ । ତେଣୁ ସେଠ୍ଜୀ ତୋତେ ଦାନ ଦେଇ ତୋ ପୁଣ୍ୟରୁ କିଛି ନେଲେ । ଏବେ କିନ୍ତୁ ସବୁବେଳେ ଦାନ ନେଇ ନେଇ ତୋର ସବୁ ପୁଣ୍ୟ ନଷ୍ଟ ହୋଇଯାଇଛି ବୋଲି ତୁ ବର୍ତ୍ତମାନ ଅସୁସ୍ଥ ହୋଇ ପଡିଛୁ । ମୁଁ ତୋତେ ଔଷଧ ଦେଇ ଭଲ କରିପାରିବି । କିନ୍ତୁ ଅନାବଶ୍ୟକ ଦାନ ଗ୍ରହଣ କରିଥିବା ଯୋଗୁଁ ଔଷଧ ଭଲ କାମ କରିବ ନାହିଁ । ଏବେ ତୁ ଦାନ ଗ୍ରହଣ ନ କରିବା ପାଇଁ ବଚନବଦ୍ଧ ହେଲେ ଯାଇ ମୁଁ ତୋ ଚିକିତ୍ସା କରିବି ।”

ବୈଦ୍ୟରାଜ ପୁଣି କହିଲେ “ଦାନର ପୁଣ୍ୟଫଳ ବଡ ମହାନ୍ । ଯିଏ ଦାନ ଦିଏ ସେ ବିଶ୍ୱାସ କରେ ଯେ ତା’ର ଏଭଳି ଦାନ ଦେବା ଦ୍ୱାରା ଗ୍ରହୀତାର ଉପକାର ହୁଏ ଓ ଦାନ ଦେବାବାଲା ଅନ୍ୟକୁ ସାହାଯ୍ୟ କରିଥିବାରୁ ନିଜ ମଧ୍ୟରେ ଆତ୍ମସନ୍ତୋଷ ଲାଭ କରେ । କିନ୍ତୁ ତୁ ଦାନର ଅର୍ଥ ଠିକ୍ ଭାବରେ ବୁଝିପାରିଲୁ ନାହିଁ । ଓଲଟା ନିଜର ସ୍ୱାର୍ଥ ସିଦ୍ଧି ପାଇଁ ସବୁ କଲୁ । ସେଥିପାଇଁ ତୁ ପୁଣ୍ୟରୁ ବଂଚିତ ହେଲୁ ।”

ବୈଦ୍ୟଙ୍କ କଥା ଶୁଣି ରାଜୁ ଏଥର ନିଜ ଭୁଲ୍ ବୁଝିପାରିଲା । ଏବେ ସେ କୌଣସି ପ୍ରକାର ଦାନ ନ ନେଇ ନିଜେ ପରିଶ୍ରମ କରି ପେଟ ପୋଷିବା ପାଇଁ ମନେ ମନେ ଠିକ୍ କଲା ।

ବୈଦ୍ୟଙ୍କ ଔଷଧରେ ରାଜୁ ଅତିଶୀଘ୍ର ସୁସ୍ଥ ହୋଇଗଲା । ତା’ପରେ ଚମ୍ପା ସହିତ ମିଶି ସେ ଏକାଠି କାମ କରି ବହୁତ ରୋଜଗାର କରି ଆନନ୍ଦରେ ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ