ଦୁର୍ମଦ

ଦେବରାଜ ଇନ୍ଦ୍ରଙ୍କ ସଭାରେ ଥିବା ନର୍ତ୍ତକୀ ଉର୍ବଶୀ ମର୍ତ୍ତ୍ୟର ଜଣେ ରାଜା ପୁରୁରବଙ୍କୁ ଭଲ ପାଇ ବିଭା ହେବାକୁ ସ୍ଥିର କଲେ ।

                ଗନ୍ଧର୍ବମାନଙ୍କ ରାଜା ଦୁର୍ମଦଙ୍କର ଖୁବ୍ ଇଚ୍ଛା ଥିଲା ଯେ ସେ ଉର୍ବଶୀଙ୍କୁ ବିଭା ହେବେ । ତାଙ୍କ ଇଚ୍ଛା ବିଫଳ ହେବାକୁ ଯାଉଛି ଏହା ଦେଖି ସେ ଅତ୍ୟନ୍ତ କ୍ରୁଦ୍ଧ ହେଲେ । ଦିନେ ରାତିରେ ଉର୍ବଶୀ ନନ୍ଦନକାନନରେ ପୁରୁରବଙ୍କୁ ପ୍ରତୀକ୍ଷା କରୁଥାନ୍ତି । ଦୁର୍ମଦ ଜଣେ ଗନ୍ଧର୍ବ ହୋଇଥିବା ଯୋଗୁଁ ସେ ନାନା ରୂପ ଧାରଣ କରି ପାରୁଥିଲେ । ସେ ପୁରୁରବଙ୍କ ରୂପ ଧରି ପ୍ରଥମେ ଯାଇ ନନ୍ଦନକାନନରେ ପହଁଚିଗଲେ । ଉର୍ବଶୀ ତାଙ୍କୁ ଫୁଲମାଳ ଦେଇ ସ୍ୱାଗତ କଲେ ଓ ତାଙ୍କ ସହ ମଧୁର ବାର୍ତ୍ତାଳାପ କଲେ । କିଛି ସମୟ ପରେ ସେଠାରେ ଅସଲ ପୁରୁରବ ଆସି ପହଁଚିଗଲେ । ଉର୍ବଶୀ ଦୁର୍ମଦଙ୍କ ଛଳନା ବୁଝିପାରି ସେ ତାଙ୍କୁ ଅଭିଶାପ ଦେଲେ – ସେ ରାକ୍ଷସ ହେବେ । ଦୁର୍ମଦ ଅନୁତାପ କରନ୍ତେ ଉର୍ବଶୀ କହିଲେ ଯେ ରାକ୍ଷସ ନ ହୋଇ ଦୁର୍ମଦ ମଣିଷ ଭାବରେ ଜନ୍ମ ନେବେ ଓ ଯୁଦ୍ଧରେ ପ୍ରାଣ ଦେବେ । ଶେଷରେ ତାହାହିଁ ହେଲା ।

                ଏହା ପରେ ଉର୍ବଶୀ ମର୍ତ୍ତ୍ୟକୁ ଆସି ରାଜା ପୁରୁରବଙ୍କୁ ବିଭା ହୋଇ ଅନେକ ଦିନ ପର୍ଯ୍ୟନ୍ତ ମଣିଷ ଭଳି ଜୀବନଯାପନ କରିଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ