ଦିବା ସ୍ୱପ୍ନ

                ସୁମନ୍ତ ଚାହୁଁଥିଲେ ଶ୍ରୀମୟ ସୈନ୍ୟବାହିନୀରେ ଚାକିରୀ କରିବା ପାଇଁ । ମାତ୍ର ଶ୍ରୀମୟ ଏଥିରେ ଆଦୌ ସମ୍ମତ ହେଲେ ନାହିଁ ।

                ଏଣେ ସେ ମଲ୍ଲିକା ସେହି ଦୁଇଜଣଙ୍କ କଥା ଗୋପନରେ ଶୁଣୁଥିଲା । ସେ କାହାକୁ କିଛି ନ କହି ଶ୍ରୀମୟଙ୍କ ପାଇଁ ଏକ ଚାକିରୀ ଯୋଗାଡ କରିଦେଲା । ତାହା ହେଉଛି ରାଜନଅର ମଧ୍ୟରେ ସମୟ ସୂଚକ ପ୍ରହର ଘଂଟି ବଜାଇବା କାମ ।

                ଚାକିରୀରେ ଯୋଗ ଦେବାର ଦିନ, ସପ୍ତାହ ଏପରି ତିନିମାସ ବିତିଗଲା । କିନ୍ତୁ ଶ୍ରୀମୟ ରାଜକୁମାରୀଙ୍କ ଦର୍ଶନ ଟିକିଏ ବି ପାଇ ପାରିଲେ ନାହିଁ । ଦିନେ ସେ ଅଥୟ ହୋଇ ରାଜକୁମାରୀ ଏହି ଦିଗରେ କେଉଁ ସମୟରେ ଯାତାୟତ କରନ୍ତି ସେହି ବିଷୟରେ ଜଣେ ମାଳୀକୁ ପଚାରିଲା ।

                ତାଙ୍କ କଥା ଶୁଣି ସେ ବୃଦ୍ଧ ମାଳୀ ଜଣକ ହସିଦେଇ କହିଲେ, “ରାଜକୁମାରୀଙ୍କର ଏହି ଦିଗରେ ଆସିବାର ଆବଶ୍ୟକତା ବା କଣ ରହିଛି? ଏହି ଯେଉଁ ପ୍ରାଚୀର ଦିଶୁଛି, ତାର ସେପଟରେ ଥିବା ଉଦ୍ୟାନରେ ସେ ତାଙ୍କ ସଖୀମାନଙ୍କ ସହିତ ବିଚରଣ କରନ୍ତି । ସେଠାରେ ଥିବା ପୁଷ୍କରିଣୀରେ ସେ ଜଳ-କ୍ରୀଡା କରନ୍ତି । ପରେ ସେ ତାଙ୍କ ଅନ୍ତଃପୁରକୁ ଗମନ କରନ୍ତି । ରାଜକୁମାରୀଙ୍କୁ ଦେଖିବା ପାଇଁ ଯଦି ତୁମ ମନରେ ତୀବ୍ର ଅଭିଳାଷ ରହିଛି, ତେବେ ଆଉ ମାସେ ଦୁଇମାସ ଅପେକ୍ଷା କର । ରାଜା ତାଙ୍କ ପାଇଁ ବର ମନୋନୀତ କରୁଛନ୍ତି । ବିବାହ ଉତ୍ସବରେ ଆମ ପରି ସାଧାରଣ ଲୋକମାନେ ରାଜକୁମାରୀଙ୍କୁ ଦେଖିବାର ସୌଭାଗ୍ୟ ପାଇପାରିବା ।”

                ଶ୍ରୀମୟ ଯେତେବେଳେ ଶୁଣିଲେ, ରାଜକୁମାରୀଙ୍କ ବିବାହ ସ୍ଥିର ହେବାକୁ ଯାଉଛି, ସେ ଖୁବ୍ ଚିନ୍ତିତ ହୋଇପଡିଲେ । ତାଙ୍କର ହୃଦୟ ସ୍ପନ୍ଦନ ବନ୍ଦ ହୋଇଯିବାପରି ମନେ କଲେ । ଭାବିଲେ, ଆଉ ଅଧିକ ବିଳମ୍ବ କଲେ ରାଜକୁମାରୀଙ୍କୁ ପାଇବା ସ୍ୱପ୍ନ ତାଙ୍କର ଧୂଳିସାତ୍ ହୋଇଯିବ । ତେଣୁ ରାଜକୁମାରୀଙ୍କୁ ଭେଟିବା ପାଇଁ ସେ ଏକ ଉପାୟ ପାଂଚିଲେ । ପରଦିନ ସନ୍ଧ୍ୟା ସମୟରେ ରାଜକୁମାରୀଙ୍କୁ ଫୁଲ ଯୋଗାଉଥିବା ଦାସୀକୁ ଭେଟିଲେ । ତାକୁ କଥାରେ ଭୁଲେଇ ତାର ଫୁଲ ଚାଙ୍ଗୁଡିରେ ତାର ଅଜାଣତରେ ଖଣ୍ଡିଏ ପତ୍ର ରଖିଦେଇ ଆସିଲେ ।

                ସେହି ପତ୍ରରେ ଲେଖାଥିଲା ଯେ, “ଆପଣଙ୍କ ପାଇଁ ମୁଁ ବହୁଦୂର ଗୋଟିଏ ଗ୍ରାମରୁ ଆସିଛି । ଏକ ଛୋଟ ଜଙ୍ଗଲ, ଦୁଇଟି ନଦୀ ଓ ଦୁର୍ଗମ ପାର୍ବତ୍ୟ ଅଂଚଳ ଅତିକ୍ରମ କରି ବହୁ ଶ୍ରମ ସ୍ୱୀକାର କରି ମୁଁ ଏଠାରେ କେବଳ ଆପଣଙ୍କ ପାଇଁ ହିଁ ଆସି ପହଁଚିଛି । ରାତିରେ ଘଂଟି ବଜାଇବା ନୌକରୀ ମଧ୍ୟ ମୁଁ ଆପଣଙ୍କ ସାକ୍ଷାତ ଟିକିଏ ପାଇବା ପାଇଁ କରୁଛି । ଇତି, ଆପଣଙ୍କର ଶ୍ରୀମୟ ।”

                ଦାସୀ ଫୁଲ ଚାଙ୍ଗୁଡିଟି ନେଇ ଚାଲିଗଲା । କିନ୍ତୁ ତା ପରେ ପରେ ଶ୍ରୀମୟ ଖୁବ୍ ଭୟଭୀତ ହୋଇ ପଡିଲେ । ରାଜାଙ୍କର କ୍ରୋଧ ଓ ଏକବାଗିଆପଣ ସମ୍ବନ୍ଧରେ ସେ ବହୁ ବିଚିତ୍ର କାହାଣୀ, ଅନ୍ୟ କର୍ମଚାରୀମାନଙ୍କଠାରୁ ଶୁଣିଥିଲେ । ଥରେ ରାଗିଗଲେ ରାଜା ଶାନ୍ତ ହେବା କଠିନ ବ୍ୟାପାର । ଆଉ ଦୋଷୀକୁ ଦଣ୍ଡ ଦେବା କ୍ଷେତ୍ରରେ ତାଙ୍କ ହୃଦୟରେ ଦୟା, ମାୟା ବୋଲି କିଛି ନ ଥାଏ । ତେଣୁ ଶ୍ରୀମୟ ଭାବିଲେ “ଯଦି ମୋର ବେଳା ଖରାପ ପଡିଥିବ, ତେବେ ଏହି ପତ୍ର ପଢି ରାଜକୁମାରୀ କ୍ରୋଧିତା ହେବେ ଓ ତାହା ତାଙ୍କ ପିତାଙ୍କୁ ଦେଖେଇବେ । ତେବେ ତ ରାଜା ନିଶ୍ଚୟ ମତେ ମାରି, ମୋର ଚମଡା ବାହାରକରି ଖଣ୍ଡ ଖଣ୍ଡ କରି ଚିଲ, ଶାଗୁଣାଙ୍କୁ ବାଂଟିଦେବେ ।” ଏପରି ଭାବି ଭାବି ସେ ନିଜର ମାନସିକ ସ୍ଥିତି ହରାଇ ବସିଲେ । ଏମିତିକି ନିଜର ଆଚରଣ ଓ ଭାବନା ମଧ୍ୟରେ ସାମ୍ୟ ମଧ୍ୟ ରହିଲା ନାହିଁ । ପ୍ରଥମ ପହରରେ ଯେଉଁ ଘଂଟି ବଜାଇବାର କଥା, ତାହା ସେ ବଜାଇଲେ ନାହିଁ । ଦ୍ୱିତୀୟ ପ୍ରହରରେ ଏକା ସାଙ୍ଗରେ ତିନିଥର ଘଂଟି ବଜାଇଲେ । ତିନିଥର ଘଂଟି ବାଜିବାରୁ ରାଜା ହଠାତ୍ ଚମକିପଡି ବିଛଣାରୁ ଉଠିପଡିଲେ । କାହିଁକିନା ସେ ରାଜା ପ୍ରତିଦିନ ତୃତୀୟ ପ୍ରହରରେ ଶଯ୍ୟା ତ୍ୟାଗ କରନ୍ତି । ପରିଚାରିକାମାନେ ତାଙ୍କର ନିଦ୍ରାଭଗ୍ନ କରାନ୍ତି । କିନ୍ତୁ ଆଜି ଏପରି ହୋଇନାହିଁ । ପ୍ରଥମେ ସେ ବିସ୍ମିତ ହୋଇପଡିଲେ, ଓ ତାଳି ବଜାଇଲେ । କରତାଳିର ଶବ୍ଦ ଶୁଣି ପରିଚାରିକା ଗଣ ଦୌଡି ଆସି ସେଠାରେ ପହଁଚିଲେ । ରାଜା ସେମାନଙ୍କୁ ଭୀଷଣ ବିରକ୍ତ ହେଲେ । ତା ପରେ ନିତ୍ୟକର୍ମ ସମାପ୍ତ କରି ପ୍ରାତଃଭୋଜନ ପାଇଁ ରନ୍ଧନଶାଳାକୁ ଗଲେ । ସେଠାରେ ଦେଖିଲେ ରାତ୍ରିର ଅନ୍ଧକାର ଅପସରି ନାହିଁ । ହତାଶ ରାଜା ଭାବିପାରୁ ନ ଥାନ୍ତି । ଆଜି ଏପରି ଅଘଟଣ ସବୁ କାହିଁକି ଘଟୁଛି । ଶେଷରେ ଚିନ୍ତିତ ହୋଇ ସେଠାରେ ସେ ବସି ରହିଲେ । ବହୁ ସମୟ ବିତିଗଲେ ମଧ୍ୟ ଚତୁର୍ଥ ପ୍ରହରର ଘଂଟି ବାଜୁ ନ ଥାଏ । ସେ ଦ୍ୱାରରକ୍ଷୀକୁ ଡକାଇ ସମୟ ପଚାରି ଜାଣିଲେ ଯେ, ତୃତୀୟ ପ୍ରହର ସମାପ୍ତ ହେବାକୁ ମଧ୍ୟ ଢେର୍ ସମୟ ଅଛି । ଏହା ଜାଣି ରାଜାଙ୍କର କ୍ରୋଧ ସୀମା ଲଂଘନ କଲା । ତେଣୁ ତୁରନ୍ତ ସେ ପ୍ରହର ଘଂଟି ଦାୟିତ୍ୱରେ ଥିବା ଶ୍ରୀମୟଙ୍କୁ ଡକେଇ ପଠେଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ