ଦୁଇ ଜ୍ୟୋତିଷ ଓ ସୁଲତାନ

ତାପରେ ଇଣ୍ଡିଆର ଜ୍ୟୋତିଷ ଯାଇ ମଙ୍ଗୋଲରେ ପହଁଚିଲେ । ମଙ୍ଗୋଲ ସମ୍ରାଟଙ୍କୁ ଜଣାଇ ଦିଆଗଲା ଯେ ଜଣେ ଇଣ୍ଡିଆର ଜ୍ୟୋତିଷ ଆରବ ସୁଲତାନଙ୍କ ପକ୍ଷରୁ ଯୁଦ୍ଧ କରିବାକୁ ମାତ୍ର ଦଶ ଜଣ ସୈନିକଙ୍କୁ ନେଇ ଆସିଛନ୍ତି । ସେ ମଙ୍ଗୋଲ ସମ୍ରାଟ ତ ବହୁ ଆଗରୁ ଏ ଇଣ୍ଡିଆର ଜ୍ୟୋତିଷଙ୍କ ଭବିଷ୍ୟବାଣୀ ବିଷୟରେ ଶୁଣିଛନ୍ତି । ତେଣୁ ସେ ମଙ୍ଗୋଲ ସମ୍ରାଟ ସିଧାସଳଖ ଯାଇ ଇଣ୍ଡିଆର ଜ୍ୟୋତିଷଙ୍କ ନିକଟରେ ପହଁଚିଗଲେ । କହିଲେ – ‘ହେ ଜ୍ୟୋତିଷ ଶିରୋମଣି, କାହିଁକି ଆପଣ ଜ୍ୟୋତିଷ ବିଦ୍ୟା ଛାଡି ଯୁଦ୍ଧ କରିବାକୁ ଆସିଛନ୍ତି ।’ ଏପରି କଥା ଶୁଣି ସେ ଇଣ୍ଡିଆର ଜ୍ୟୋତିଷ କହିଲେ – ‘ସମ୍ରାଟ୍, ଆପଣ ଆରବ ଦେଶ ଉପରେ ଆକ୍ରମଣ କରିବେ ମାତ୍ର ଏଥିରେ ବଡ ଅସୁବିଧା ଅଛି ।’ ତହୁଁ ସେ ମଙ୍ଗୋଲ ସମ୍ରାଟ୍ ପଚାରିଲେ – ଅସୁବିଧା ପୁଣି କ’ଣ? ତାପରେ ସେ ଇଣ୍ଡିଆର ଜ୍ୟୋତିଷ କହିଲେ – ଏ ଯୁଦ୍ଧରେ ତ ଆପଣଙ୍କର ବିଜୟ ସୁନିଶ୍ଚିତ । ମାତ୍ର ଆରବ ଦେଶ ଉପରେ ବିଜୟ ପ୍ରାପ୍ତି କରିବାର କେବଳ ଗୋଟିଏ ଦିନ ପରେ ହିଁ ଆପଣଙ୍କର ମୃତ୍ୟୁ ଘଟିବ । ମୁଁ ମୋ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନରୁ ଏହା ମଧ୍ୟ ଜାଣିପାରୁଛି ଯେ, ଆପଣଙ୍କର ମୃତ୍ୟୁ ଆପଣଙ୍କ ପରାଜୟରେ ନାହିଁ, ବରଂ ବିଜୟ ପ୍ରାପ୍ତିରେ ହିଁ ଅଛି ।

ଏ କଥା ଶୁଣି ହଠାତ୍ ସେ ମଙ୍ଗୋଲ ସମ୍ରାଟଙ୍କ ହାତରୁ ତରବାରୀ ଖସିପଡିଲା । ତାପରେ ସେ ସମ୍ରାଟ୍ ଅତି ନମ୍ର ଭାବରେ ଆସି ଇଣ୍ଡିଆର ଜ୍ୟୋତିଷଙ୍କୁ ପ୍ରଣାମ କଲେ । କହିଲେ – “ହେ ଜ୍ୟୋତିଷ ଶିରୋମଣି, ଆପଣ ଆଜି ବିନା ଯୁଦ୍ଧରେ ମତେ ପରାସ୍ତ କରିଛନ୍ତି । ଆପଣଙ୍କ ସହିତ ମୁଁ ତ ଆଉ ଯୁଦ୍ଧ କରିପାରିବିନି । କାହିଁକିନା ଆପଣ କେବଳ ମୋ ଜୀବନ ବଂଚାଇବା ପାଇଁ ହିଁ ଆରବ ଦେଶରୁ ଆସିଛନ୍ତି । ପ୍ରକୃତରେ ଆପଣ ଜଣେ ମହାନ୍ ଜ୍ୟୋତିଷ ।”

ମଙ୍ଗୋଲ ସମ୍ରାଟ୍ ଇଣ୍ଡିଆର ଜ୍ୟୋତିଷଙ୍କ ନିକଟରେ ପରାଜୟ ସ୍ୱୀକାର କରିବା ଖବର ଯାଇ ସେ ଆରବ ସୁଲତାନଙ୍କ କାନରେ ପଡିଲା । ସେ ସୁଲତାନ୍ ଏ କଥାକୁ ଏତେ ସହଜରେ ବିଶ୍ୱାସ କରିପାରିଲେ ନାହିଁ । ଏହାପରେ ସେ ସୁଲତାନ ନିଜର ଶକ୍ତିଶାଳୀ ସେନାକୁ ପଠାଇଲେ ଇଣ୍ଡିଆର ଜ୍ୟୋତିଷଙ୍କୁ ପାଛୋଟି ଆଣିବା ପାଇଁ । ଇଣ୍ଡିଆର ଜ୍ୟୋତିଷଙ୍କ ପହଁଚିବା କ୍ଷଣି ଆରବ୍ ସୁଲତାନ୍ ତୁରନ୍ତ ଘୋଷଣା କଲେ ଯେ, ଆଜିଠୁ ଇଣ୍ଡିଆର ଜ୍ୟୋତିଷ ଆରବ ଦେଶର ମହାମନ୍ତ୍ରୀ ହେବେ । ସୁଲତାନଙ୍କ ଏପରି ଘୋଷଣା ଶୁଣି ହଠାତ୍ ସେ ଆରବ ଜ୍ୟୋତିଷଙ୍କ ମୁଣ୍ଡ ଟିକେ ବିଗିଡି ଗଲା । କାହିଁକିନା ସେ ଯେଉଁ ଫନ୍ଦାରେ ଇଣ୍ଡିଆର ଜ୍ୟୋତିଷଙ୍କୁ ପକାଇବାକୁ ଚାହୁଁଥିଲେ ଏବେ ସେ ନିଜେ ସେହି ଫନ୍ଦାରେ ପଡିଗଲେ । ଏବେ ଆଉ ସେ ଆରବ ଜ୍ୟୋତିଷ କରିବେ ବା କ’ଣ? ତେଣୁ ସେ ଆରବ ଦେଶ ଛାଡି ଅନ୍ୟ ଦେଶକୁ ପଳାଇ ଗଲେ; ମାତ୍ର ଦଶଜଣ ସୈନିକଙ୍କୁ ନେଇ ଆରବଦେଶକୁ ଯୁଦ୍ଧରେ ବିଜୟୀ କରିପାରିଥିବାରୁ ସେ ଇଣ୍ଡିଆର ଜ୍ୟୋତିଷ ଆରବ ଦେଶର ଜ୍ୟୋତିଷ ଶିରୋମଣି ଉପାଧି ମଧ୍ୟ ପାଇଲେ । ତାପରେ ସୁଲତାନଙ୍କର ମହାମନ୍ତ୍ରୀ ହୋଇ ସେ ଇଣ୍ଡିଆର ଜ୍ୟୋତିଷ ଜଣକ ତାଙ୍କ ବାକି ଜୀବନ ଆରବବାସୀଙ୍କ ସେବାରେ ଦିନ କଟାଇଲେ । କଥାରେ ଅଛି ଯେଉଁ ଦେଶର ରାଜା ମୂର୍ଖ, ସେହି ଦେଶରେ ଚାଲାକ ଗଧିଆ ଭି ସେ ଦେଶର ବାଘ ।


ଗପ ସାରଣୀ

ତାଲିକାଭୁକ୍ତ ଗପ