ଦୁଇଜଣଙ୍କ କଳିରେ ତୃତୀୟର ଲାଭ

ଥରେ ସିଂହ ଓ ଭାଲୁ ଜଙ୍ଗଲରେ ଖଣ୍ଡେ ମାଂସ ପଡିଥିବାର ଦେଖିଲେ । ସେହି ମାଂସକୁ ଖାଇବାକୁ ଦୁଇଜଣଙ୍କ ଭିତରେ ଝଗଡା ହେଲା । ଏପରିକି ସେ ଝଗଡା ଲଢେଇ ଯାଏଁ ବି ଗଲା । ଲଢେଇ କରି କରି ସେମାନେ ଦୁହେଁ ହାଲିଆ ହୋଇ ଶେଷରେ ତଳେ ପଡିଗଲେ ।

                ଏ ଅବସ୍ଥା ଦେଖି ବାଟରେ ଯାଉଥିବା ବିଲୁଆ ସେ ମାଂସ ଖଣ୍ଡକ ଉଠାଇ ନେଇ ପଳାଇଗଲା । ସେତେବେଳେ ଏ ଦୁଇଜଣଙ୍କର ସେ ବିଲୁଆକୁ ଗୋଡେଇବାକୁ ଆଉ ବଳ ନଥିଲା ।

ଦୁଇଜଣଙ୍କ କଳିରେ ତୃତୀୟର ଲାଭ ।


ଗପ ସାରଣୀ

ତାଲିକାଭୁକ୍ତ ଗପ