ଦୁଷ୍ଟ କାଉ ଦଳ

       କିଛିଦିନ ପରେ ଆହତ ହୋଇଥିବା କୁଆଟି ସୁସ୍ଥ ହୋଇଗଲା। ଦିନେ ସେ ଯାଇ ତା’ର ସାଥୀ ପ୍ରଥମ କୁଆ ପାଖରେ ପହଂଚି ଅଭିମାନଭରା କଣ୍ଠରେ କହିଲା, “ଭାଇ ! ତୁମେ ଯଦି ମୋତେ ସେଦିନ ସହଯୋଗ କରିଥାନ୍ତ, ମୋର ଦୟନୀୟ ଅବସ୍ଥା ହୋଇନଥାନ୍ତା । ଆମେ ଦୁଇଜଣ ମିଶି ପ୍ରତିରୋଧ କରି ଥିଲେ ଅନ୍ତତଃ ସେମାନଙ୍କ ଉପରେ ପ୍ରତି ଆକ୍ରମଣ କରିପାରିଥାନ୍ତେ ।”

       ଏଥର ପ୍ରଥମ କାଉଟି ଅତି ଦୁଃଖରେ କହିଲା, “ଭାଇ ! ତୁମେ ଯାହା କହୁଛ ଭଲ କହୁଛ । ମାତ୍ର ସେମାନେ ହେଲେ ଦୁଷ୍ଟକାଉ ଦଳ, ନ ହେଲେ ଅଯଥାରେ ଆମକୁ ଥଟ୍ଟା ପରିହାସ କରିଥାନ୍ତେ କାହିଁକି? ସୁତରାଂ ମୁଁ ଯେମିତି ତାଙ୍କ କଥାକୁ କାନ ନ ଦେଇ ଚାଲି ଆସିଲି ତୁମର ବି ସେହିଭଳି ଆସିବାର ଥିଲା, କାରଣ ଦୁଷ୍ଟଙ୍କ ସାଥୀରେ କଳି କରିଥିଲେ ତୁମର ଯାହା ହେଲା ମୋର ବି ସେଇଆ ହୋଇଥାନ୍ତା । ଆମେ ଦୁହେଁ ଏକାଠି ହୋଇଥିଲେ ମଧ୍ୟ ସେମାନଙ୍କର କିଛି କରିପାରି ନଥାନ୍ତେ । ଯେହେତୁ ସେମାନଙ୍କର ସଂଖ୍ୟା ଥିଲା ଅଧିକ । ଆଉ ଗୋଟିଏ କଥା ମନେରଖ – ସେମାନେ ଯେମିତି ଉଦ୍ଧତ ନା, ଦିନେନାଦିନେ ନିଶ୍ଚୟ ଦଣ୍ଡ ପାଇବେ ।”

       ସତକୁ ସତ ଆଉ ଦିନେ ଏକ ବିରାଟ ବରଗଛ ମୂଳେ ସେହି ଦୁଷ୍ଟ କାଉ ଦଳକ ଜଣେ

ଶିକାରୀ ଜାଲରେ ଛନ୍ଦି ହୋଇ ପଡିଥିବା ଏହି ଦୁଇ କାଉ ଦେଖିଲେ । ସେମାନେ ଭାରି ବିକଳ ହେଉଥିଲେ ବି ସେମାନଙ୍କୁ ଉଦ୍ଧାର କରିବା ପାଇଁ ପାଖରେ କେହି ନ ଥିଲେ । ଏହି ଦୃଶ୍ୟ ଦେଖି ଏହି କାଉ ଦୁଇଟି କାନ୍ଦି ପକାଇଲେ ସିନା କିଛି କରିପାରିଲେ ନାହିଁ । ମନରେ ଭାବିଲେ ଅନ୍ୟର ଅମଙ୍ଗଳ ପାଂଚିବା ଲୋକତ ଏମିତି ଛଟପଟ ହୁଏ । ସୁତରାଂ କାହାର ଅମଙ୍ଗଳ ନ ପାଂଚି ପରସ୍ପର ମିଳିମିଶି ଚଳିଲେ ହିଁ ଖୁସିରେ ରହିପାରିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ