ଦୂର ଦୃଷ୍ଟି ର ଫଳ

                ତେଣୁ ଆମକୁ ଏହାର ପ୍ରତିକାର ଲାଗି ଏହି ସ୍ଥାନ ପରିତ୍ୟାଗ କରିବାକୁ ହେବ । କିନ୍ତୁ ସେମାନଙ୍କ ମଧ୍ୟରେ ଅହଂକାରୀ ମାଛ ଥିଲା ଯେ ସେ ସଙ୍ଗେ ସଙ୍ଗେ ଏମାନଙ୍କ କଥାକୁ କାଟିଦେଇ କହିଲା – ଦେଖ ମାଛୁଆ ସିନା କହିଗଲା, ହେଲେ ସେ କେବେ ଏଠାକୁ ଆସିବ ନାହିଁ । ତମେ ଯଦି ତା’ର ଆସିବାକୁ ବିଶ୍ୱାସ କରୁଛ ତାହାହେଲେ ମୁଁ କହୁଛି ମୋର ନିଜର ବୁଦ୍ଧି ତଥା ସାହାସ ବଳରେ ମୁଁ ତୁମକୁ ରକ୍ଷା କରିବି ।

                ଅହଂକାରୀ ମାଛର କଥାକୁ ମନ୍ଦବୁଦ୍ଧିର ମାଛ କିନ୍ତୁ ସ୍ୱୀକାର କରିନେଲା । ସେ କହିଲା – ମୋର ସାଙ୍ଗ ଉଚ୍ଚିତ କଥା କହୁଛି । ବାସ୍ତବ କ୍ଷେତ୍ରରେ ଦେଖିବାକୁ ଗଲେ ସେ ଯେପରି ସାହାସୀ ସେହିପରି ଶକ୍ତିମାନ ମଧ୍ୟ । ଆଉ ମଧ୍ୟ ଯେଉଁମାନେ ବାସ୍ତବରେ ବୁଦ୍ଧିମାନ ସେମାନଙ୍କ ପକ୍ଷରେ କୌଣସି କାର୍ଯ୍ୟ କରାଇ ନେବା ଆଦୌ ଅସମ୍ଭବ ହୋଇନଥାଏ । ଉଦାହାରଣ ସ୍ୱରୂପ ଯେଉଁ ସ୍ଥାନରେ ସୂର୍ଯ୍ୟ ଅଥବା ପବନର ପଶିଯିବାରେ ଅସମ୍ଭବ ହୋଇଥାଏ ସେଠାରେ ବୁଦ୍ଧିର ପ୍ରବେଶ ଅତ୍ୟନ୍ତ ସହଜ । ତୁମେ ସାଙ୍ଗ ତା’ କଥାକୁ ଅସ୍ୱୀକାର ନକରି ଏହିଠାରେ ରହିଯିବା ଉଚିତ୍ ହେବ ।

                ହେଲେ ଚତୁର ବେଙ୍ଗ ଦୁଇ ମିତ୍ରଙ୍କର କଥାକୁ ଶୁଣିପାରିଲା, ଶୁଣି ଶୁଣି ଶେଷରେ ସେ କହିଲା ଯେ – ଦେଖ ମିତ୍ର ମୁଁ କିନ୍ତୁ ତୁମ୍ଭ ଦୁଇଜଣଙ୍କର କଥାରେ ଆଦୌ ଏକମତ ହୋଇପାରୁନାହିଁ । ସେଥିଲାଗି ବିପଦକୁ ବରଣ କରିବା ଆଗରୁ ମୁଁ ମୋର ପରିବାରଙ୍କୁ ଧରି ଏଠାରୁ ଚାଲିଯାଉଛି ।

                ସତକୁ ସତ ବାସ୍ତବରେ ଚତୁର ବୁଦ୍ଧିର ବେଙ୍ଗ ଭବିଷ୍ୟତ କଥାକୁ ବିପଦ ମନେ କରି ସେଠାରୁ ଅନ୍ୟ ଆଡ଼େ ଚାଲିଗଲା । ପୋଖରୀରେ ଜାଲ ପକାଇ ମାଛୁଆ ଅନେକ ମାଛଙ୍କ ମଧ୍ୟରେ ମନ୍ଦବୁଦ୍ଧି ଓ ଅହଂକାରୀ ବୁଦ୍ଧିର ଦୁଇ ମାଛକୁ ମଧ୍ୟ ଧରି ନେଇ ଖାଳେଇ ମଧ୍ୟରେ ରଖି ଦେବାପରେ ମାଛ ଦୁଇଟି ଜଳ ଅଭାବରୁ ମୃତ୍ୟୁ ବରଣ କଲେ । କିନ୍ତୁ ବେଙ୍ଗର ଦୂର ଦୃଷ୍ଟି ଥିବାରୁ ଏପରି ବିପଦରୁ ରକ୍ଷା ପାଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ