ଦୁଇଟି ମାଛ ଏବଂ ଏକ ବେଙ୍ଗର କାହାଣୀ

       କିନ୍ତୁ ଏକବୁଦ୍ଧି ସଂଗେ ସଂଗେ ନିଜ ପରିବାରବର୍ଗଙ୍କୁ ସାଂଗରେ ଧରି ଅନ୍ୟତ୍ର ଚାଲିଗଲା । ତହିଁ ଆରଦିନ ସକାଳୁ ଧୀବରମାନେ ଜାଲ ଧରି ପୋଖରୀ ନିକଟରେ ଆସି ପହଁଚିଲେ । ଶତବୁଦ୍ଧି ଓ ସହସ୍ର ବୁଦ୍ଧି ଯେତେ ଲୁଚିଲେ ମଧ୍ୟ ଶେଷରେ ଧୀବରମାନଙ୍କର ଜାଲରେ ଧରାପଡିଲେ । ଧୀବରମାନେ ଯେତେବେଳେ ଏମାନଙ୍କୁ ଧରି ନେଉଥାଆନ୍ତି ସେହି ସମୟରେ ଏକବୁଦ୍ଧି ପତ୍ନୀକୁ ଡାକି କହିଲେ, “ଦେଖ! ବନ୍ଧୁ ଦୁଇଜଣ ମୋ କଥାକୁ ହେୟଜ୍ଞାନ କଲେ । ଶେଷରେ ତାଙ୍କୁ ଏହି ପରିଣାମ ଭୋଗ କରିବାକୁ ପଡିଲା ।

       ତେଶୁ ବୁଦ୍ଧିକୁ ଏକମାତ୍ର ବଳ ରୂପେ ବିବେଚନା କରାଯାଇନପାରେ । ସୁବର୍ଣ୍ଣସିଦ୍ଧି କହିଲା ସେଥିପାଇଁ ବନ୍ଧୁଙ୍କ ଉପଦେଶ ଗ୍ରହଣ କରିବା ଆବଶ୍ୟକ       । ମୁଁ ତୁମକୁ ବାରଣ କରିବା ସତ୍ୱେ ତମେ ମୋ କଥାକୁ ହେୟଜ୍ଞାନ କରି ଅଧିକ ଧନ ଲୋଭରେ ଆଗକୁ ଅଗ୍ରସର ହୋଇ ବିପଦରେ ପଡିଲ । ଏ ସଂପର୍କରେ ମୁଁ ତୁମକୁ ଆଉ ଏକ କାହାଣୀ କହୁଛି ଶୁଣ!


ଗପ ସାରଣୀ

ତାଲିକାଭୁକ୍ତ ଗପ